କଣ୍ଡୋମ

ଜନ୍ମ ନିରୋଧ ଉପକରଣ From Wikipedia, the free encyclopedia

କଣ୍ଡୋମ
Remove ads

କଣ୍ଡୋମ (ଇଂରାଜୀ ଭାଷାରେ condom) ଏକ ମୁଣି ଆକାରର ଏକ ପ୍ରତିବନ୍ଧ ଉପକରଣ (barrier device) ଯାହା ଯୌନ ସମ୍ଭୋଗ (sexual intercourse) ସମୟରେ ଗର୍ଭାଧାନ ସମ୍ଭାବନା ଓ ଯୌନସଞ୍ଚାରିତ ସଂକ୍ରମଣ (sexually transmitted infection ବା STIs) ରୋକିବା ନିମନ୍ତେ ବ୍ୟବ‌ହାର କରାଯାଏ ।[] ଏଥି ନିମନ୍ତେ ଉଭୟ ପୁରୁଷ ଓ ମହିଳା କଣ୍ଡୋମ (female condom) ମିଳେ ।[] ସଠିକ ଭାବରେ ପ୍ରତ୍ୟେକ ନାରୀ-ପୁରୁଷ ସମ୍ଭୋଗ ସମୟରେ ପୁରୁଷ ସାଥୀ କଣ୍ଡୋମ ବ୍ୟବ‌ହାର କଲେ ମାତ୍ର ୨% ଗର୍ଭାଧାନ ହାର ହୁଏ ।[] କିନ୍ତୁ ସାଧାରଣ ବ୍ୟବ‌ହାରରେ ଏହି ହାର ପ୍ରାୟ ବାର୍ଷିକ ୧୮% ହୁଏ ।[] କଣ୍ଡୋମ ବ୍ୟବ‌ହାର କଲେ ଗନରିଆ, କ୍ଲାମିଡିଆ (chlamydia), ଟ୍ରାଇକୋମୋନିଆସିସ୍, ହେପାଟାଇଟିସ ବିଏଚଆଇଭି/ଏଡସ ଇତ୍ୟାଦି ରୋଗ ସଙ୍କଟ ଅନେକ ପରିମାଣରେ କମିଯାଏ । କିଛି ପରିମାଣରେ ସୁରକ୍ଷା ମିଳୁଥିବା ଅନ୍ୟ କେତେକ ରୋଗମାନଙ୍କ ନାମ ଜେନିଟାଲ ହର୍ପିସ (genital herpes), ହ୍ୟୁମାନ ପାପିଲୋମା ଭୁତାଣୁ (human papillomavirus ବା HPV) ଓ ସିଫିଲିସ୍[]

Quick facts କଣ୍ଡୋମ, Background ...

ସମ୍ଭୋଗ ପୂର୍ବରୁ ଉତ୍ଥିଥ ପୁରୁଷାଙ୍ଗ (erect penis) ଉପରେ ପୁରୁଷ କଣ୍ଡୋମ ଗୁଡ଼େଇ ଦେବାଫଳରେ ମହିଳା ଯୌନାଙ୍ଗରେ ବୀର୍ଯ୍ୟ ପ୍ରବେଶକୁ ଅବରୋଧ କରେ । [][] ପୁରୁଷ କଣ୍ଡୋମ ଲେଟେକ୍ସରୁ (latex) ଓ ସ୍ୱଳ୍ପ ମାତ୍ରାରେ ପଲିୟୁରିଥେନ (polyurethane) ବା ମେଣ୍ଢାଛୁଆ ଅନ୍ତନଳୀରୁ ତିଆରି ହୁଏ । ପୁରୁଷ କଣ୍ଡୋମ ସ‌ହଜରେ ମିଳେ, ବ୍ୟବ‌ହାର ବିଧି ସ‌ହଜ ଓ ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଏ । ଲେଟେକ୍ସ ଆଲର୍ଜି (latex allergy) ଥିଲେ ପଲିୟୁରିଥେନ ବା ଅନ୍ୟ କୃତ୍ରିମ ସଂସ୍କରଣ ବ୍ୟବ‌ହାର କରାଯାଏ ।[] ମହିଳା କଣ୍ଡୋମ ପଲିୟୁରିଥେନରୁ ପ୍ରସ୍ତୁତ କରାଯାଇଥାଏ ଓ ଏକାଧିକ ଥର ବ୍ୟବ‌ହାର କରାଯାଇପାରେ ।[]

ସନ ୧୫୬୪ରୁ ଯୌନ ସଞ୍ଚାରିତ ରୋଗ ପ୍ରତିଷେଧ ନିମନ୍ତେ କଣ୍ଡୋମ ବ୍ୟବ‌ହାର କରାଯାଉଛି ।[] ରବର କଣ୍ଡୋମ ସନ ୧୮୫୫ରୁ ଓ ଲେଟେକ୍ସ କଣ୍ଡୋମ ସନ ୧୯୨୦ରୁ ବ୍ୟବ‌ହୃତ ହେଉଥିଲା । [][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଗୋଟିକର କ୍ରୟ ମୂଲ୍ୟ ପ୍ରାୟ ୦.୦୩ରୁ ୦.୦୮ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୁଲ୍ୟ ଏକ ଆମେରିକୀୟ ଡଲାରରୁ କମ୍ । [୧୦] ପୃଥିବୀର ୧୦%ରୁ କମ୍ ଲୋକ ଜନ୍ମ ନିରୋଧ ନିମନ୍ତେ କଣ୍ଡୋମ ବ୍ୟବ‌ହାର କରୁଛନ୍ତି ।[୧୧] ବିକଶିତ ଦେଶମାନଙ୍କରେ (developed world) ଅଧିକ କଣ୍ଡୋମ ବ୍ୟବ‌ହାର ହୁଏ ।[୧୧] ଜନ୍ମ ନିରୋଧ ଉପାୟ ନିମନ୍ତେ କଣ୍ଡୋମ ସଂଯୁକ୍ତ ରାଷ୍ଟ୍ରରେ ୨ୟ ସ୍ଥାନ (୨୨%) ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୩ୟ ସ୍ଥାନ (୧୫%) ଅଧିକାର କରିଛି ।[୧୨][୧୩] ବାର୍ଷିକ ପ୍ରାୟ ଛଅରୁ ନଅ ବିଲିଅନ କଣ୍ଡୋମ ପୃଥିବୀରେ ବିକ୍ରୟ ହୁଏ ।[୧୪]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads