ମାୟୋକାର୍ଡ଼ାଇଟିସ
From Wikipedia, the free encyclopedia
Remove ads
ମାୟୋକାର୍ଡ଼ାଇଟିସ ବା ଇନଫ୍ଲାମେଟରି କାର୍ଡ଼ିଓମାୟୋପାଥି (ଇଂରାଜୀ ଭାଷାରେ Myocarditis ବା inflammatory cardiomyopathy) ରୋଗ କୁହାଯାଏ ଯେତେବେଳେ ହୃତ୍ପିଣ୍ଡ ମାଂସପେଶୀର heart muscle ପ୍ରଦାହ (inflammation) ହୁଏ । ଏହାର ଲକ୍ଷଣ: ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା, ବ୍ୟାୟାମ ଅକ୍ଷମତା ଓ ଅନିୟମିତ ହୃତ୍ ସ୍ପନ୍ଦନ ଇତ୍ୟାଦି । ଏହି ସମସ୍ୟା କିଛି ଘଣ୍ଟାରୁ କିଛି ମାସ ପର୍ଯ୍ୟନ୍ତ ରହେ । ରୋଗ ଜଟିଳ ହେଲେ ଡାଇଲେଟେଡ କାର୍ଡ଼ିଓମାୟୋପାଥି (dilated cardiomyopathy) ହୋଇ ହୃଦ୍ପାତ ହୁଏ ବା ହୃଦ୍ରୋଧ ହୁଏ ।[୧]
ଅଧିକାଂଶ ସମୟରେ ଭୁତାଣୁ ସଂକ୍ରମଣ (viral infection) ଯୋଗୁ ମାୟୋକାର୍ଡ଼ାଇଟିସ ରୋଗ ହୁଏ । [୧] ଅନ୍ୟାନ୍ୟ କାରଣ ମଧ୍ୟରେ ଜୀବାଣୁ ସଂକ୍ରମଣ (bacterial infections), କେତେକ ଔଷଧ, ଟକ୍ସିନ ଓ ଅଟୋଇମ୍ମ୍ୟୁନ ରୋଗ (autoimmune disorders) ଅଧିକ ଦେଖାଯାଏ । ଇସିଜି, ଅଧିକ ଟ୍ରୋପୋନିନ (troponin), ହୃତ୍ପିଣ୍ଡ ଏମଆରଆଇ (heart MRI) ଓ ବେଳେବେଳେ ହୃତ୍ପିଣ୍ଡ ବାୟୋପ୍ସି କରି ରୋଗ ନିଧାର୍ଯ୍ୟ କରାଯାଏ ।[୧][୨] ହୃତ୍ପିଣ୍ଡ ଭଲ୍ଭ ରୋଗର (heart valve problems)ସଂପୃକ୍ତିକୁ ଇକୋକାର୍ଡ଼ିଓଗ୍ରାମ (ultrasound of the heart|) ସାହାଯ୍ୟରେ ବିଦାୟ କରାଯାଏ । [୨]
ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । ଅଧିକାଂଶ ସମୟରେ ଏସିଇ ଇନହିବିଟର (ACE inhibitors), ବିଟା ବ୍ଲକର (beta blockers) ଓ ଡାଇୟୁରେଟକ (diuretics) ଔଷଧ ଦିଆଯାଏ । କିଛି କାଳ ଧରି କୌଣସି କାମ ବା ବ୍ୟାୟାମ ନ କରିବାକୁ ଉପଦେଶ ଦିଆଯାଏ । କେତେକ କ୍ଷେତ୍ରରେ କର୍ଟିକୋସ୍ଟିରଏଡ (Corticosteroids) ବା ଶିରାଭ୍ୟନ୍ତର ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulin) (IVIG) ଦରକାର ହୁଏ । ସାଂଘାତିକ କେଶ୍ରେ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର (implantable cardiac defibrillator) ବା ହୃତ୍ପିଣ୍ଡ ପ୍ରତିରୋପଣ (heart transplant) ଆବଶ୍ୟକ ହୁଏ ।[୧][୨]
ସନ ୨୦୧୩ରେ ପ୍ରାୟ ୧.୫ ନିୟୁତ ମାୟୋକାର୍ଡ଼ାଇଟିସ ରୋଗ ହୋଇଥିଲା ।[୩] ସବୁ ବୟସର ଲୋକଙ୍କୁ ଏ ରୋଗ ହେବା ସମ୍ଭାବନା ଥିଲେ ମଧ୍ୟ ଯୁବକମାନଙ୍କୁ ଅଧିକ ଆକ୍ରମଣ କରେ ।[୪] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଏହି ରୋଗ ସାମାନ୍ୟ ଅଧିକ ହୁଏ । [୧] ଅଧିକାଂଶ ସାମାନ୍ୟ ଧରଣର ରୋଗ ହୋଇଥାଏ । [୨] ସନ ୧୯୯୦ରେ କାର୍ଡ଼ିଓମାୟୋପାଥି (cardiomyopathy) (ମାୟୋକାର୍ଡ଼ାଇଟିସ ସହିତ) ଯୋଗୁ ୨,୯୪,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୫ରେ ଏହା ବୃଦ୍ଧି ପାଇ ୩,୫୪,୦୦୦ ମୃତ୍ୟୁ ହୋଇଥିଲା । [୫][୬] ଏହି ରୋଗର ପ୍ରାରମ୍ଭିକ ବର୍ଣ୍ଣନା ୧୮୦୦ ଶତାବ୍ଦୀର ମଧ୍ୟ ଭାଗରେ କରାଯାଇଥିଲା ।[୭]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads