ଲହରା କାଶ

From Wikipedia, the free encyclopedia

ଲହରା କାଶ
Remove ads

ଲହରା କାଶ ବା ପର୍ଟୁସିସ ବା ହୁପିଙ୍ଗ କଫ୍ ବା ୧୦୦ ଦିନିଆ କାଶ ((ଇଂରାଜୀରେ ଯଥାକ୍ରମେ Pertussis, or whooping cough or 100 day cough), ଯାହା ଏକ ପ୍ରକାର ଜୀବାଣୁ ରୋଗ, ସଂସ୍ପର୍ଶଦ୍ୱାରା ଡିଏଁ ଓ ଅତୀବ ସଂକ୍ରାମକ ରୋଗ । [][] ରୋଗ ପ୍ରାରମ୍ଭରେ ଏହାର ଲକ୍ଷଣ ସାଧାରଣ ସର୍ଦ୍ଦି ରୋଗ ଭଳି ହୁଏ; ନାକରୁ ପାଣି ବୋହିବା, ଜ୍ୱର ଓ ସାମାନ୍ୟ କାଶ । ତାହା ପରେ ସପ୍ତାହ ସପ୍ତାହ ବ୍ୟାପି ସାଂଘାତିକ କାଶ ହୁଏ । ଅନେକ ସମୟ ଧରି ଅବିରାମ କାଶିବା ପରେ ରୋଗୀ ଏକ ଲମ୍ବା ଉଚ୍ଚ ସ୍ୱରରେ ପ୍ରଶ୍ୱାସ ନିଏ ବା ଅଣନିଶ୍ୱାସୀ ହୁଏ । [] ଏହି କାଶ ୧୦୦ ଦିନରୁ ଅଧିକ ବା ଦଶ ସପ୍ତାହ ଧରି ହୁଏ । [] ଅତ୍ୟଧିକ ଜୋରରେ କାଶିଲେ ବାନ୍ତି ହୁଏ, ପଞ୍ଜରା ହାଡ଼ ଭାଙ୍ଗିଯାଏ ଓ ଅତ୍ୟଧିକ ଥକ୍କା ହୋଇଯାଏ । [][] ଏକ ବର୍ଷରୁ କମ ପିଲାଙ୍କର ଅଳ୍ପ ବା ଆଦୌ କାଶ ହୁଏ ନାହିଁ, ଏହା ବଦଳରେ ଶ୍ୱାସକ୍ରିୟା ବନ୍ଦ ହୋଇଯାଏ । [] ସଂକ୍ରମଣ ହେବା ପରଠାରୁ ଲକ୍ଷଣ ଆରମ୍ଭ ହେବାକୁ ୭ରୁ ୧୦ ଦିନ ହୁଏ । [] ଟିକା ନେବା ପରେ ଯଦି ରୋଗ ହୁଏ ତେବେ ତାହା ସାମାନ୍ୟ ଧରଣର ହୁଏ । []

Quick facts ଲହରା କାଶ (Whooping cough), ବିଭାଗ ...

ବୋର୍ଡେଟେଲା ପର୍ଟୁସିସ ନାମକ ଜୀବାଣୁଦ୍ୱାରା ଲହରା କାଶ ହୁଏ । ଏହା ଏକ ବାୟୁ ବାହିତ ରୋଗ ଯାହା ସ‌ହଜରେ ରୋଗୀର କାଶ ଓ ଛିଙ୍କ ମାଧ୍ୟମରେ ବ୍ୟାପିଯାଏ । [] ଏହି ରୋଗୀ ରୋଗ ଆରମ୍ଭରୁ ଓ କାଶ ହେବାପର ୩ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣକ୍ଷମ ରହେ । ଆଣ୍ଟିବାୟୋଟିକ ଆରମ୍ଭ କରିବାର ୫ ଦିନ ପରଠାରୁ ସଂକ୍ରମଣ କ୍ଷମତା ରହେନାହିଁ । [] ନାକ ଓ ପାଟି ପଛ ପଟୁ ନମୁନା ନେଇ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଏହି ନମୁନାକୁ କଲଚର କରାଯାଏ ବା ପଲିମରେଜ ଚେନ ରିଆକସନ ପରୀକ୍ଷା କରାଯାଏ । []

ପର୍ଟୁସିସ ଟିକା ମୂଖ୍ୟତଃ ଏହାର ପ୍ରତିଷେଧକ ଟିକା ଅଟେ । [] ପ୍ରାରମ୍ଭିକ ଟିକା ୬ରୁ ୮ ବର୍ଷ ବୟସରେ ଦିଆଯାଏ ଓ ପ୍ରଥମ ଦୁଇ ବର୍ଷ ମଧ୍ୟରେ ୪ ଡୋଜ ଟିକା ଦିଆଯାଏ । [୧୦] ସମୟକ୍ରମେ ଟିକାର ପ୍ରଭାବ ହ୍ରାସ ହେଉଥିବାରୁ ବଡ଼ ପିଲା ଓ ବୟଃପ୍ରାପ୍ତ ଲୋକଙ୍କୁ ଅଧିକ ଡୋଜ ଦେବାକୁ ସୁପାରିଶ କରାଯାଏ । [୧୧] ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଓ ଭୟାବ‌ହ ରୋଗ ସଙ୍କଟାପର୍ଣ୍ଣ ଲୋକଙ୍କୁ ପ୍ରତିଷେଧକ ଭାବରେ ଆଣ୍ଟିବାୟୋଟିକ ଦିଆଯାଏ । [୧୨] ଲକ୍ଷଣ ଆରମ୍ଭ ହେବାର ୩ ସପ୍ତାହ ମଧ୍ୟରେ ଆଣ୍ଟିବାୟୋଟିକ ଦେଲେ କାର୍ଯ୍ୟକାରୀ ହୁଏ, ଅନ୍ୟଥା ଏହାର ସାମାନ୍ୟ ପ୍ରଭାବ ରହେ । ଏକ ବର୍ଷ ବୟସରୁ କମ ପିଲା ଓ ଗର୍ଭିଣୀ ମହିଳାଙ୍କୁ ରୋଗ ହେବାର ୬ ସପ୍ତାହ ମଧ୍ୟରେ ଦେବାକୁ ଉପଦେଶ ଦିଆଯାଏ । ଆଣ୍ଟିବାୟୋଟିକ ମଧ୍ୟରେ ଏରିଥ୍ରୋମାଇସିନ, ଆଜିଥ୍ରୋମାଇସିନ କିମ୍ବା ଟ୍ରାଇମେଥୋପ୍ରିମ/ସଲଫାମେଥିକ୍ସାଜୋଲ ଦିଆଯାଏ । [] କାଶ କମିବାର ପ୍ରମାଣ ବିଶେଷ ମିଳେନି । [୧୩] ବର୍ଷେରୁ କମ ବୟସର ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଦିଆଯାଏ । []

ହିସାବ କରି ଦେଖାଯାଇଛି, ପ୍ରତିବର୍ଷ ପୃଥିବୀରେ ୧୬ ନିୟୁତ ଲୋକଙ୍କୁ ଲହରା କାଶ ଆକ୍ରମଣ କରେ । [୧୩] ଅଧିକାଂଶ ରୋଗୀ ବିକାଶଶୀଳ ଦେଶମାନଙ୍କରେ ହୁଏ ଓ ସବୁ ବୟସର ଲୋକଙ୍କୁ ହୁଏ । [][୧୩] ସନ ୧୯୯୦ରେ ଏହି ରୋଗ ଯୋଗୁ ୧୩୮,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୬୧,୦୦୦ ମୃତ୍ୟୁ ହୋଇଥିଲା । [୧୪] ଏକ ବର୍ଷ ବୟସରୁ କମ ପିଲାଙ୍କ ମଧ୍ୟରୁ ୨ % ପିଲାଙ୍କ ମୃତ୍ୟୁ ହୁଏ । [] ଶୋଡ଼ଷ ଶତାବ୍ଦୀରେ ଏହାର ମହାମାରୀ ବର୍ଣ୍ଣିତ ହୋଇଥିଲା । ଏହି ରୋଗର ଜୀବାଣୁ ସନ ୧୯୦୫ ମସିହାରେ ଆବିଷ୍କାର ହୋଇଥିଲା । ଏହାର ଟିକା ସନ ୧୯୪୦ରେ ଉପଲବ୍ଧ ହୋଇଥିଲା । []



Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads