ପେରିଟୋନାଇଟିସ

ପେରିଟୋନିଅମ ବା ଉଦରର ଭିତର କାନ୍ଥ ତ‌ଥା ଉଦରରେ ଥିବା ଅଙ୍ଗମାନଙ୍କର ଘୋଡ଼ଣୀରେ ପ୍ରଦାହ ହେଲେ ଏହି ନାମ ଦିଆଯାଏ । From Wikipedia, the free encyclopedia

ପେରିଟୋନାଇଟିସ
Remove ads

ପେରିଟୋନାଇଟିସ (Peritonitis) ନାମ ଦିଆଯାଏ ଯେତେବେଳେ ପେରିଟୋନିଅମ (peritoneum) ବା ଉଦରର (abdomen) ଭିତର କାନ୍ଥ ତ‌ଥା ଉଦରରେ ଥିବା ଅଙ୍ଗମାନଙ୍କର (abdominal organ) ଘୋଡ଼ଣୀରେ ପ୍ରଦାହ ହୁଏ ।[] ଏହି ରୋଗରେ ଅତ୍ୟଧିକ ଯନ୍ତ୍ରଣା, ପେଟ ଫୁଲା, ଜ୍ୱର ଓ ଓଜନ ହ୍ରାସ ଆଦି ଲକ୍ଷଣ ଦେଖାଯାଏ ।[][] ଉଦରର ଏକ ଅଂଶ ବା ସମୁଦାୟ ଉଦର ଦରଜ ହୋଇପାରେ ।[] ରୋଗ ଜଟିଳ ହେଲେ ଶକ୍ (Shock), ଆକ୍ୟୁଟ ରେସ୍ପିରେଟରି ଡିସ୍ଟ୍ରେସ ସିଣ୍ଡ୍ରୋମ (acute respiratory distress syndrome) ଆଦି ଲକ୍ଷଣ ଦେଖାଯାଇପାରେ ।[][]

Quick facts ପେରିଟୋନାଇଟିସ (Peritonitis), ଉଚ୍ଚାରଣ ...

ଜଠରାନ୍ତ୍ର ଛିଦ୍ର, ଅଗ୍ନାଶୟ ପ୍ରଦାହ, ପେଲଭିସ ପ୍ରଦାହ ରୋଗ, ସିରୋସିସ୍, ଆପେଣ୍ଡିସାଇଟିସ, ପାକସ୍ଥଳୀ ଘାଆ (stomach ulcer) ଇତ୍ୟାଦି ରୋଗର ଉପ‌ଯୁକ୍ତ ଚିକିତ୍ସା ନହେଲେ ଏହି ପେରିଟୋନାଇଟିସ ରୋଗ ହୁଏ ।[] ଆସାଇଟିସ ଥିଲେ ଓ ପେରିଟୋନିଆଲ ଡିଆଲିସିସ କରାଯାଉଥିଲେ ଏହି ରୋଗ ସଙ୍କଟ ରହେ ।[] ଶାରୀରିକ ପରୀକ୍ଷା (Examination), ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[]

ଆଣ୍ଟିବାୟୋଟିକ (Antibiotics), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଯନ୍ତ୍ରଣା ନିମନ୍ତେ ଔଷଧ (pain medication), ଅପରେଶନ ସାହାଯ୍ୟରେ ଚିକିତ୍ସା କରାଯାଏ ।[][] ନାସପାକସ୍ଥଳୀ ନଳୀ (nasogastric tube) ଓ ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusion) ମଧ୍ୟ ଆବଶ୍ୟକ ହୋଇପାରେ ।[] ଚିକିତ୍ସା ନପାଇଲେ ଅଳ୍ପ କିଛି ଦିନ ମଧ୍ୟରେ ମୃତ୍ୟୁ ହୋଇଯାଏ ।[] ପ୍ରାୟ ୭.୫% ଲୋକ ଆପେଣ୍ଡିସାଇଟିସ ରୋଗର ଶିକାର ହୁଅନ୍ତି ।[] ସିରୋସିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୨୦% ଲୋକଙ୍କର ପେରିଟୋନାଇଟିସ ହୁଏ ।[]

Remove ads

ଆଧାର

ବାହ୍ୟ ଲିଙ୍କ

Loading related searches...

Wikiwand - on

Seamless Wikipedia browsing. On steroids.

Remove ads