ଯନ୍ତ୍ରଣା

From Wikipedia, the free encyclopedia

ଯନ୍ତ୍ରଣା
Remove ads

ଯନ୍ତ୍ରଣା (ଇଂରାଜୀ ଭାଷାରେ Pain) ଏକ ଅରୁଚିକର ବା ଦୁଃଖଦ ଅନୁଭବ ଯାହା ଛୁଞ୍ଚି ଫୋଡିହେବା, ନିଆଁ ଧାସ/ ପୋଡ଼ି ହେବା, କୌଣସି ଟାଣ ଯାଗାରେ ବାଜିଯିବା ଭଳି ତୀବ୍ର ବା ବିନଷ୍ଟକାରୀ ଉଦ୍ଦୀପକଦ୍ୱାରା ସଂଘଟିତ ହୁଏ[] । ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ଷ୍ଟଡି ଅଫ ପେନ ସଂସ୍ଥାର ସଂଜ୍ଞା: ଯନ୍ତ୍ରଣା ଏକ ଅରୁଚିକର ସଂବେଦୀ ବା ଭାବପ୍ରବଣ ଅନୁଭବ (sensory and emotional experience) ଯାହା ପ୍ରକୃତ ବା ସଂଭାବ୍ୟ ତନ୍ତୁ କ୍ଷୟଦ୍ୱାରା ସଂଘଟିତ ହୁଏ ।
ନିଜ ଅଙ୍ଗକୁ ରକ୍ଷା କରିବାକୁ ଯନ୍ତ୍ରଣା ଏହି ବିନଷ୍ଟକାରୀ ଅବସ୍ଥିତିଠାରୁ ଦୂରେଇ ଯିବାକୁ ଲୋକକୁ ବାଧ୍ୟ କରେ ଓ ଭବିଷ୍ୟତରେ ଏହାଠାରୁ ଦୂରେଇ ରହିବାକୁ ଚେତେଇ ଦିଏ[] । ଅଧିକାଂଶ କ୍ଷେତ୍ରରେ ଉଦ୍ଦୀପକଠାରୁ ଦୂରେଇ ଗଲେ ଯନ୍ତ୍ରଣା ହୁଏ ନାହିଁ । ବେଳେ ବେଳେ ଉଦ୍ଦୀପକ ନ ଥାଇ ବା ଅଙ୍ଗ ସୁସ୍ଥ ହୋଇଯାଇ ଥିଲେ ମଧ୍ୟ ଯନ୍ତ୍ରଣା ଲାଗି ରହେ ବା କୌଣସି ଉଦ୍ଦୀପକ ନ ଥାଇ ମଧ୍ୟ ଯନ୍ତ୍ରଣା ଆରମ୍ଭ ହୁଏ ।[]
[] ଆମେରିକାରେ ଯନ୍ତ୍ରଣା ଯୋଗୁ ଡାକ୍ତରୀ ପରାମର୍ଶ ଅତି ସାଧାରଣ କଥା[] । ଅନେକ ଭେଷଜ ରୋଗରେ ଯନ୍ତ୍ରଣା ହୁଏ ଓ ଏହା ମାନବର କର୍ମ ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରେ[] । ସାମାଜିକ ଆଶ୍ରୟ, ସମ୍ମୋହନ, ଉତ୍ତେଜିତ ତଥା ଅବସାଦଗ୍ରସ୍ତ କରେଇବାଦ୍ୱାରା ଯନ୍ତ୍ରଣାର ମାତ୍ରା କମିଯାଏ ।[]

Quick facts ICD-10, ICD-9 ...
Remove ads

ଆଧାର

ବାହାର ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads