ପେଜିଣ୍ଟରଫେରନ ଆଲଫା-୨ଏ

From Wikipedia, the free encyclopedia

Remove ads

ପେଜିଣ୍ଟରଫେରନ ଆଲଫା-୨ଏ (ଇଂରାଜୀ ଭାଷାରେ Pegylated interferon alfa-2a, ବିକ୍ରୟ ନାମ ପେଗାସିସ/Pegasys) ଏକ ଔଷଧ ଯାହା ହେପାଟାଇଟିସ ସିହେପାଟାଇଟିସ ବି ରୋଗମାନଙ୍କରେ ଚିକିତ୍ସାରେ ବ୍ୟବ‌ହାର କରାଯାଏ । ହେପାଟାଇଟିସ ସି ରୋଗରେ ଏହା ରିବାଭିରିନ ସ‌ହିତ ଦିଆଯାଏ ଓ ଆରୋଗ୍ୟ ହାର ପ୍ରାୟ ୨୪ରୁ ୯୨% ରହେ । [][] ହେପାଟାଇଟିସ ବି ରୋଗରେ ଏହା ସ‌ହିତ ଆଉ କିଛି ଦିଆଯାଇନପାରେ ।[] ଏହାକୁ ଚର୍ମତଳ ଇଞ୍ଜେକସନ (injection under the skin) ଆକାରରେ ଦିଆଯାଏ ।[]

Quick facts Clinical data, Trade names ...

ଏହି ଔଷଧରେ ସାଧାରଣତଃ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[] ମୁଣ୍ଡବଥା, ଥକ୍କା ଅନୁଭବ, ଅବସାଦ, ନିଦ୍ରା ସମସ୍ୟା, କେଶ ହାନି, ଅଇ, ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଓ ଜ୍ୱର ହୋଇପାରେ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସାଇକୋସିସ (psychosis), ଅଟୋଇମ୍ମ୍ୟୁନ ଡିଜଅର୍ଡ଼ର, ରକ୍ତ ଜମାଟ (blood clots) ଓ ସଂକ୍ରମଣ (infections) ହୋଇପାରେ । ଗର୍ଭାବସ୍ଥା ଥିଲେ ଏହା ସ‌ହିତ ରିବାଭିରିନ ଦିଆଯାଏନାହିଁ । ଏହା ଆଲଫା ଇଣ୍ଟରଫେରନ (alfa interferon) ପରିବାରର ଏକ ସଦସ୍ୟ ।[] ମଲିକ୍ୟୁଲ ଭାଙ୍ଗିବାରୁ ସୁରକ୍ଷା ଦେବାନିମନ୍ତେ ଏହା ପେଜିଲେଟେଡ (pegylated) ହୁଏ ।[]

ସନ ୨୦୦୨ରେ ପେଜିଲେଟେଡ ଆଲଫା-୨ବି ଯୁକ୍ତରାଷ୍ଟ୍ର ଆମେରିକାରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୧୨ ସପ୍ତାହ ଡୋଜର କ୍ରୟ ମୂଲ୍ୟ ୫୦୦ରୁ ୪,୮୦୦ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର କ୍ରୟ ମୂଲ୍ୟ ୯୨୫୦ ଆମେରିକୀୟ ଡଲାର, [] କିନ୍ତୁ ସଂଯୁକ୍ତ ରାଷ୍ଟ୍ରରେ ଏହାର ୧୨ସପ୍ତାହ ଡୋଜର ମୂଲ୍ୟ ୧୪୯୨.୮୦ ପାଉଣ୍ଡ । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads