ଇଙ୍ଗୁଇନାଲ ହାର୍ନିଆ
ଏହି ରୋଗରେ ଇଙ୍ଗୁଇନାଲ କେନାଲ ଭିତରକୁ ଉଦରସ୍ଥିତ ପଦାର୍ଥ ପଶିଯାଏ । From Wikipedia, the free encyclopedia
Remove ads
ଇଙ୍ଗୁଇନାଲ ହାର୍ନିଆ ରୋଗରେ ଇଙ୍ଗୁଇନାଲ କେନାଲ ଭିତରକୁ ଉଦରସ୍ଥିତ ପଦାର୍ଥ ପଶିଯାଏ । [୫] ପ୍ରାୟ ୬୬% ପ୍ରଭାବିତ ଲୋକଙ୍କଠାରେ ଲକ୍ଷଣ ଦେଖାଯାଏ । [୧] ଏଥିରେ କାଶ, ବ୍ୟାୟାମ କିମ୍ବା ଅନ୍ତନଳୀ ଗତି ସମୟରେ ଯନ୍ତ୍ରଣା କିମ୍ବା ଅସୁବିଧା ଲାଗିପାରେ । [୧] ଦିନସାରା ଖରାପ ଲାଗେ କିନ୍ତୁ ଶୋଇବା ସମୟରେ ଆରାମ ଲାଗେ । [୧] ହାର୍ନିଆ ସ୍ଥାନଟି ଫୁଲିଯାଏ ଓ ଭାର ବହନ କରିବା ସମୟରେ ବଡ଼ ଦେଖାଯାଏ । [୧] ବାମ ପାର୍ଶ୍ୱ ଅପେକ୍ଷା ଡାହାଣ ପାର୍ଶ୍ୱରେ ଇଙ୍ଗୁଏନାଲ୍ ହର୍ନିଆ ଅଧିକ ହୁଏ ।[୧] ଏହି ରୋଗରେ ମୂଖ୍ୟ ଚିନ୍ତାର ବିଷୟ ହେଉଛି ଷ୍ଟ୍ରାଙ୍ଗୁଲେସନ, ଅର୍ଥ ଚିପିହୋଇଯିବା ଯୋଗୁ ଉକ୍ତ ଅନ୍ତନଳୀକୁ ରକ୍ତଯୋଗାଣ ବନ୍ଦ ହୋଇଯାଏ ।[୧] ଏଥିରେ ଘୋର ଯନ୍ତ୍ରଣା ଏବଂ ଦରଜ ସୃଷ୍ଟି ହୋଇଥାଏ । [୧]
ଧୂମ୍ରପାନ, କ୍ରନିକ୍ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ, ମୋଟାପଣ, ଗର୍ଭଧାରଣ, ପେରିଟୋନିଆଲ୍ ଡାୟଲିସିସ୍, କୋଲାଜେନ ଭାସ୍କୁଲାର ରୋଗ ଏବଂ ପୂର୍ବରୁ ଆପେଣ୍ଡିସେକ୍ଟୋମି ହୋଇଥିଲେ ବିପଦ ସଙ୍କଟ ରହେ ।[୫] [୬] ହର୍ନିଆ ରୋଗର କାରଣ ଆଂଶିକ ଜେନେଟିକ ଥାଏ ଏବଂ ନିର୍ଦ୍ଦିଷ୍ଟ ପରିବାରରେ ପ୍ରାୟ ଘଟେ । [୧] ଭାରୀ ଜିନିଷ ଉଠାଇବା ସହିତ ଇଙ୍ଗୁଏନାଲ୍ ହର୍ନିଆସ୍ ଜଡିତ କି ନାହିଁ ତାହା ଅସ୍ପଷ୍ଟ । [୧] ଲକ୍ଷଣ ଉପରେ ଆଧାର କରି ହର୍ନିଆସ୍ ରୋଗ ନିର୍ଣ୍ଣୟ କରାଯାଇପାରେ ।[୧] ରୋଗ ନିର୍ଣ୍ଣୟକୁ ନିଶ୍ଚିତ କରିବା ପାଇଁ କିମ୍ବା ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପାଇଁ ବେଳେବେଳେ ମେଡିକାଲ ଇମେଜିଙ୍ଗ ବ୍ୟବହୃତ ହୁଏ । [୧]
ପୁରୁଷମାନଙ୍କର ଗ୍ରଏନ ହାର୍ନିଆ କଷ୍ଟକର ହୋଇନଥିଲେ ମରାମତି ଆବଶ୍ୟକ ହୁଏନି ।[୫] ମହିଳାମାନଙ୍କଠାରେ ଫିମୋରାଲ ହାର୍ନିଆ ଅଧିକ ହୁଏ ଓ ଅଧିକ ଜଟିଳ ହେଉଥିବାରୁ ମରାମତି ପାଇଁ ପରାମର୍ଶ ଦିଆଯାଏ ।[୧] ଷ୍ଟ୍ରାଙ୍ଗୁଲେସନ ହେଲେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ହୁଏ ।[୧] ଖୋଲା ଅସ୍ତ୍ରୋପଚାର କିମ୍ବା ଲାପାରୋସ୍କୋପି ସାହାଯ୍ୟରେ ମରାମତି କରାଯାଇପାରେ । ଖୋଲା ଅସ୍ତ୍ରୋପଚାରରେ ସ୍ଥାନୀୟ ନିଶ୍ଚେତକ ଦେବା ଲାଭ ଜନକ ହୁଏ ।[୧] ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ପରେ କମ୍ ଯନ୍ତ୍ରଣା ହୁଏ । [୧] [୭]
୨୦୧୫ ମସିହାରେ ଇଙ୍ଗୁଇନାଲ, ଫିମୋରାଲ୍ ଏବଂ ଉଦର ହର୍ନିଆ ପ୍ରାୟ ୧୮.୫ ନିୟୁତ ଲୋକଙ୍କୁ ପ୍ରଭାବିତ କରିଥିଲା । [୮] ପ୍ରାୟ ୨୭% ପୁରୁଷ ଏବଂ ୩% ମହିଳା ସେମାନଙ୍କ ଜୀବନର କୌଣସି ସମୟରେ ଏକ ଗ୍ରଏନ ହର୍ନିଆ ହୋଇଥାଏ । [୫] ଏକ ବର୍ଷ ବୟସ ପୂର୍ବରୁ ଏବଂ ପଚାଶ ବର୍ଷ ପରେ ପ୍ରାୟ ଗ୍ରଏନ୍ ହାର୍ନିଆ ଘଟେ । [୬] ସର୍ବଭାରତୀୟ ସ୍ତରରେ ଇଙ୍ଗୁଏନାଲ୍, ଫିମୋରାଲ ଏବଂ ଉଦର ହର୍ନିଆ ଯୋଗୁ ୨୦୧୫ରେ ୬୦,୦୦୦ ଏବଂ ୧୯୯୦ରେ ୫୫,୦୦୦ ମୃତ୍ୟୁ ଘଟିଥିଲା । [୯] [୧୦]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads