ସିଫିଲିସ୍
From Wikipedia, the free encyclopedia
Remove ads
ସିଫିଲିସ୍ ଏକ ଯୌନସଞ୍ଚାରିତ ସଂକ୍ରମଣ ରୋଗ ଯାହା ଟ୍ରେପୋନେମା ପାଲିଡମ୍ (ପାଲିଡମ୍ ଉପସ୍ପେସି) ନାମକ ଜୀବାଣୁଦ୍ୱାରା ହୁଏ ।[୧] ସଞ୍ଚାରଣର ପ୍ରାଥମିକ ପଥ ହେଲା ଯୌନ ସ୍ପର୍ଶ; ଏହା ଗର୍ଭାବସ୍ଥାରେ ମାଆଠାରୁ ଫିଟସ୍ ବା ଗର୍ଭସ୍ଥ ଶିଶୁକୁ ସଞ୍ଚାରିତ ହୋଇ ଜନ୍ମଗତ ସିଫିଲିସ୍ ହୁଏ । ସମ୍ପର୍କୀୟ ଟ୍ରେପୋନେମା ପାଲିଡମ୍ ଯୋଗୁ ୟଜ୍ ରୋଗ (ପର୍ଟେନ୍ୟୁ ଉପବିଭାଗ) ଓ ବେଜେଲ ରୋଗ (ଏଣ୍ଡେମିକମ୍) ମଧ୍ୟ ହୁଏ । ଏହି ରୋଗର ଚିହ୍ନ ଓ ଲକ୍ଷଣ ସମୂହ ରୋଗର ଚାରୋଟି ପାବଚ୍ଛ ବା ସ୍ଟେଜ୍ (ପ୍ରାଇମେରି, ସେକଣ୍ଡାରି, ଲେଟେଣ୍ଟ ଓ ଟର୍ସିଆରି) ଉପରେ ଥିବା ଅବସ୍ଥା ଉପରେ ନିର୍ଭର କରେ । ପ୍ରଥମ ସ୍ଟେଜରେ ଗୋଟିଏ ସାଙ୍କର ଦେଖାଯାଏ ଯେଉଁଥିରେ ଗୋଟିଏ ଟାଣ, ଯନ୍ତ୍ରଣାବିହୀନ ଓ ଗଲୁ ନ ହେଉଥିବା ଚର୍ମ ଘାଆ ଦେଖାଯାଏ, କିନ୍ତୁ ଅନେକ ଗୁଡ଼ିଏ ଘାଆ ମଧ୍ୟ ଦେଖାଯାଏ । ଏହା ପୁରୁଷ ଯୌନାଙ୍ଗରେ, ମହିଳାଙ୍କ ପ୍ରଜନନ ପଥରେ,ପାଟିରେ ଓ ମଳଦ୍ୱାରରେ ହୁଏ । ପ୍ରଥମ ଜୀବାଣୁ ସଂସ୍ପର୍ଶରେ ଆସିବାର ୨୧ ଦିନ ପରେ ଏହି ରୋଗ ଆରମ୍ଭ ହୁଏ ଓ ଚିକିତ୍ସା ବିହୁନେ ୪ରୁ ୮ ସପ୍ତାହ ମଧ୍ୟରେ ଉପଶମ ହୋଇଯାଏ । ଦ୍ୱିତୀୟକ ବା ସେକେଣ୍ଡାରି ସିଫିଲିସ୍ରେ (secondary syphillis) ରାସ୍ ହୁଏ ଓ ଏହା ପାପୁଲି ଓ ପାଦରେ ହୁଏ । ପାଟି ଓ ଯୋନୀ ମଧ୍ୟରେ ଦେଖାଯାଏ । ଲୁକ୍କାୟିତ ସିଫିଲିସ୍ରେ (latent syphillis) କୌଣସି ଲକ୍ଷଣ ଦେଖାଯାଏ ନାହିଁ ଓ ଏହା ବର୍ଷ ବର୍ଷ ଧରି ରହିଥାଏ ।[୨] ତୃତୀୟକ ବା ଟର୍ସିଆରି ସିଫିଲିସ୍ରେ (tertiary syphillis) ଗମାସମୂହ (ନରମ ଅଣ-କର୍କଟ ବୃଦ୍ଧି),ସ୍ନାୟୁ ରୋଗ କିମ୍ବା ହୃଦ୍ ରୋଗ ହୁଏ । [୩] ଏହି ରୋଗ ବିରାଟ ଅନୁକରଣୀୟ ରୋଗ ("the great imitator") ନାମରେ ମଧ୍ୟ ପରିଚିତ କାରଣ ଏହା ଅନିୟମିତ ଓ ଅନ୍ୟ ରୋଗମାନଙ୍କର ବିବିଧ ଲକ୍ଷଣ ଦେଖାଏ । [୨][୩]
ସିଫିଲିସ୍ ରୋଗ ଯୌନ କ୍ରିୟା ସମୟରେ ସଞ୍ଚାରିତ ହୁଏ ।[୨] ଗର୍ଭାବସ୍ଥାରେ ବା ପ୍ରସବ ସମୟରେ ମାତାଠାରୁ ଶିଶୁକୁ ରୋଗ ସଞ୍ଚାରିତ ହୋଇ ଜନ୍ମଜ ସିଫିଲିସ୍ ରୋଗ ହୁଏ ।[୨][୪] ଟ୍ରେପାନୋମା ପାଲିଡମ ସମ୍ପର୍କୀୟ ଅନ୍ୟ ମାନବ ରୋଗ ମଧ୍ୟ ହୁଏ, ଯଥା:- ୟଜ୍ (ସବ୍ସ୍ପେସି ପର୍ଟେନ୍ୟୁ)ଦ୍ୱାରା (subspecies pertenue) , ପିଣ୍ଟା ରୋଗ (ସବ୍ସ୍ପେସି କରାଟେଅମ)ଦ୍ୱାରା (subspecies carateum) ଓ ବେଜେଲ (ସବ୍ସ୍ପେସି ଏଣ୍ଡେମିକମ)ଦ୍ୱାରା (subspecies endemicum) ହୁଏ ।[୩] ଏହି ରୋଗ ସାଧାରଣତଃ ରକ୍ତ ପରୀକ୍ଷା ଓ ଡାର୍କ ଫିଲ୍ଡ ମାଇକ୍ରୋସ୍କୋପିଦ୍ୱାରା ଜୀବାଣୁ ଚିହ୍ନଟ କରି ରୋଗ ନିର୍ଣ୍ଣୟ କରାଯାଏ । ସମସ୍ତ ଗର୍ଭବତୀ ମହିଳାଙ୍କର ଏହି ପରୀକ୍ଷା କରିବାକୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ସୁପାରିସ କରୁଛି ।[୨]
ଯୌନ ସମ୍ପର୍କ ନ ରଖିବା ବା ଯଦି ରଖାଯାଏ ତା'ହେଲେ ଲେଟେକ୍ସ କଣ୍ଡୋମ ବ୍ୟବହାର କରିବାଦ୍ୱାରା ଏହି ସଂକ୍ରମଣ କମ କରିହୁଏ ।[୨] ସିଫିଲିସ୍ ରୋଗ ଆଣ୍ଟିବାୟୋଟିକ ଚିକିତ୍ସାରେ ଭଲ ହୋଇଯାଏ । ସର୍ବାଧିକ ପସନ୍ଦ ଯୋଗ୍ୟ ବେଞ୍ଜାଥିନ ପେନିସିଲିନ ଜି ଇଞ୍ଜେକସନ ମାଂସପେଶୀରେ ଅଧିକାଂଶ କେଶ୍ରେ ଦିଆଯାଏ । ପେନିସିଲିନ ଆଲର୍ଜି ଥିବା ରୋଗୀଙ୍କୁ ଡକ୍ସିସାଇକ୍ଲିନ ବା ଟେଟ୍ରାସାଇକ୍ଲିନ ଦିଆଯାଇପାରେ । ନିଉରୋସିଫିଲିସ ରୋଗ ଥିଲେ ପେନିସିଲିନ ଜି ପୋଟାସିଅମ ବା ସେଫଟ୍ରିଆକ୍ସୋନ ଔଷଧ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । ଚିକିତ୍ସା ସମୟରେ ଜ୍ୱର, ମୁଣ୍ଡବଥା ଓ ମାଂସପେଶୀ ଯନ୍ତ୍ରଣା ହୋଇପାରେ ଯାହାକୁ ଜାରିସ୍କ-ହର୍କସ୍ହେମର ରିଆକସନ୍ ନାମ ଦିଆଯାଇ ଥାଏ ।[୧]
ସନ ୨୦୧୩ରେ ୩୧୫,୦୦୦ ଲୋକଙ୍କୁ ସିଫିଲିସ ସଂକ୍ରମଣ ହୋଇଥିଲା ।[୫] ସନ ୧୯୯୦ରେ ଏହି ରୋଗ ଯୋଗୁ ୨୦୨,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୦ରେ ଏହା କମିଯାଇ ୧୧୩,୦୦୦ ମୃତ୍ୟୁ ହୋଇଥିଲା ।[୬] ସନ ୧୯୪୦ରେ ପେନିସିଲିନ ଉପଲବ୍ଦ ହେବା ପରଠାରୁ ଏହି ରୋଗୀ ସଂଖ୍ୟା କମିଥିବା ବେଳେ ସନ ୨୦୦୦ ପରେ ଏଚ.ଆଇ.ଭି ଯୋଗୁ ଏହାର ସଂଖ୍ୟା ପୁନଶ୍ଚ ବୃଦ୍ଧି ହେଉଛି ।[୭][୩] କିଛି ଅଂଶରେ ଏହାର କାରଣ ରୂପେ ଏକାଧିକ ଯୌନସାଥୀ, ବେଶ୍ୟାବୃତ୍ତି, କମ କଣ୍ଡୋମ ବ୍ୟବହାର ଓ ସମଲିଙ୍ଗି ପୁରୁଷ ସଙ୍ଗମକୁ ଦାୟୀ କରାଯାଉଛି ।[୮][୯][୧୦] ସନ ୨୦୧୫ରେ ପ୍ରଥମ ରାଷ୍ଟ୍ରରୁପେ କ୍ୟୁବାରେ ମାତା-ଶିଶୁ ସିଫିଲିସ ସଂକ୍ରମଣ ମୂଳୋତ୍ପାଟନ ହୋଇଥିଲା ।[୧୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads