ଆଜନ୍ମ ତୃଟି

ଜନ୍ମରୁ ଥିବା ଶାରୀରିକ ବା ମାନସିକ ବିକାଶ ମୂଳକ ତୃଟି From Wikipedia, the free encyclopedia

ଆଜନ୍ମ ତୃଟି
Remove ads

ଆଜନ୍ମ ତୃଟି ବା ଜନ୍ମ ଦୋଷ ବା ଜନ୍ମଗତ ଅକ୍ଷମତା (ଇଂରାଜୀ ଭାଷାରେ birth defect, also known as a congenital disorder) ଏକ ରୋଗ ଯେଉଁଥିରେ ଯେଉଁ କାରଣରୁ ହେଉନା କାହିଁକି ଜନ୍ମରୁ ତୃଟି ଥାଏ । [] ଏହି ତୃଟି ଶାରୀରିକ ଅକ୍ଷମତା (Physical disability), ବୌଦ୍ଧିକ ଅକ୍ଷମତା (intellectual disability) ବା ବିକାଶ ଅକ୍ଷମତା (developmental disability) ହୋଇପାରେ ।[] ଅକ୍ଷମତା ସାମାନ୍ୟରୁ ସାଂଘାତିକ ପର୍ଯ୍ୟନ୍ତ ହୋଇପାରେ ।[] ଜନ୍ମ ଦୋଷ ଦୁଇ ପ୍ରକାର ଥାଏ ଯଥା:- ଗଠନ ମୂଳକ ଦୋଷ ଯେଉଁଥିରେ ଦେହର ଆକାର ସମସ୍ୟା ଥାଏ ଓ କାର୍ଯ୍ୟକାରୀ ଦୋଷ (functional disorder) ଯେଉଁଥିରେ ଦେହର ଅଂଶ କାମ କରିବାରେ ସମସ୍ୟା ଦେଖାଯାଏ ।[] କାର୍ଯ୍ୟକାରୀ ଦୋଷ ମଧ୍ୟରେ ମେଟାବୋଲିକ ରୋଗ (metabolic) ଓ ଅବକ୍ଷୟ (degenerative disorders) ରୋଗ ଥାଏ ।[] କେତେକ ରୋଗୀଙ୍କର ଉଭୟ ଗଠନ ମୂଳକ ଓ କାର୍ଯ୍ୟକାରୀ ଦୋଷ ଥାଏ ।[]

Quick Facts ଆଜନ୍ମ ତୃଟି (Birth defect), ବିଭାଗ ...

ଆଜନ୍ମ ତୃଟି ହେବାର କାରଣ ମଧ୍ୟରେ ଜେନେଟିକ (genetic) ବା କ୍ରୋମୋଜୋମ ରୋଗ (chromosomal disorders), କେତେକ ଔଷଧ ବା ରାସାୟନିକ ଦ୍ରବ୍ୟ ସଂସ୍ପର୍ଶ ବା କେତେକ ଗର୍ଭାବସ୍ଥାର ସଂକ୍ରମଣ (infections during pregnancy) ଦାୟୀ ହୁଅନ୍ତି ।[] ଫଲିକ ଏସିଡ (folic acid) ଅଭାବ, ମଦ୍ୟାପାନ (alcohol) ବା ଧୂମ୍ରପାନ (smoking), ଅଣନିୟନ୍ତ୍ରିତ ମଧୁମେହ, ୩୫ ବର୍ଷ ବୟସ ପରେ ମାଆ ହେବାରେ ଏହି ସଙ୍କଟ ସୃଷ୍ଟି ହୁଏ ।[][] କେତେକ କେଶ୍‌ରେ ଏକାଧିକ ସଙ୍କଟ କାରକ ଥିବା ଦେଖାଯାଏ ।[] ଏହି ରୋଗ ଜନ୍ମରୁ ଦେଇପାରେ ବା ନବଜାତ ସ୍କ୍ରିନିଙ୍ଗ ପରୀକ୍ଷା (screening tests) କରି ନିର୍ଣ୍ଣୟ କରାଯାଏ ।[୧୦] ପ୍ରାକ ପ୍ରସବ କାଳରେ ଅନେକ ତୃଟି ପ୍ରିନାଟାଲ ଟେଷ୍ଟଦ୍ୱାରା (prenatal tests) ଚିହ୍ନଟ ହୋଇପାରିବ ।[୧୦]

ତୃଟି ଅନୁସାରେ ଚିକିତ୍ସା କରାଯାଏ ।[] ଆବଶ୍ୟକାତ ଅନୁଯାୟୀ ଥେରାପି (Therapy), ଔଷଧ, ଅପରେଶନ, ଆସିସ୍ଟିଭ ଟେକନୋଲୋଜି (assistive technology କରାଯାଏ ।[] ସନ ୨୦୧୫ରେ ପ୍ରାୟ ୯୬ ନିୟୁତ ଲୋକଙ୍କର ଜନ୍ମ ତୃଟି ଥିଲା ।[୧୧] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୩% ନବଜାତ ଶିଶୁଙ୍କଠାରେ ଏହା ଦେଖାଯାଏ ।[] ଏହି ଚିହ୍ନଟ ଫଳରେ ସନ ୧୯୯୦ରେ ୭୫୧,୦୦୦ ମୃତ୍ୟୁ ହୋଇଥିବା ସ୍ଥଳେ ସନ ୨୦୧୫ରେ ଏହା କମିଯାଏ ୬୨୮,୦୦୦ ମୃତ୍ୟୁ ହୋଇଛି । [୧୨][] ସର୍ବାଧିକ ମୃତ୍ୟୁ ଜନ୍ମଗତ ହୃତ୍‌ପିଣ୍ଡ ରୋଗ (congenital heart disease, ୩୦୩,୦୦୦), ତା'ପରେ ନିଉରାଲ ଟ୍ୟୁବ ତୃଟି (neural tube defects, ୬୫,୦୦୦) ଯୋଗୁ ହୁଏ ।[]

Remove ads

ଏହା ମଧ୍ୟ ଦେଖନ୍ତୁ

ଆଧାର

ବାହ୍ୟ ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads