ଫାଇବ୍ରୋମ୍ୟାଲ୍‌ଜିଆ

From Wikipedia, the free encyclopedia

ଫାଇବ୍ରୋମ୍ୟାଲ୍‌ଜିଆ
Remove ads

ଫାଇବ୍ରୋମ୍ୟାଲ୍‌ଜିଆ (ଏଫ୍ଏମ୍) ଏକ ମେଡିକାଲ ବେମାରୀ ଯେଉଁଥିରେ ଦେହର ଅନେକ ଜାଗାରେ କ୍ରନିକ ଯନ୍ତ୍ରଣା ହୁଏ ଓ ଦେହରେ ଚାପ ପଡ଼ିଲେ ଅସାମାନ୍ୟ ଯନ୍ତ୍ରଣା ହୁଏ ।[] ଥକ୍କା ଅନୁଭବ ଯୋଗୁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୁଏ ନିଦ୍ରା ସମସ୍ୟାସ୍ମରଣ ସମସ୍ୟା ହୁଏ ।[] ରେସ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ, ଅନ୍ତନଳୀ ବା ମୂତ୍ରାଶୟ ସମସ୍ୟା, ଉଚ୍ଚସ୍ୱର, ଆଲୋକ ଓ ଉତ୍ତାପକୁ ସମ୍ବେଦନଶୀଳ ଇତ୍ୟାଦି ଲକ୍ଷଣ କେତେକ ଲୋକ ପ୍ରକାଶ କରନ୍ତି ।[] ଅନେକ ସମୟରେ ଅବସାଦ, ଉତ୍କଣ୍ଠାଆଘାତୋତ୍ତର ଚାପ ବେମାରୀ ଏହି ରୋଗୀଙ୍କ ସ‌ହ ଦେଖାଯାଏ । ଅନେକ ପ୍ରକାରର କ୍ରନିକ ଯନ୍ତ୍ରଣା ମଧ୍ୟ ଏହି ରୋଗରେ ହୁଏ ।[]

Quick facts ଫାଇବ୍ରୋମ୍ୟାଲ୍‌ଜିଆ, ଉଚ୍ଚାରଣ ...

ଫାଇବ୍ରୋମ୍ୟାଲ୍‌ଜିଆ ରୋଗର କାରଣ ଅଜଣା ଥିଲେ ମଧ୍ୟ ପରିବେଶ ଓ ଜେନେଟିକ ପ୍ରଭାବ ଥିବା ବିଶ୍ୱାସ ଥିବା ବିଶ୍ୱାସ କରାଯାଏ ଓ ଉଭୟର ଅଧା ଅଧା ସଙ୍କଟ ଥାଇପାରେ ।[][] ଏହି ରୋଗ ପରିବାରରେ ଚାଲେ ଓ ଏକାଧିକ ଜିନ୍ ଏଥିରେ ସଂଶ୍ଳିଷ୍ଟ ଥାଆନ୍ତି ।[] ପରିବେଶ କାରକ, ମନସ୍ତାତ୍ତ୍ୱିକ ଚାପ, ଆଘାତ ଓ କେତେକ ସଂକ୍ରମଣ ଏଥି ନିମନ୍ତେ ଦାୟୀ ହୋଇପାରନ୍ତି ।[] କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ କୌଣସି ପ୍ରକ୍ରିୟା ଯୋଗୁ ଯନ୍ତ୍ରଣା ହେଉଥିବାରୁ ଏହାକୁ ସେଣ୍ଟ୍ରାଲ ସେନ୍ସିଟାଇଜେସନ୍ ସିଣ୍ଡ୍ରୋମ କୁହାଯାଏ ।[][] ଫାଇବ୍ରୋମ୍ୟାଲ୍‌ଜିଆକୁ ଏକ ବେମାରୀ ହିସାବରେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍‌ଥ୍ଆମେରିକାଲ କଲେଜ ଅଫ ରିଉମାଟୋଲୋଜି ସ୍ୱୀକୃତି ଦେଇଛନ୍ତି ।[][] ଏହା ନିମନ୍ତେ କୌଣସି ନିର୍ଣ୍ଣୟାତ୍ମକ ପରୀକ୍ଷା ନାହିଁ । [] ପ୍ରଥମେ ସମ୍ଭବ୍ୟ କାରଣମାନଙ୍କୁ ବାହାର କରିବାକୁ ପଡ଼େ ଓ କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଉପସ୍ଥିତି ଆବଶ୍ୟକ ହୁଏ । [][]

ଫାଇବ୍ରୋମ୍ୟାଲ୍‌ଜିଆ ରୋଗର ଚିକିତ୍ସା କଷ୍ଟସାଧ୍ୟ । ସୁନିଦ୍ରା, ନିୟମିତ ବ୍ୟାୟାମ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ସୁପାରିସ୍ କରାଯାଏ ।[] ଜ୍ଞାନାତ୍ମକ ବ୍ୟବ‌ହାରିକ ଥେରାପିରେ (Cognitive behavioral therapy) ସାହାଯ୍ୟ ମିଳେ ।[] ଔଷଧ ମଧ୍ୟରେ ଡୁଲୋକ୍‌ସେଟିନ୍, ମିଲ୍‌ନାସିପ୍ରାନ୍, ବା ପ୍ରିଗାବାଲିନ ବ୍ୟବ‌ହାର କରାଯାଇପାରେ ଅଫିମାତ୍ମକ ଯନ୍ତ୍ରଣାନିବାରକ ଔଷଧ କିଛି କାମ କରୁଥିବା ପ୍ରମାଣ ମିଳିନାହିଁ । ଅନୁପୂରକ ଖାଦ୍ୟର ଉପକାରୀତା ମଧ୍ୟ ପ୍ରମାଣିତ ହୋଇନାହିଁ । ଫାଇବ୍ରୋମ୍ୟାଲ୍‌ଜିଆ ଦୀର୍ଘସ୍ଥାୟୀ ହେଲେ ମଧ୍ୟ ଏହା ତନ୍ତୁନଷ୍ଟକାରୀ ନୁହେଁ ବା ପ୍ରାଣ‌ଘାତକ ନୁହେଁ ।[]

ଜନସଂଖ୍ୟାର ୨ରୁ୮% ଲୋକଙ୍କୁ ଫାଇବ୍ରୋମ୍ୟାଲ୍‌ଜିଆ ରୋଗ ହୁଏ । ଏହି ରୋଗ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଦୁଇ ଗୁଣ ଅଧିକ ହୁଏ । ପୃଥିବୀର ବିଭିନ୍ନ ସ୍ଥାନ ଓ ସଂସ୍କୃତିରେ ରୋଗ ହାର ପ୍ରାୟ ସମାନ ଥାଏ । ସନ ୧୯୯୦ରେ ଫାଇବ୍ରୋମ୍ୟାଲ୍‌ଜିଆ ରୋଗ ପ୍ରଥମେ ସଂଜ୍ଞାକୃତ ହେଲା ଓ ସନ ୨୦୧୧ରେ ଏହାର ମାନ‌ଦଣ୍ଡ ଅଦ୍ୟତନ କରାଗଲା ।[] ଏହି ରୋଗର ଶ୍ରେଣୀ ଗଠନ, ନିର୍ଣ୍ଣୟ ଓ ଚିକିତ୍ସା ବିଷୟ ବିବାଦାତ୍ମକ ଅଛି ।[][] ଏହି ରୋଗ ନିର୍ଣ୍ଣୟ କଲେ ଅନେକ ଲୋକ ପ୍ରଭାବିତ ହେବା ସମ୍ଭାବନା ଅଛି ବୋଲି କେତେକ ମତ ଦେବାବେଳେ ଆହୁରି ଅନେକ ଏହାକୁ ଉପକାରୀ ବୋଲି ବ୍ୟକ୍ତ କରୁଛନ୍ତି ।[] ଫାଇବ୍ରୋମ୍ୟାଲ୍‌ଜିଆ ଶବ୍ଦଟି ନୂଆ ଲାଟିନ ଭାଷାର (New Latin) ଫାଇବ୍ରୋ ଶବ୍ଦରୁ ଆସିଛି ଯାହାର ଅର୍ଥ "ତ‌ନ୍ତୁମୟ", ଗ୍ରୀସ ଭାଷାର ମାୟୋ (Greek μυώ myo-), ଶବ୍ଦର ଅର୍ଥ "ମାଂଶପେଶୀ", ଓ ଆଲଗୋସ୍ (Greek άλγος algos, ଶବ୍ଦର ଅର୍ଥ ଯନ୍ତ୍ରଣା; ଏକତ୍ର କଲେ ମାଂସପେଶୀ ତ‌ନ୍ତୁ ଯନ୍ତ୍ରଣା ବୁଝାଯାଏ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads