ଓଭାରିଆନ ଟର୍ସନ

ଘୁରିଯାଇଥିବା ଓଭାରି From Wikipedia, the free encyclopedia

ଓଭାରିଆନ ଟର୍ସନ
Remove ads

ଓଭାରିଆନ ଟର୍ସନ (ଇଂରାଜୀ ଭାଷାରେ Ovarian torsion/ OT) ଏକ ରୋଗ ଯେଉଁଥିରେ ଓଭାରି (ovary) ସ‌ହିତ ସଂଯୁକ୍ତ ହୋଇଥିବା ଅଂଶ ପେଡିକ୍ଲ (attachment to other structures) ମୋଡ଼ିହୋଇଯିବା କାରଣରୁ ଓଭାରିକୁ ରକ୍ତ ସଞ୍ଚାଳନ କମିଯାଏ ।[][] ଏହା ଫଳରେ ପେଲଭିସ ବା ଶ୍ରୋଣୀର ଏକ ପାଖରେ ଯନ୍ତ୍ରଣା (pelvic pain) ହୁଏ ।[][] ହଠାତ୍ ଯନ୍ତ୍ରଣା ଆରମ୍ଭ ହୁଏ କିନ୍ତୁ ସବୁ କେଶ୍‌ରେ ନୁହେଁ ।[] ଅଇ (nausea) ମଧ୍ୟ ହୁଏ ।[] ରୋଗ ଜଟିଳ ହେଲେ ସଂକ୍ରମଣ (infection), ରକ୍ତସ୍ରାବ ଓ ବନ୍ଧ୍ୟା (infertility) ଦୋଷ ହୋଇପାରେ ।[][]

Quick facts ଓଭାରିଆନ ଟର୍ସନ (Ovarian torsion), ବିଭାଗ ...

ଓଭାରିଆନ ସିସ୍ଟ, ବର୍ଦ୍ଧିଷ୍ଣୁ ଓଭାରି (ovarian enlargement), ଓଭାରି ଅର୍ବୁଦ (ovarian tumors), ଗର୍ଭାବସ୍ଥା, ପୂରବତନ ଟ୍ୟୁବାଲ ଲାଇଗେସନ (tubal ligation) ହୋଇଥିଲେ ଓଭାରିଆନ ଟର୍ସନ ରୋଗ ସଙ୍କଟ ରହେ ।[][][] ଲକ୍ଷଣ, ଅଲଟ୍ରାସାଉଣ୍ଡ (ultrasound done via the vagina) ଓ ସିଟି ସ୍କାନ (CT scan) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ କିନ୍ତୁ ଏହା ସମ୍ପୁର୍ଣ୍ଣ ରୂପେ ରୋଗ ନଥିବା ପ୍ରମାଣ କରିପାରେ ନାହିଁ ।[] ନିର୍ଣ୍ଣୟ କରିବା ନିମନ୍ତେ ଅପରେଶନ ଶ୍ରେଷ୍ଠ ପଦ୍ଧତି ।[]

ଅପରେଶନ କରି ମୋଡ଼ିହୋଇଥିବା ଅଂଶକୁ ସିଧା କରିଦିଆଯାଏ ବା କାଢ଼ିଦିଆଯାଏ ।[][] ଅଧିକାଂଶ ସମୟରେ ଓଭାରି ଭଲ ଅବସ୍ଥାକୁ ଆସିଯାଏ, କିଛି ଅଧିକ ସମୟ ରହିଥିଲେ ମଧ୍ୟ ।[] ଗୋଟିଏ ଓଭାରିର ଟର୍ସନ ଥିଲେ ୧୦% କେଶ୍‌ରେ ଅନ୍ୟଟିରେ ମଧ୍ୟ ଏହି ରୋଗର ୧୦% ହେବା ସମ୍ଭାବନା ରହେ ।[] ବାର୍ଷିକ ଏକ ଲକ୍ଷ ମହିଳାଙ୍କ ମଧ୍ୟରୁ ୬ ଜଣକୁ ଏହି ରୋଗ ହୁଏ ।[] ପ୍ରଜନନକ୍ଷମ ବୟସରେ ଏହି ରୋଗ ଅଧିକ ହେଉଥିଲେ ମଧ୍ୟ ଯେ କୌଣସି ବୟସରେ ହୋଇପାରେ ।[]

Remove ads

ଏହା ମଧ୍ୟ ଦେଖନ୍ତୁ

ପୁରୁଷମାନଙ୍କର ଏହି ଭଳି ରୋଗକୁ ଟେସ୍ଟିକୁଲାର ଟର୍ସନ (*Testicular torsion) କୁହାଯାଏ

ଆଧାର

ବାହ୍ୟ ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads