ଟ୍ରାନେକ୍ସାମିକ ଏସିଡ

From Wikipedia, the free encyclopedia

ଟ୍ରାନେକ୍ସାମିକ ଏସିଡ
Remove ads

ଟ୍ରାନେକ୍ସାମିକ ଏସିଡ (ଇଂରାଜୀ ଭାଷାରେ Tranexamic acid ବା TXA) ଏକ ଔଷଧ ଯାହା ରକ୍ତସ୍ରାବର (blood loss) ଚିକିତ୍ସା ଓ ପ୍ରତିଷେଧ ଭାବରେ ବିଭିନ୍ନ ଅବସ୍ଥା ଯେପରିକି ବଡ଼ ଆଘାତ (major trauma), ଅପରେଶନ, ଦାନ୍ତ ବାହାର କରିବା (tooth removal) ସମୟରେ, ନାକରୁ ରକ୍ତସ୍ରାବ ଓ ମେନୋରେଜିଆ (heavy menstruation) ବା ଅତ୍ୟଧିକ ପରିମାଣର ଊତୁସ୍ରାବ ଇତ୍ୟାଦି ହେଲେ ଦିଆଯାଏ ।[] ଆଉ ମଧ୍ୟ ଏହା ହେରେଡିଟାରି ଅଞ୍ଜିଓଇଡିମା (hereditary angioedema) ରୋଗରେ ଦିଆଯାଏ ।[][] ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[]

Quick facts Clinical data, Pronunciation ...

ଏହି ଔଷଧର କ୍ୱଚିତ କୌଣସି ପ୍ରତିକ୍ରିୟା ଦେଖାଯାଏ ।[] ଅଳ୍ପ କେତେକ କ୍ଷେତ୍ରରେ ବର୍ଣ୍ଣ ଦୃଷ୍ଟି (color vision) ପରିବର୍ତ୍ତନ, ରକ୍ତ ଜମାଟ (blood clots) ଓ ଆଲର୍ଜି ପ୍ରତିକ୍ରିୟା (allergic reaction) ହୋଇପାରେ ।[] ବୃକ୍‌କ ରୋଗ ଥିଲେ ଏହି ଔଷଧ ଦେବାବେଳେ ସତର୍କ ରହିବାକୁ ସୁପାରିସ କରାଯାଏ ।[] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ଦେବା ନିରାପଦ ଜଣାଯାଏ ।[][] ଆଣ୍ଟିଫିବ୍ରିନୋଲାଇଟିକ (antifibrinolytic) ଶ୍ରେଣୀର ଟ୍ରାନେକ୍ସାମିକ ଏସିଡ ଏକ ଔଷଧ ।[]

ସନ ୧୯୬୨ରେ ଉଟାକୋ ଓକୋମାଟା (Utako Okamoto) ପ୍ରଥମେ ଟ୍ରାନେକ୍ସାମିକ ଏସିଡ ଆବିଷ୍କାର କରିଥିଲେ ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷର କ୍ରୟ ମୂଲ୍ୟ ୪.୩୮ରୁ ୪.୮୯ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ହୋଲସେଲ ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads