ନବଜାତ କାମଳ
ରକ୍ତରେ ଅଧିକ ବିଲିରୁବିନ ସ୍ତର ଥିବାରୁ ଚର୍ମ ଓ ଅନ୍ୟାନ୍ୟ ତନ୍ତୁ ହଳଦିଆ ଦେଖାଯାଏ From Wikipedia, the free encyclopedia
Remove ads
ନବଜାତ କାମଳ (ଇଂରାଜୀ ଭାଷାରେ Neonatal jaundice) ଏକ ରୋଗ ଯେଉଁଥିରେ ଅଧିକ ବିଲିରୁବିନ (bilirubin) ସ୍ତର ଥିବାରୁ ନବଜାତ ଶିଶୁର ଚକ୍ଷୁର ଧଳା ଅଂଶ (white part of the eyes) ଓ ଚର୍ମର (skin) ରଙ୍ଗ ହଳଦିଆ (yellowish discoloration) ଦେଖାଯାଏ ଯାହାକୁ ଜଣ୍ଡିସ କୁହାଯାଏ ।[୧] ଶିଶୁ ଅତ୍ୟଧିକ ନିଦ୍ରାଳୁ ହୁଏ ଓ କମ ଖାଦ୍ୟ ଖାଏ ।[୧] ରୋଗ ଜଟିଳ ହେଲେ ବାତ (Seizures), ସେରେବ୍ରାଲ୍ ପାଲ୍ସି ଓ କେର୍ନିକ୍ଟେରସ (kernicterus) ହୋଇପାରେ ।[୧]
ଅନେକ ନବଜାତ କାମଳ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଶରୀରତ୍ତ୍ୱିକ କାରଣ ଥିବା ଜଣାଯାଏ ନାହିଁ ।[୨] ଅନ୍ୟ ଅନେକ କେଶ୍ରେ ହେମୋଲାଇସିସ ବା ଭଙ୍ଗା ଲୋହିତ ରକ୍ତ କଣିକା (Red blood cell breakdown), ଯକୃତ ରୋଗ (liver disease), ସଂକ୍ରମଣ (infection), ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା (hypothyroidism), ମେଟାବୋଲିକ ରୋଗ (metabolic disorders) ଏହାର କାରଣ ଥିବା ଜଣାଯାଏ ।[୨][୧] ରକ୍ତରେ ବିଲିରୁବିନ ସ୍ତର ୩୪μମୋଲ/ଲିରୁ (୨୮ମି:ଗ୍ରା:/ଡେ:ଲି:) ଅଧିକ ଥାଏ ।[୧] ପ୍ରାୟତଃ ସୁସ୍ଥ ଥିବା ଶିଶୁଙ୍କର ୧୮ମି:ଗ୍ରା:/ଡେ:ଲି:ରୁ ଅଧିକ ଥିଲେ ଚିନ୍ତାର କାରଣ ହୁଏ ଯଦି ଜନ୍ମର ପ୍ରଥମ ଦିନରେ କାମଳ ଥାଏ, ବିଲିରୁବିନ ସ୍ତର ଦୃତ ଗତିରେ ବଢ଼ିଲେ, କାମଳ ୨ ସପ୍ତାହରୁ ଅଧିକ ରହିଲେ ଓ ଶିଶୁ ଅସୁସ୍ଥ ହେଲେ ।[୧] ଏହି ଭଳି ଅବସ୍ଥା ଥିଲେ କାରଣ ଅନୁସନ୍ଧାନ କରିବା ଆବଶ୍ୟକ ହୁଏ ।[୧]
ଶିଶୁର ବୟସ, ଅନ୍ତର୍ନିହିତ କାରଣ ଓ ବିଲିରୁବିନ ସ୍ତର ଉପରେ ଚିକିତ୍ସା ନିର୍ଭର କରେ ।[୧][୩] ଚିକିତ୍ସା ସମୟରେ ଅଧିକ ଥର ଖୁଏଇବା, ଫୋଟୋଥେରାପି (phototherapy) ଓ ବିନିମୟ ଟ୍ରାନ୍ସଫ୍ୟୁଜନ (exchange transfusions) ଆବଶ୍ୟକ ହୋଇପାରେ ।[୧] ସମୟ ପୂର୍ବ ଜାତ ଶିଶୁର ତୁରନ୍ତ ସତର୍କ ଚିକିତ୍ସା ଆବଶ୍ୟକ ହୁଏ ।[୧] ଶରୀରତାତ୍ତ୍ୱିକ କାମଳ ସାଧାରଣତଃ ୭ ଦିନରେ ଭଲ ହୋଇଯାଏ ।[୧] ନବଜାତ ଶିଶୁ ମଧ୍ୟରୁ ଏହି ରୋଗୀମାନଙ୍କର ପ୍ରଥମ ସପ୍ତାହ ମଧ୍ୟରେ କାମଳ ଦେଖାଯାଏ ।[୧] ସମୟ ପୂର୍ବ ଜାତ ଶିଶୁଙ୍କ ମଧ୍ୟରୁ ପ୍ରାୟ ୮୦% ଶିଶୁ ଏହି ରୋଗର ଶିକାର ହୁଅନ୍ତି ।[୨]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads