ପ୍ରେଡନିସୋଲୋନ
From Wikipedia, the free encyclopedia
Remove ads
ପ୍ରେଡନିସୋଲୋନ (ଇଂରାଜୀ ଭାଷାରେ Prednisolone) ଏକ କର୍ଟିକୋସ୍ଟିରଏଡ (steroid medication) ଯାହା କେତେକ ଆଲର୍ଜି, ପ୍ରଦାହ ରୋଗ ସମୂହ (inflammatory conditions), ଅଟୋଇମ୍ମ୍ୟୁନ ରୋଗ ସମୂହ (autoimmune disorders) ଓ କର୍କଟ ରୋଗମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ।[୧][୨] ଏହା ବ୍ୟତୀତ ଆଡ୍ରେନୋକର୍ଟିକାଲ ଇନସଫିସିଏନ୍ସି (adrenocortical insufficiency), ହାଇପରକ୍ୟାଲସେମିଆ, ରିଉମାଟଏଡ ଆର୍ଥ୍ରାଇଟିସ, ଚର୍ମ ପ୍ରଦାହ, ଚକ୍ଷୁ ପ୍ରଦାହ, ଆଜ୍ମା ଓ ମଲ୍ଟିପ୍ଲ ସ୍କ୍ଲେରୋସିସ ଇତ୍ୟାଦି ରୋଗମାନଙ୍କରେ ମଧ୍ୟ ଦିଆଯାଏ ।[୨] ଏହି ଔଷଧ ଶିରାଭ୍ୟନ୍ତରରେ (injection into a vein), ପାଟିରେ, ଚମ ମଲମ ଆକାରରେ ଓ ଆଖି ଡ୍ରପ (eye drops) ଆକାରରେ ଦିଆଯାଏ ।[୩]
ପ୍ରେଡନିସୋଲୋନର ପାର୍ଶ୍ୱ ପ୍ରତିକ୍ରିୟାରେ ସାମୟିକ ଅଇ ଓ ଥକ୍କା ଅନୁଭବ ହୁଏ ।[୧] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରାୟ ୫% ଲୋକଙ୍କର ମାନସିକ ସମସ୍ୟା ଦେଖାଯାଏ ।[୪] ଦୀର୍ଘକାଳ ବ୍ୟବହାର କଲେ ସାଧାରଣଃ ଅସ୍ଥି କ୍ଷୟ, ଦୂର୍ବଳତା, କ୍ୟାଣ୍ଡିଡିଆସିସ୍ ଓ ସହଜ ଆଘାତ/ବ୍ରୁଇ ହୁଏ ।[୨] ଗର୍ଭସ୍ଥ ଶିଶୁକୁ ହାନୀ ହୁଏ ଦୀର୍ଘକାଳ ଧରି ଏହା ବ୍ୟବହାର କଲେ ବା ଗର୍ଭାବସ୍ଥାର ପ୍ରଥମ ଭାଗରେ କିନ୍ତୁ ଶେଷ ଭାଗରେ ଅଳ୍ପ ଦିନର ବ୍ୟବହାରରେ ବିପଦ ନ ଥାଏ । [୫] ପ୍ରେଡନିସୋଲୋନ ଏକ ଗ୍ଲୁକୋକର୍ଟିକଏଡ (glucocorticoid) ଯାହା ହାଇଡ୍ରୋକର୍ଟିଜୋନରୁ (hydrocortisone ବା cortisol) ତିଆରି ହୁଏ । [୬]
ସନ ୧୯୫୫ରେ ପ୍ରେଡନିସୋଲୋନ ଆବିଷ୍କୃତ ହୋଇ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୨ ଆମେରିକୀୟ ଡଲାର ।[୮]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads