କୋଲେଷ୍ଟେରୋଲ

From Wikipedia, the free encyclopedia

କୋଲେଷ୍ଟେରୋଲ
Remove ads

କୋଲେଷ୍ଟେରୋଲ ହେଉଛି ଏକ ସ୍ନେହସାର ବା ମହମ ଜାତୀୟ ପଦାର୍ଥ । ଏହା ଜଳରେ ଅଦ୍ରବଣୀୟ । ଏହା ରକ୍ତରେ ମଧ୍ୟ ଦ୍ରବଣୀୟ ନୁହେଁ । କୋଲେଷ୍ଟ୍ରଲ୍‌ ପ୍ରୋଟିନ ସହ ମିଶି ଲିପୋପ୍ରୋଟିନ ତିଆରି କରେ । ଏହି ପ୍ରୋଟିନ କୋଲେଷ୍ଟ୍ରଲ ଚାରିପାଖରେ ଏକ ଆବରଣ ସୃଷ୍ଟି କରେ । ଯେତେବେଳେ କୋଲେଷ୍ଟ୍ରଲରେ ପ୍ରୋଟିନର ପରିମାଣ ଅଧିକ ହୁଏ, ଏହା ଯକୃତରେ ପ୍ରବେଶ କରି ଏକ ପ୍ରକାର ପିତ୍ତରସଯୁକ୍ତ ଅମ୍ଲ ତିଆରି କରେ । ଏହାକୁ ହାଇ-ଡେନ୍‌ସିଟି-ଲିପୋପ୍ରୋଟିନ ବା ଏଚ୍.ଡି.ଏଲ୍ କୁହାଯାଏ । ସାଧାରଣତଃ ଏହାକୁ ଉପକାରି କୋଲେଷ୍ଟ୍ରଲ ଭାବରେ ବିବେଚନା କରାଯାଏ ।

Quick facts Names, Identifiers ...
Thumb
Microscopic appearance of cholesterol crystals in water. Photo taken under polarized light.

ଯେତେବେଳେ ଲିପୋପ୍ରୋଟିନରେ ପ୍ରୋଟିନର ପରିମାଣ କମ୍‌ ହୋଇ ସ୍ନେହସାରର ପରିମାଣ ଅଧିକ ହୋଇଥାଏ ଏହା ରକ୍ତରେ ଅଧିକ ଦୂର ଗତି କରିପାରିନଥାଏ । କୋଷରେ ଥିବା କେତେକ ସ୍ୱତନ୍ତ୍ର ଗ୍ରାହୀ ଅଙ୍ଗ ସହ ଏହା ବାନ୍ଧି ହୋଇ ଲୋ-ଡେନ୍‌ସିଟି-ଲିପୋପ୍ରୋଟିନ ବା ଏଲ୍‌.ଡି.ଏଲ୍‌ ଗଠନ କରେ । ସାଧାରଣତଃ ଏହା ଶରୀର ପାଇଁ କ୍ଷତିକାରକ ହୋଇଥିବାରୁ ଏହାକୁ ଅପକାରୀ କୋଲେଷ୍ଟ୍ରଲ ଭାବରେ ବିବେଚନା କରାଯାଇଥାଏ ।

ପ୍ରାୟ ୭୫ଭାଗ କୋଲେଷ୍ଟ୍ରଲ ଯକୃତରେ ସୃଷ୍ଟି ହୋଇଥାଏ । ଶରୀରର କ୍ଷୁଦ୍ରାନ୍ତ୍ର ମଧ୍ୟ କିଛି ପରିମାଣର କୋଲେଷ୍ଟ୍ରଲ ତିଆରି କରିବା ସହ ଏହାର ଶୋଷଣ କରିଥାଏ । ସାଧାରଣ ଖାଦ୍ୟ ପଦାର୍ଥଦ୍ୱାରା ମଧ୍ୟ ଶରୀରରେ ୩୦୦ରୁ ୫୦୦ ମିଲିଗ୍ରାମ କୋଲେଷ୍ଟ୍ରଲ ସୃଷ୍ଟି ହୋଇଥାଏ । ଏହି କୋଲେଷ୍ଟ୍ରଲ ସାଧାରଣତଃ ମାଂସ ଓ କ୍ଷୀର ଜାତୀୟ ଖାଦ୍ୟରୁ ଆସିଥାଏ । ଏପରିକି ଆମ ଖାଦ୍ୟ କୋଲେଷ୍ଟ୍ରଲ୍‌ ରହିତ ହେଲେ ମଧ୍ୟ ଶରୀରରେ ଶ୍ୱେତସାର, ପୁଷ୍ଟିସାରସ୍ନେହସାରର ବିଘଟନ ଘଟି ଅଙ୍ଗାରକ ବା କାର୍ବନ ଉତ୍ପାଦିତ ହୋଇଥାଏ, ଯାହାକୁ ଯକୃତ କୋଲେଷ୍ଟ୍ରଲରେ ରୂପାନ୍ତରିତ କରିଥାଏ ।

ଜଣେ ମଣିଷ ସାରା ଜୀବନ ପାଇଁ କୋଲେଷ୍ଟ୍ରଲଯୁକ୍ତ ଖାଦ୍ୟ ଖାଇବା ବନ୍ଦ କରିଦେଲେ ମଧ୍ୟ ଶରୀରରେ କୋଲେଷ୍ଟ୍ରଲର ପରିମାଣ ହ୍ରାସ ପାଇ ନଥାଏ । ଏହା କିପରି ସମ୍ଭବ? ପ୍ରଥମତଃ ଆମ ଶରୀରର ପ୍ରତ୍ୟେକ କୋଷ ପ୍ରତ୍ୟେକ କୋଷ କୋଲେଷ୍ଟ୍ରଲ ସୃଷ୍ଟି କରିବା ପାଇଁ ସକ୍ଷମ । ଶରୀରର ପ୍ରତ୍ୟେକ କୋଷ ଏହାର ଚାରିପଟେ ଏକ ସୁରକ୍ଷା ଆବରଣ ସୃଷ୍ଟି ପାଇଁ ଚେଷ୍ଟିତ ଥାଏ । ଶରୀର ପ୍ରତ୍ୟେକ କୋଷକୁ ନିରୀକ୍ଷଣ କରୁଥାଏ । ଯେତେବେଳେ କୌଣସି ଏକ କୋଷରେ କୋଲେଷ୍ଟ୍ରଲର ପରିମାଣ ହ୍ରାସ ପାଏ ସେତେବେଳେ ଅଧିକ କୋଲେଷ୍ଟ୍ରଲ ସୃଷ୍ଟି ପାଇଁ ଏହା କୋଷକୁ ପ୍ରେରଣା ଦେଇଥାଏ । ଯଦିଓ ସସସ୍ତ କୋଷ କୋଲେଷ୍ଟ୍ରଲ ସୃଷ୍ଟି ପାଇଁ ସକ୍ଷମ ବେଳେବେଳେ କେତେକ କୋଷ ବାହ୍ୟ ସହାୟତା ଆବଶ୍ୟକ କରିଥାଆନ୍ତି। ଏଥିନିମନ୍ତେ ଯକୃତ ସହାୟତା କରିଥାଏ ।

କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ବଂଶାନୁକ୍ରମ ମଧ୍ୟ ଏକ ମୂଖ୍ୟ ଭୂମିକା ଗ୍ରହଣ କରିଥାଏ । କେତେକ କ୍ଷେତ୍ରରେ ଅଧିକ ସ୍ନେହସାର ଜାତୀୟ ଖାଦ୍ୟ ଖାଇଲେ, ଶରୀରର ନିଜସ୍ୱ କୋଲେଷ୍ଟ୍ରଲ ସୃଷ୍ଟି କ୍ଷମତା ହ୍ରାସ ପାଇଥାଏ । କିନ୍ତୁ ଅନ୍ୟ କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ହୋଇନଥାଏ । ସେହି କ୍ଷେତ୍ରରେ ଅଧିକ ସ୍ନେହସାର ଜାତୀୟ ଖାଦ୍ୟ ଖାଇଲେ ମଧ୍ୟ, ଶରୀରର ନିଜସ୍ୱ କୋଲେଷ୍ଟ୍ରଲ ସୃଷ୍ଟି କ୍ଷମତା ହ୍ରାସ ପାଇ ନଥାଏ । ବୟସର ବୃଦ୍ଧି ସହ ଏହି କୋଲେଷ୍ଟ୍ରଲ ରକ୍ତନଳୀରେ ରହି ଏହାକୁ ସଂକୁଚିତ କରି ଥାଏ। ଫଳରେ ହୃତ୍‌ପିଣ୍ଡକୁ ରକ୍ତପ୍ରବାହରେ ବାଧାସୃଷ୍ଟି ହୋଇଥାଏ ।

ଶରୀର କୋଲେଷ୍ଟ୍ରଲ୍‌ର ବ୍ୟବହାର କରି କୋଷଝିଲ୍ଲୀ ତିଆରି କରିବା ସହିତ ଚର୍ମରେ ଭିଟାମିନ ଡିର ରୂପାନ୍ତରଣ ଘଟାଇଥାଏ, ଖାଦ୍ୟ ହଜମରେ ସାହାଯ୍ୟ କରିଥାଏ ଏବଂ ଓଭାରୀ ଓ ଟେଷ୍ଟିସ୍‌ରୁ ଯଥାକ୍ରମେ ଇଷ୍ଟୋଜେନ ଓ ଟେଷ୍ଟୋଷ୍ଟିରନ କ୍ଷରଣରେ ସାହାଯ୍ୟ କରିଥାଏ । ଏହି ସମସ୍ତ କାର୍ଯ୍ୟ ହାଇ-ଡେନ୍‌ସିଟି-ଲିପୋପ୍ରୋଟିନ ବା ଏଚ୍.ଡି.ଏଲ୍ଦ୍ୱାରା ହୋଇଥାଏ । ଏଚ୍.ଡି.ଏଲ୍ ମଧ୍ୟ ଏଲ୍‌.ଡି.ଏଲ୍‌କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Remove ads

ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣର ଉପାୟ

  1. ଏଇରୋବିକ ବ୍ୟାୟାମ: ପ୍ରତ୍ୟେକ ଦିନ ୫ରୁ ୩୦ ମିନିଟ ପର୍ଯ୍ୟନ୍ତ ଏଇରୋବିକ୍‌ ବ୍ୟାୟାମ କରିବାଦ୍ୱାରା ଶରୀରରେ ଏଚ୍.ଡି.ଏଲ୍‌ର ମାତ୍ରା ୫ରୁ୧୦ ପ୍ରତିଶତ ବୃଦ୍ଧି ପାଇଥାଏ ।
  2. ଓଜନ ହ୍ରାସ: ଯଦି ଆପଣ ମୋଟାପଣ ବା ଓବେସିଟିର ଶିକାର ହୋଇଥାଆନ୍ତି ତେବେ ପ୍ରତି ୭ ପାଉଣ୍ଡର ହ୍ରାସଦ୍ୱାରା 1mg/Dl ପରିମାଣର ଏଚ୍.ଡି.ଏଲର ବୃଦ୍ଧି କରିପାରିବେ ।
  3. ଧୂମପାନ ପରିତ୍ୟାଗ: ଧୂମପାନ ପରିତ୍ୟାଗଦ୍ୱାରା ଶରୀରରେ ୧୫ରୁ ୨୦ ପ୍ରତିଶତ ଏଚ୍.ଡି.ଏଲ୍‌ର ପରିମାଣ ବୃଦ୍ଧି ପାଇଥାଏ।
  4. ଉପଯୁକ୍ତ ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ: ଦୈନନ୍ଦୀନ ଖାଦ୍ୟରେ ଉଦ୍‌ଜାନୀକରଣ ସ୍ନେହସାରର ପରିମାଣକୁ ହ୍ରାସ କରି ଆପଣ ଏଲ୍.ଡି.ଏଲ୍‌ର ପରିମାଣକୁ ହ୍ରାସ କରିପାରିବେ । ରିଫାଇନ ଚାଉଳ ଓ ଗହମ ପରି ଖାଦ୍ୟକୁ ବର୍ଜନ କରିବା ଉଚିତ ।
  5. ପ୍ରାଣାୟମ: କପାଳଭାତି ଓ ଅନୁଲୋମ ବିଲୋମ ପରି ପ୍ରାଣାୟମର ଅଭ୍ୟାସଦ୍ୱାରା ଆପଣ ଶରୀରରେ ଏଚ୍.ଡି.ଏଲ୍‌ର ପରିମାଣକୁ ବହୁ ପରିମାଣରେ ବୃଦ୍ଧି କରିପାରିବେ।
  6. ଉପଯୁକ୍ତ ଔଷଧ ବ୍ୟବହାର: ନିଆସିନ ଜାତୀୟ ଔଷଧର ବ୍ୟବହାର କରି ଆପଣ ଏଚ୍.ଡି.ଏଲର ମାତ୍ରାକୁ ବୃଦ୍ଧି କରିପାରିବେ ।
Remove ads

ଅଧିକ ଦେଖନ୍ତୁ

ଅତିରିକ୍ତ ଚିତ୍ର

ଆଧାର

ବାହାର ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads