ମଲ୍ଟିପ୍ଲ ସ୍କ୍ଲେରୋସିସ
From Wikipedia, the free encyclopedia
Remove ads
ମଲ୍ଟିପ୍ଲସ୍କ୍ଲେରୋସିସ ବା ଏମଏସ (ରୋଗର ଅନ୍ୟ ନାମ ଡିସ୍ସେମିନେଟେଡ ସ୍କ୍ଲେରୋସିସ ଓ ଏନକେଫାଲାଇଟିସ ଡିସ୍ସେମିନାଟା) ରୋଗରେ ମସ୍ତିସ୍କ ଓ ମେରୁଦଣ୍ଡରେ ଥିବା ସ୍ନାୟୁ କୋଷର ଇନ୍ସୁଲେଟିଙ୍ଗ ଆବରଣ ନଷ୍ଟ ହୋଇଯାଏ ।[୧] ଏହି ଫଳରେ ଆବରଣ ନଷ୍ଟ ହୁଏ ଓ ସ୍ନାୟୁ ମଣ୍ଡଳ ସମ୍ପର୍କ ସ୍ଥାପନ ନ ହୋଇ ପାରି ଅନେକ ପ୍ରକାର ଚିହ୍ନ ଓ ଲକ୍ଷଣ ପ୍ରକାଶ ପାଏ ।[୨] ଏହାଯୋଗୁ ଶାରୀରିକ, ମାନସିକ ଓ ସ୍ନାୟୁ ଜନିତ ଚିହ୍ନ ଓ ଲକ୍ଷଣମାନ ଦେଖାଯାଏ ।[୨][୩][୪] ଦ୍ୱିତ ଦୃଷ୍ଟି, ଗୋଟିଏ ଆଖରେ ଅନ୍ଧତ୍ୱ ବା କଣାଦୋଷ, ଦୂର୍ବଳ ମାଂସପେଶୀ ସ୍ପର୍ଷ ସମସ୍ୟା ଓ ସମନ୍ୱୟ ଅଭାବ ଭଳି ଲକ୍ଷଣମାନ ଦେଖାଯାଏ ।[୧]ଏହି ରୋଗ ବିଭିନ୍ନ ପ୍ରକାର ଦେଖାଯାଏ, ନୂଆ ଲକ୍ଷଣ ଏକାନ୍ତ ଭାବରେ ଆସେ ବା ସମୟକ୍ରମେ ବୃଦ୍ଧି ହୁଏ ।[୫]
ଏହାର ସଠିକ କାରଣ ଅଜଣା ହୋଇ ରହିଛି, ଇମ୍ମ୍ୟନି ନଷ୍ଟ ବା ମାୟେଲିନ ଥିବା ସ୍ନାୟୁ କୋଷ ପ୍ରସ୍ତୁତ କରିବାର ଅକ୍ଷମତା ହୋଇପାରେ ।[୬] ଭୁତାଣୁ ସଂକ୍ରମଣ ଯୋଗୁ ଟ୍ରିଗର ହୋଇ ଜେନେଟିକ, ପରିବେଶ କାରକ ଯୋଗୁ ହୋଇ ପାରେ ।[୩][୭] ଚିହ୍ନ ଓ ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ସାହାଯ୍ୟକାରୀ ପରୀକ୍ଷାଦ୍ୱାରା ସିଦ୍ଧନ୍ତରେ ଉପନୀତ ହୁଅନ୍ତି ।[୮]
ଏହି ରୋଗ ଆରୋଗ୍ୟ ହେବା ଜଣା ଯାଇନାହିଁ ।[୧] ରୋଗ ଆକ୍ରମଣ ପରେ କାର୍ଯ୍ୟକଳାପରେ ଉନ୍ନତି ଆଣିବାକୁ ଓ ନୂଆ ଆକ୍ରମଣ ରୋକିବାକୁ ଚେଷ୍ଟା କରାଯାଏ ।[୩] ଏହି ରୋଗରେ ବ୍ୟବହାର କରାଯାଉଥିବା ଔଷଧ ସାମାନ୍ୟ କାର୍ଯ୍ୟକାରୀ ହୁଏ ଓ ସହନ ମଧ୍ୟ ଅଳ୍ପ ହୁଏ । ଶାରୀରିକ ଥେରାପିଦ୍ୱାରା ଶରୀରର କାର୍ଯ୍ୟରେ କିଛି ଉନ୍ନତି ହେବାରେ ସାହାଯ୍ୟ ହୁଏ ।[୧] କୌଣସି ଉପକାରର ପ୍ରମାଣ ନ ଥିଲେ ମଧ୍ୟ ଅନେକ ଲୋକ ଅଲ୍ଟରନେଟ ମେଡିସିନର ସାହାଯ୍ୟ ନିଅନ୍ତି ।[୯] ଦୀର୍ଘକାଳୀନ ଫଳାଫଳ ଆଗରୁ କହିହୁଏନି, କିନ୍ତୁ ଅଳ୍ପ ବୟସରୁ ରୋଗ ଆରମ୍ଭ ହେଇଥିବା ମହିଳାମାନଙ୍କର ବା ଆରମ୍ଭରୁ ଅଳ୍ପ କେତେକ ଆକ୍ରମଣ ହୋଇଥିଲେ ବା ପୁନଃପୁନଃ ହେଉଥିଲେ ଭଲ ଫଳ ମିଳେ ।[୧୦] ରୋଗ ନ ଥିବା ଲୋକମାନଙ୍କ ଅପେକ୍ଷା ଏହି ରୋଗୀମାନଙ୍କ ଆୟୁଷ ହାରାହାରି ୫ରୁ ୧୦ ବର୍ଷ କମ୍ ହୁଏ । [୨]
କେନ୍ଦ୍ରୀଯ ସ୍ନାୟୁ ମଣ୍ଡଳରେ ହେଉଥିବା ଅଟୋଇମ୍ମ୍ୟୁ ରୋଗମାନଙ୍କ ମଧ୍ୟରେ ଏହି ଏମଏସ ରୋଗ ଅତି ସାଧାରଣ ।[୧୧] ବିଭିନ୍ନ ସ୍ଥାନ ଅନୁସାରେ ଏହି ରୋଗହାର ଅଲଗା ହୁଏ, ସନ ୨୦୧୩ରେ ପୃଥିବୀରେ ୨.୩ ନିୟୁତ ଲୋକଙ୍କୁ ଏହି ରୋଗ ହୋଇଥିଲା ।[୧୨][୧୩] ସନ ୧୯୯୦ରେ ଏହି ରୋଗ ଯୋଗୁ ମୃତ୍ୟୁ ସଂଖ୍ୟା ୧୨,୦୦୦ ହୋଇଥିବା ବେଳେ ସନ ୨୦୧୩ରେ ମୃତ୍ୟୁ ସଂଖ୍ୟ ବଢ଼ିଯାଇ ୨୦,୦୦୦ ହୋଇଥିଲା । [୧୪] କୋଡ଼ିଏରୁ ପଚାଶ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆରମ୍ଭ ହୁଏ ଓ ମହିଳାମାନେ ପୁରୁଷଙ୍କ ଅପେକ୍ଷା ୨ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧୫] ସନ ୧୮୬୮ ମସିହାରେ ଜିନ୍ ମାର୍ଟିନ୍ ସାର୍କୋ (Jean-Martin Charcot) ପ୍ରଥମେ ଏହି ରୋଗ ବିଷୟରେ ଲେଖିଥିଲେ ।[୧୬] ମସ୍ତିଷ୍କ ଓ ମେରୁଦଣ୍ଡର ଶ୍ୱେତ ମ୍ୟାଟରରେ ଅନେକ ସ୍କାର ହେଉଥିବା ଲକ୍ଷ କରି ଏହାର ନାମ ମଲ୍ଟିପ୍ଲ ସ୍କ୍ଲେରୋସିସ ନାମ ଦିଆଯାଇଛି ।[୧୬] ଅନେକ ନୂଆ ନିର୍ଣ୍ଣୟ ଓ ଚିକିତ୍ସା ପଦ୍ଧତିର ଅନୁସନ୍ଧାନ ଚାଲିଛି ।[୧୭]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads