ଭୂତାଣୁ ଜନିତ ଯକୃତ ପ୍ରଦାହ

ସାଧାରଣତ ଏହା ପାଞ୍ଚଟି ଅଣସମ୍ବନ୍ଧୀୟ ଭୂତାଣୁ ହେପାଟାଇଟିସ୍ ଏ, ବି, ସି, ଡି, କିମ୍ବା ଇ କାରଣରୁ ଘଟିଥାଏ | From Wikipedia, the free encyclopedia

ଭୂତାଣୁ ଜନିତ ଯକୃତ ପ୍ରଦାହ
Remove ads

ଭୂତାଣୁ ଜନିତ ଯକୃତ ପ୍ରଦାହ ବା ଭାଇରାଲ୍ ହେପାଟାଇଟିସ୍ (ଇଂରାଜୀ ଭାଷାରେ Viral hepatitis) ଏକ ଯକୃତ ପ୍ରଦାହ ଯାହା ଭୂତାଣୁ ଯୋଗୁ ହୁଏ | [] ଏହା ସ୍ୱଳ୍ପ କାଳୀନ (ତୀବ୍ର) କିମ୍ବା ଦୀର୍ଘକାଳୀନ (କ୍ରନିକ୍) ସଂକ୍ରମଣ ଭାବରେ ଉପସ୍ଥାପିତ ହୋଇପାରେ | [] [] ଏହାର ସ୍ୱଳ୍ପ କାଳୀନ ଲକ୍ଷଣ ମଧ୍ୟରେ ଜ୍ୱର, ଥକ୍କାପଣ, ଉଦର ଯନ୍ତ୍ରଣା, ବାନ୍ତି, ଗାଢ଼ ପରିସ୍ରା ଏବଂ ହଳଦିଆ ଚର୍ମ ହୋଇପାରେ | [] ଦୀର୍ଘକାଳୀନ ଲକ୍ଷଣରେ ସିରୋସିସ୍, ଯକୃତ ବିଫଳତା କିମ୍ବା ଯକୃତ କର୍କଟ ହୋଇପାରେ[]

Quick facts Viral hepatitis, ବିଭାଗ ...

ସାଧାରଣତ ଏହା ପାଞ୍ଚଟି ଅଣସମ୍ବନ୍ଧୀୟ ଭୂତାଣୁ ହେପାଟାଇଟିସ୍ ଏ, ବି, ସି, ଡି, କିମ୍ବା କାରଣରୁ ଘଟିଥାଏ | [] ହେପାଟାଇଟିସ ଏ ଏବଂ ଇ ଦ୍ୱୟ ସାଧାରଣତଃ ଖାଦ୍ୟ ଏବଂ ଜଳ ମାଧ୍ୟମରେ ମଳଦ୍ୱାରା ପ୍ରଦୂଷିତ ହୋଇ ବିସ୍ତାର ଲାଭ କରେ । [] ହେପାଟାଇଟିସ B, C, ଏବଂ ଡି ତ୍ରୟ ସଂକ୍ରମିତ ରକ୍ତ ମାଧ୍ୟମରେ ବିସ୍ତାର କରୁଛନ୍ତି । [] କାରଣ ସ୍ପଷ୍ଟ ହେଉନଥିବା କ୍ଷେତ୍ରରେ ଏହାକୁ ଅଣ-ଏ-ଇ କିମ୍ବା ହେପାଟାଇଟିସ ଏକ୍ସ (X) କୁହାଯାଏ । [] ହର୍ପିସ୍ ସିମ୍ପ୍ଲେକ୍‌ସ୍ ଭଳି ଅନ୍ୟ କେତେକ ଭୂତାଣୁମାନଙ୍କୁ ମଧ୍ୟ କାରଣରୂପେ ନିର୍ଣ୍ଣୟ କରାଯାଇଛି। [] ରକ୍ତ ପରୀକ୍ଷାଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ | []

ଟୀକାକରଣଦ୍ୱାରା ହେପାଟାଇଟିସ୍ ଏ ଏବଂ ବି ରୋକାଯାଇପାରିବ, ଉନ୍ନତ ପରିମଳ ବ୍ୟବସ୍ଥାଦ୍ୱାରା ହେପାଟାଇଟିସ୍ ଏ ଏବଂ ଇ ରୋକାଯାଇପାରିବ | [] [] ହେପାଟାଇଟିସ୍ ଏ ଏବଂ ଇ ପ୍ରାୟ ନିଜେ ଉପଶମ ହୋଇଯାଆନ୍ତି | [] [] ଦୀର୍ଘକାଳୀନ ହେପାଟାଇଟିସ୍ ସି ପାଇଁ ପ୍ରଭାବଶାଳୀ ଚିକିତ୍ସା ଉପଲବ୍ଧ କିନ୍ତୁ ମହଙ୍ଗା ହୁଏ | ଦୀର୍ଘକାଳୀନ ହେପାଟାଇଟିସ୍ ବି ପାଇଁ ଔଷଧ ମଧ୍ୟ ବ୍ୟବହୃତ ହୋଇପାରେ ଜଟିଳ ରୋଗ ଦୂର କରିବା ପାଇଁ ଯକୃତ ପ୍ରତିରୋପଣ କରାଯାଇପାରେ ।[]

ଦୀର୍ଘକାଳୀନ ଭୂତାଣୁ ଜନିତ ଯକୃତ ପ୍ରଦାହ ରୋଗ ବିଶ୍ୱରେ ପ୍ରାୟ ୩୨୫ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ (୨୫୭ ନିୟୁତ ହେପାଟାଇଟିସ୍ ବି ଏବଂ ୭୧ ନିୟୁତ ହେପାଟାଇଟିସ୍ ସି)। [] [] ହେପାଟାଇଟିସ୍ ଏ ଏବଂ ଇ ରୋଗ ସାରା ବିଶ୍ୱରେ ସଂକ୍ରମଣ କରିଥାଏ, ଯାହା ବିକାଶଶୀଳ ଦେଶମାନଙ୍କରେ ବର୍ଷକୁ ଅତି କମରେ ୧୦ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥାଏ, । [] [] [] ଯକୃତ ପ୍ରଦାହର ଏହା ସବୁଠାରୁ ସାଧାରଣ କାରଣ | [] ୨୦୧୩ରେ ପ୍ରାୟ ୧.୫ ନିୟୁତ ଲୋକ ଭୂତାଣୁ ଜନିତ ଯକୃତ ପ୍ରଦାହ ରୋଗରେ ମୃତ୍ୟୁ ବରଣ କରିଥିଲେ, ସାଧାରଣତଃ ହେପାଟାଇଟିସ୍ ବି ଏବଂ ସି କାରଣରୁ [] ପୂର୍ବ ଏସିଆ ଏବଂ ଦକ୍ଷିଣ ଏସିଆ ସର୍ବାଧିକ ପ୍ରଭାବିତ ଅଞ୍ଚଳ ଅଟେ । [୧୦] ସଂକ୍ରମଣୀୟ ହେପାଟାଇଟିସ ପ୍ରଥମେ ୧୯୪୦ରେ ନିର୍ଦ୍ଧାରିତ ହୋଇଥିଲା । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads