ବାଇପୋଲାର ଡିଜଅଡର
ମାନସିକ ବିକୃତି From Wikipedia, the free encyclopedia
Remove ads
ବାଇପୋଲାର ଡିଜଅଡର ବା ବାଇପୋଲାର ଆଫେକ୍ଟିଭ ଡିଜଅଡର (ଇଂରାଜୀରେ ଯଥାକ୍ରମେ bipolar disorder, bipolar affective disorder ଓ ଅତୀତରେ ଏହାର ନାମ ମାନିକ ଡିପ୍ରେସିଭ ଅସୁସ୍ଥତା ଇଂରାଜୀରେ manic-depressive illness), ଏକ ମାନସିକ ରୋଗ ଯେଉଁଥିରେ ସାମୟିକ ଉଚ୍ଚ ପ୍ରସନ୍ନତା (elevated mood) ଓ ତୀବ୍ର ଅବସାଦ (periods of depression) ଦେଖାଯାଏ ।[୧][୨] ଉଚ୍ଚ ପ୍ରସନ୍ନତାକୁ ଗମ୍ଭୀରତା ଅନୁଯାୟୀ ବା ସାଇକୋସିସ ଥିଲେ ମାନିଆ ବା ହାଇପୋମାନିଆ ନାମ ଦିଆଯାଏ । ମାନିଆ ଥିଲେ ରୋଗୀ ଅହେତୁକ ସୁଖୀ, ଶକ୍ତିଶାଳୀ ବା ଚିଡ଼ଚିଡ଼ା ଅନୁଭବ କରେ । [୧] ସମସ୍ୟାର ଫଳାଫଳକୁ ବିଚାରକୁ ନ ନେଇ ସେମାନେ ସିଦ୍ଧାନ୍ତ ନିଅନ୍ତି । ଶୟନ ଆବଶ୍ୟକତା କମିଯାଏ । [୨] ଅବସାଦ ସମୟରେ ଅଯଥା କ୍ରନ୍ଦନ, ଆଖିରେ ଆଖି ମିଶେଇବା ଅକ୍ଷମତା ଓ ଜୀବନ ପ୍ରତି ବିଯୁକ୍ତାତ୍ମକ ଦୃଷ୍ଟିକୋଣ ଅନୁଭବ ହୁଏ । [୧] ନିଜର କ୍ଷତି (self harm) ୩୦ରୁ ୪୦% ଲୋକ କରନ୍ତି ଓ ଆତ୍ମହତ୍ୟା ପ୍ରବଣ ୨0 ବର୍ଷ ମଧ୍ୟରେ ୬ % ରୋଗୀ କରନ୍ତି । [୧] ଅନ୍ୟ ମାନସିକ ଅବସ୍ଥା ଓ ନିଶା ଅପବ୍ୟବହାର ଏହା ସହ ସଂଯୁକ୍ତ ଥାଏ । [୧]
ଏହି ରୋଗର କାରଣ ଏବେ ବି ଅସ୍ପଷ୍ଟ, ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହୋଇପାରେ । [୧] ଅନେକ ସ୍ୱଳ୍ପ ପ୍ରଭାବ ସମ୍ପର୍ଣ୍ଣ ଜିନମାନଙ୍କର ଏହି ରୋଗ ହେବାରେ ଭୂମିକା ଥାଏ । [୧][୩] ପରିବେଶ ଉପାଦାନ ମଧ୍ୟରେ ମାନସିକ ଚାପ ଓ ଶୈଶବ ଅବହେଳା (childhood abuse) ମୁଖ୍ୟ କାରଣ ଥାଏ । [୧] ଯଦି ରୋଗୀର ଅତି କମ୍ରେ ଗୋଟିଏ ଥର ମାନିକ ଘଟଣା ଥାଏ ତା'ହେଲେ ବାଇପୋଲାର ୧ ଡିଜଅଡର ଓ ଯଦି ଅତି କମ୍ରେ ଗୋଟିଏ ହାଇପୋମାନିକ ଘଟଣା ସହ ଘୋଟିଏ ବଡ଼ ଅବସାଦ ଘଟଣା ଥାଏ ତା'ହେଲେ ବାଇପୋଲାର ୨ ଡିଜଅଡର କୁହାଯାଏ । ସ୍ୱଳ୍ପ ଲକ୍ଷଣ ସମ୍ପର୍ଣ୍ଣ ଦୀର୍ଘକାଳୀନ ରୋଗ ଥିଲେ ସାଇକ୍ଲୋଥାଇମିକ ଡିଜଅଡର କୁହାଯାଏ । ନିଶା ଓ ଅନ୍ୟ ଡାକ୍ତରୀ କାରଣଯୋଗୁ ହେଲେ ଏହାର ବର୍ଗୀକରଣ ଅନ୍ୟ ଭାବରେ ହୁଏ । [୨] ସମ ସମସ୍ୟା ସମ୍ପର୍ଣ୍ଣ ଅନ୍ୟ ରୋଗମାନଙ୍କ ନାମ: ନିଶା ଅପବ୍ୟବହାର, ବ୍ୟକ୍ତିତ୍ୱ ଡିଜଅଡର, ଅନୁଧ୍ୟାନ ଅଭାବ ଡିଜଅଡର ଓ ସିଜୋଫ୍ରେନିଆ ତଥା ଅନେକ ଡାକ୍ତରୀ ରୋଗ । [୧]
ସାଧାରଣତଃ ଏହି ରୋଗୀମାନଙ୍କର ମନସ୍ତତ୍ତ୍ୱ ଚିକିତ୍ସା ଓ ମତି ସଂସ୍ଥାପନା ଔଷଧ କିମ୍ବା ମନୋବିକାର ଚିକିତ୍ସା କରାଯାଏ । ଲିଥିଅମ ଓ ଆଣ୍ଟିକନଭଲ୍ସାଣ୍ଟ ଔଷଧ ମତି ସଂସ୍ଥାପନା ନିମନ୍ତେ ଦିଆଯାଏ । ରୋଗୀର ଅନିଚ୍ଛା ସତ୍ତ୍ୱେ ଡାକ୍ତରଖାନା ଚିକିତ୍ସା ଦରକାର ହୋଇପାରେ ଯେତେବେଳେ କି ରୋଗୀର ନିଜ ଓ ଅନ୍ୟପ୍ରତି ସଙ୍କଟ ଥାଏ ତଥାପି ଚିକିତ୍ସା କରିବାକୁ ଇଚ୍ଛା କରେନି । ଅତିଶୟ ବ୍ୟବହାରିକ ଅସୁବିଧା ଥିଲେ ସ୍ୱଳ୍ପକାଳୀନ ବେଞ୍ଜୋଡାଏଜେପିନ ବା ଆଣ୍ଟିସାଇକୋଟିକ ଦିଆଯାଏ । ମାନିଆ ସମୟରେ ଆଣ୍ଟିଡିପ୍ରେସାଣ୍ଟ ଦେବା ବନ୍ଦ କରିଦିଆଯାଏ । ଅବସାଦ ସମୟରେ ଯଦି ଆଣ୍ଟିଡିପ୍ରେସାଣ୍ଟ ଦିଆଯାଏ ତେବେ ଏହା ସହ ମୁଡସ୍ଟାବିଲାଇଜର ଦିଆଯାଏ । ଅନ୍ୟ ଚିକିତ୍ସା କିଛି କାମ ନ କଲେ ଇଲେକ୍ଟ୍ରୋକନଭଲ୍ସିଓଥେରାପି (Electroconvulsive therapy) ଉପକାରରେ ଆସେ । ଔଷଧ ବନ୍ଦ କରିବାକୁ ହେଲେ ହଠାତ୍ ବନ୍ଦ ବ କରି ଧୀରେ ବନ୍ଦ କରାଯାଏ । ଅଧିକାଂଶ ଲୋକଙ୍କର ସାମାଜିକ, ଆର୍ଥିକ କିମ୍ବା କର୍ମ ବୈଷୟିକ ଅସୁବିଧା ଏହି ରୋଗ ଯୋଗୁ ଥାଏ । ହାରାହାରି ୧/୩ରୁ ୧/୪ ସମୟରେ ଏହି ଅସୁବିଧା ହୁଏ । ସାଧାରଣ ଲୋକମାନଙ୍କର ମୃତ୍ୟୁ ସଙ୍କଟ ଅପେକ୍ଷା ଏହି ରୋଗୀଙ୍କର ୨ଗୁଣ ଅଧିକ ସଙ୍କଟ ଥାଏ । ଏହା ଦରିଦ୍ର ଜୀବନଚର୍ଯ୍ୟା ଓ ଔଷଧମାନଙ୍କର ପ୍ରତିକ୍ରିୟା ଯୋଗୁ ହୁଏ । [୧]
ଆମେରିକାରେ ୩ % ଲୋକଙ୍କର ଜୀବନର ଯେ କୌଣସି ସମୟରେ ବାଇପୋଲାର ରୋଗ ହୁଏ । [୪] ଅନ୍ୟ ଦେଶମାନଙ୍କରେ ଏହି ହାର ୧% ଥାଏ । ସାଧାରଣତଃ ୨୫ ବର୍ଷ ବୟସରେ ଏହି ରୋଗ ଆରମ୍ଭ ହୁଏ । [୧] ପୁରୁଷ ଓ ମହିଳାମାନଙ୍କର ସମାନ ହାର ଥାଏ । [୫] ଆମେରିକାରେ ୧୯୯୧ ବର୍ଷରେ ଏହି ରୋଗର ଆର୍ଥିକ କ୍ଷତି ପ୍ରାୟ ୪୫ ବିଲିଅନ ଡଲାର । [୬] ବାର୍ଷିକ ୫୦ କର୍ମଦିବସରେ ଅନୁପସ୍ଥିତି ଏହି ରୋଗ ସହ ସମ୍ପର୍କ ଥିବା ଜଣାଯାଏ । [୬] ଅଧିକାଂଶ ସମୟରେ ବାଇପୋଲାର ଡିଜଅଡର ରୋଗୀ ସାମାଜିକ ଲାଞ୍ଛନ (social stigma) ସହ୍ୟ କରନ୍ତି ।[୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads