ଆଇସୋନିଆଜିଡ
From Wikipedia, the free encyclopedia
Remove ads
ଆଇସୋନିଆଜିଡ (ଇଂରାଜୀ ଭାଷାରେ Isoniazid, ଅନ୍ୟ ନାମ isonicotinylhydrazide ବା ଆଇଏନଏଚ/INH) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ରୋଗର ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ । [୧] ସକ୍ରିୟ ଯକ୍ଷ୍ମା ନିମନ୍ତେ ଆଇସୋନିଆଜିଡ, ରିଫାମ୍ପିସିନ ଓ ପାଇରାଜିନାମାଇଡ (pyrazinamide) ସହିତ ସ୍ଟ୍ରେପ୍ଟୋମାଇସିନ (streptomycin) ଅଥବା ଇଥାମ୍ବୁଟଲ ଦିଆଯାଏ ।[୨] ଗୁପ୍ତ ଯକ୍ଷ୍ମା ନିମନ୍ତେ କେବଳ ଏହି ଔଷଧ ଦିଆଯାଇପାରେ । ଯକ୍ଷ୍ମା ନ କରୁଥିବା ଏମ ଆଭିଅମ (M. avium), ଏମ କାନସାସି (M. kansasii) ଓ ଏମ ଜେନୋପି (M. xenopi) ଇତ୍ୟାଦି ମାଇକୋବ୍ୟାକ୍ଟେରିଆ ଜୀବାଣୁମାନଙ୍କ (atypical types of mycobacteria) ନିମନ୍ତେ ମଧ୍ୟ ଏହା ଦିଆଯାଇପାରେ । ଏହା ପାଟିରେ ଦିଆଗଲେ ମଧ୍ୟ ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଅଯାଏ ।[୧]
ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ ଯକୃତ ଏଞ୍ଜାଇମ ସ୍ତର (increased blood levels of liver enzymes) ଓ ହାତ ତଥା ପାଦରେ କାଲୁଆ ବା କମ ସ୍ପର୍ଶ ଶକ୍ତି ଅନୁଭବ ହୁଏ । ସାଂଘାତିକ ପ୍ରତିକ୍ରିୟାରେ ହେପାଟାଇଟିସ ବା ଯକୃତ ପ୍ରଦାହ ହୋଇପାରେ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ନେଇ ସ୍ପଷ୍ଟ ଚିତ୍ର ନାହିଁ । ସ୍ତନ୍ୟପାନ ସମୟରେ ବ୍ୟବହାର କରାଯାଇପାରେ ।[୩] ପାର୍ଶ୍ୱ ପ୍ରତିକ୍ରିୟା ନିବାରଣ ନିମନ୍ତେ ପାଇରିଡକ୍ସିନ Pyridoxine ଦିଆଯାଇପାରେ ।[୪] ଏହି ଔଷଧ ଜୀବାଣୁର ଜୀବକୋଷ ଆବରଣକୁ (cell wall) ନଷ୍ଟ କରି ତାହାକୁ ମାରିଦିଏ ।[୧]
ଆଇସୋନିଆଜିଡ ପ୍ରଥମେ ସନ ୧୯୫୨ ମସିହାରେ ତିଆରି ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୦.୬୦ରୁ ୪.୫୫ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଖର୍ଚ୍ଚ ୨୫ ଡଲାରରୁ କମ ।[୪]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads