ଫ୍ରେସ ଫ୍ରୋଜନ ପ୍ଲାଜମା

From Wikipedia, the free encyclopedia

ଫ୍ରେସ ଫ୍ରୋଜନ ପ୍ଲାଜମା
Remove ads

ଫ୍ରେସ ଫ୍ରୋଜନ ପ୍ଲାଜମା (ଇଂରାଜୀ ଭାଷାରେ Fresh frozen plasma ବା FFP) ଏକ ରକ୍ତ ଜାତୀୟ ପଦାର୍ଥ (blood product) ଯାହା ସମ୍ପୁର୍ଣ୍ଣ ରକ୍ତରୁ (whole blood) ପ୍ରସ୍ତୁତ କରାଯାଏ ।[] ରକ୍ତରେ କମ୍ ରକ୍ତ ଜମାଟକାରୀ ଉପାଦାନ (blood clotting factors) ଇଣ୍ଟର ନ୍ୟାସନାଲ ନର୍ମାଲାଇଜଡ ରେସିଓ>୧.୫ ଥିଲେ ବା ଅନ୍ୟାନ୍ୟ ରକ୍ତ ପୁଷ୍ଟିସାର (blood proteins) ସ୍ତର କମ୍ ଥିଲେ ଏହି ଫ୍ରେସ ଫ୍ରୋଜନ ପ୍ଲାଜମା ଦିଆଯାଏ ।[][] ପ୍ଲାଜମା ବିନିମୟ ନିମନ୍ତେ ମଧ୍ୟ ଏହା ବ୍ୟବ‌ହାର କରାଯାଏ ।[] ଏହା ରୋଗୀକୁ ଦେବା ପୂର୍ବରୁ ନିର୍ଦ୍ଦିଷ୍ଟ ଏହି ବ୍ୟାଚ୍‌ର କମ୍ପାଟିବିଲିଟି ବା ଅନୁକୂଳ ପରୀକ୍ଷା କରି ତା'ପରେ ଦିଆଯାଏ । ପରିମାଣ ପୁରଣ ବା ଭଲ୍ୟୁମ ଏକ୍ସପାଣ୍ଡର (volume expander) ନିମନ୍ତେ ଏହା ଦିଆଯାଏନାହିଁ ।[] ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଏହା ଦିଆଯାଏ ।[]

Quick facts Clinical data, Synonyms ...

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଓ ଗଲୁ ହୋଇପାରେ ।[] କ୍ୱଚିତ୍ ଆଲର୍ଜି ପ୍ରତିକ୍ରିୟା, ରକ୍ତ ଜମାଟ (blood clots), ବା ସଂକ୍ରମଣ (infections) ହୋଇପାରେ ।[][] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ରୋଗୀର ପ୍ରୋଟିନ ଏସ ଡେଫିସିଏନ୍ସି (protein S deficiency), ଆଇଜିଏ ଡେଫିସିଏନ୍ସି (IgA deficiency) ବା ହୃଦ୍‌ପାତ ଇତିହାସ ଥିଲେ ବ‌ହୁତ ଯତ୍ନଶୀଳ ହେବାକୁ ପଡ଼େ ।[] ଜଳ, ପୁଷ୍ଟିସାର, ଶ୍ୱେତସାର, ଚର୍ବିଜୀବସାର ଇତ୍ୟାଦିର ଜଟିଳ ମିଶ୍ରଣ କରି ଏହା ତିଆରି କରାଯାଏ ।[] ଏହା ବରଫିକୃତ ଥିବାରୁ ଏକ ବର୍ଷ ପର୍ଯ୍ୟନ୍ତ ରହିପାରେ ।[]

ଦ୍ୱିତୀୟ ବିଶ୍ୱ‌‌ଯୁଦ୍ଧ ପରେ ଏହା ପ୍ରଥମେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଗଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୟୁନିଟର ମୂଲ୍ୟ ପ୍ରାୟ ୩୦ ପାଉଣ୍ଡ ।[] ଏହା ଅନ୍ୟ କେତେକ ଧରଣର ପ୍ରସ୍ତୁତିରେ ବିକ୍ରୟ ହେଉଛି ଓ ସେମାନଙ୍କର ନାମ ଫ୍ଲେବୋଟୋମିର ୨୪ଘଣ୍ଟା ମଧ୍ୟରେ ବରଫିକୃତ ପ୍ଲାଜମା (plasma frozen within 24 hours after phlebotomy), କ୍ରାୟୋପ୍ରେସିପିଟେଟ ରିଡ୍ୟୁସ୍‌ଡ ପ୍ଲାଜମା (cryoprecipitate reduced plasma) ଓ ସଲଭେଣ୍ଟ ଡିଟରଜେଣ୍ଟ ପ୍ଲାଜମା (solvent detergent plasma) ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads