ପୀତ ଜ୍ୱର

From Wikipedia, the free encyclopedia

ପୀତ ଜ୍ୱର
Remove ads

ପୀତ ଜ୍ୱର (ଇଂରାଜୀରେ Yellow fever, ଐତିହାସିକ ନାମ ୟେଲୋ ଜ୍ୟାକ କିମ୍ବା ୟେଲୋ ପ୍ଲେଗ୍[] ଅଧିକାଂଶ ରୋଗୀଙ୍କର ଜ୍ୱର, ଶୀତ, କ୍ଷୁଧାହାନୀ, ଓକାଳ, ମାଂସପେଶୀ ଯନ୍ତ୍ରଣା (ବେଶୀ ପିଠିରେ) ଓ ମୁଣ୍ଡ ବଥା ଲକ୍ଷଣ ଦେଖାଯାଏ ।[] ଏହା ପ୍ରାୟ ୫ ଦିନ ମଧ୍ୟରେ ଉନ୍ନତି ଲାଭ କରେ ।[] କେତେ ରୋଗୀଙ୍କର ଉନ୍ନତି ଲାଭର ଗୋଟିଏ ଦିନ ପରେ ଜ୍ୱର, ପେଟ ଯନ୍ତ୍ରଣା ହୁଏ, ଯକୃତ ନଷ୍ଟ ଆରମ୍ଭ ହୋଇ ଜଣ୍ଡିସ ବା କାମଳ ରୋଗ ହୁଏ ।[] ଏହା ହେଲେ ରକ୍ତସ୍ରାବ ଓ ବୃକ୍‌କ ଫେଲ ହେବା ସଙ୍କଟ ବଢ଼ିଯାଏ ।[]

Quick facts ପୀତ ଜ୍ୱର, ବିଭାଗ ...

ପୀତ ଜର ଭୁତାଣୁ ଏହି ରୋଗ କରାଏ ଓ ମାଈ ମଶା କାମୁଡ଼ିବାଦ୍ୱାରା ପ୍ୟାପେ ।[] କେବଳ ମଣିଷ, ଅନେକ ପ୍ରାଇମେଟ ଓ ମଶାମାନେ ମଧ୍ୟ ଏ ରୋଗାକ୍ରାନ୍ତ ହୁଅନ୍ତି ।[] ସ‌ହରମାନଙ୍କରେ ଏଡିସଇଜିପ୍‌ଟି ମଶାଦ୍ୱାରା ଏହା ବ୍ୟାପେ ।[] ଏହି ଭୁତାଣୁ ଜେନସ୍ ଫ୍ଲାଭିଭାଇରସ୍ ଅନ୍ତର୍ଗତ ଆର.ଏନ.ଏ ଭୁତାଣୁ ଅଟେ ।[] ପ୍ରାଥମିକ ଅବସ୍ଥାରେ ଏହା ଅନ୍ୟ କେତେକ ରୋଗ ସ‌ହ ସମାନ ଲକ୍ଷଣ ଦେଖାଉଥିବାରୁ ରୋଗ ନିର୍ଣ୍ଣୟ କଷ୍ଟକର ହୁଏ ।[] ସନ୍ଦେହାତ୍ମକ କେଶ୍‌ରେ ରକ୍ତର ପଲିମରେଜ ଚେନ ରିଆକ୍‌ସନ୍ ପରୀକ୍ଷା ଆବଶ୍ୟକ ହୁଏ ।[]

ପୀର ଜର ନିମନ୍ତେ ଏକ ବିପଦମୁକ୍ତ ଓ ଫଳପ୍ରଦ ଟିକା ଅଛି ଯାହା କେତେକ ଦେଶରେ ଭ୍ରମଣକାରୀଙ୍କ ନିମନ୍ତେ ଆବଶ୍ୟକ ହୁଏ ।[] ଅନ୍ୟ ପ୍ରଚେଷ୍ଟା ମଧ୍ୟରେ ସଂଚାରକାରୀ ମଶା ସଂଖ୍ୟା କମେଇ ସଂକ୍ରମଣ ରୋକିବା ଆବଶ୍ୟକ ।[] ପୀତ ଜର ପ୍ରବଣ ଇଲାକାରେ ଟିକା ଦିଆ ନ ଯାଉଥିଲେ ଶୀଘ୍ରାତିଶୀଘ୍ର ରୋଗ ନିର୍ଣ୍ଣୟ କରି ଗୋଟାଏ ବିରାଟ ଏରିଆର ଲୋକଙ୍କୁ ଟିକା ଦେଇ ସଂକ୍ରମଣ ରୋକିବା ଦରକାର ।[] ରୋଗ ହୋଇଥିଲେ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ, ଯେହେତୁ ଏହି ଭୁତାଣୁ ମାରିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[] ରୋଗ ଉତ୍କଟ ଥିଲେ ବିନା ଚିକିତ୍ସାରେ ଅଧା ଲୋକ ମରିଯାଆନ୍ତି । []

ପ୍ରତି ବର୍ଷ ୨୦୦୦୦୦ ଲୋକ ପୀତ ରୋଗରେ ସଂକ୍ରମିତ ହୁଅନ୍ତି ଓ ୩୦୦୦୦ ହଜାର ମୃତ୍ୟୁ ବରଣ କରନ୍ତି,[] ଏମାନଙ୍କ ମଧ୍ୟରୁ ୯୦% ଆଫ୍ରିକାର ଅଧିବାସୀ ।[] ଏହି ରୋଗ ଥିବା ସ୍ଥାନମାନଙ୍କରେ ପ୍ରାୟ ଏକ ବିଲିଅନ (ଆମେରିକା ହିସାବରେ ୧୦୦ କୋଟି) ଲୋକ ବାସ କରନ୍ତି ।[] ଗ୍ରଷ୍ମମଣ୍ଡଳୀୟ ସ୍ଥାନ ଯଥା ଦକ୍ଷିଣ ଆମେରିକା, ଆଫ୍ରିକାରେ ଏହା ଅତି ସାଧାରଣ କିନ୍ତୁ ଏସିଆରେ ନୁହେଁ ।[][] ସନ ୧୯୮୦ ପରଠାରୁ ଏହି ରୋଗ ସଂଖ୍ୟା ବଢ଼ିବାରେ ଲାଗିଛି ।[][] ବିଶ୍ୱସ କରାଯାଏ ଯେ ଅଳ୍ପ ଲୋକ ଇମ୍ମ୍ୟୁନ ଥିବାରୁ, ଅଧିକ ସ‌ହର ଅଧିବାସୀ ହୋଇଥିବାରୁ, ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ଓ ଜଳବାୟୁ ବଦଳୁଥିବାରୁ ଏହି ରୋଗ ହୁଏ ।[] ଆଫ୍ରିକାରୁ ଆରମ୍ଭ ହୋଇ ସପ୍ତଦଶ ଶତାବ୍ଦୀରେ ଦାସ ବ୍ୟବସାୟ ଯୋଗୁ ଆମେରିକାକୁ ବ୍ୟାପିଗଲା ।[] ସେହି ଶତାବ୍ଦୀଠାଅରୁ ଆମେରିକା, ଆଫ୍ରିକା ଓ ୟୁରୋପରେ ଅନେକ ପୀତ ଜର ମଡ଼କ ହେଲାଣି । [] ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ଏହି ରୋଗକୁ ଏକ ଭୟଙ୍କର ସଂକ୍ରମଣକାରୀ ରୋଗ ହିସାବରେ ବିବେଚନା କରାଯାଉଥିଲା ।[] ପ୍ରଥମ ମାନବ ଭୁତାଣୁ ଭାବେ ଏହା ଆବିଷ୍କୃତ ହୋଇଥିଲା ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads