ଟ୍ରାଇକୋମୋନିଆସିସ୍
From Wikipedia, the free encyclopedia
Remove ads
ଟ୍ରାଇକୋମୋନିଆସିସ୍ ଏକ ସଂକ୍ରାମକ ରୋଗ ଯାହା ଟ୍ରାଇକୋମୋନାସ୍ ଭାଜିନାଲିସ୍ ନାମକ ଏକ ପରଜୀବୀଦ୍ୱାରା ସୃଷ୍ଟି ହୁଏ ।[୧] ସଂକ୍ରମିତ ହେଲେ ମଧ୍ୟ ୭୦ ଲୋକଙ୍କର (ପୁରୁଷ ଓ ମହିଳା) କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୧] ସଂକ୍ରମିତ ହେବାର ୫ରୁ୨୮ ଦିନ ପରେ ଲକ୍ଷଣ ଦେଖାଯାଏ ।[୨] ଯୌନାଙ୍ଗରେ ଗଲୁ, ପତଳା ଦୁର୍ଗନ୍ଧଯୁକ୍ତ ପତଳା ଯୌନ କ୍ଷରଣ, ପରିସ୍ରା ସମୟରେ ଜଳାପୋଡ଼ା ଓ ଯୌନ କ୍ରିୟା ସମୟରେ ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨][୧] ଟ୍ରାଇକୋମୋନିଆସିସ୍ ଥିଲେ ଏଚଆଇଭି/ଏଡ୍ସ୍ ରୋଗ ହେବା ସଙ୍କଟ ଅଧିକ ରହେ । ଗର୍ଭାବସ୍ଥାରେ ଏହି ରୋଗଦ୍ୱାରା ଅନ୍ୟ ଜଟିଳତା ସୃଷ୍ଟି ହୋଇପାରେ । [୨]
ଟ୍ରାଇକୋମୋନିଆସିସ୍ ଏକ ଯୌନ ସଞ୍ଚାରିତ ସଂକ୍ରମଣ (ଏସଆଇଆଇ) ଯାହା ଅଧିକାଂଶ ସମୟରେ ଯୋନୀପଥ, ମୁଖ ଓ ମଳଦ୍ୱାରରେ ଯୌନ କ୍ରିୟା ସମ୍ପାଦନ କଲେ ବ୍ୟାପିଥାଏ । ଯୋନୀ ସ୍ପର୍ଶ କଲେ ମଧ୍ୟ ଏହା ସଞ୍ଚାରିତ ହୁଏ ।[୨] ଲକ୍ଷଣ ବିହୀନ ସଂକ୍ରମିତ ଲୋକ ମଧ୍ୟ ରୋଗ ସଞ୍ଚାରିତ କରିପାରେ ।[୧] ଯୋନୀପଥରୁ ନିର୍ଗତ ତରଳ ପଦାର୍ଥକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରି ପରଜୀବୀ ପାଇଲେ ବା ତାକୁ କଲଚର କରି ପାଇଲେ ବା ପରଜୀବୀର ଡିଏନଏ ପାଇଲେ ରୋଗ ନିର୍ଣ୍ଣୟ ହୋଇଯାଏ । ଏଥିରେ ପରଯୀବୀ ପାଇଲେ ଅନ୍ୟାନ୍ୟ ଯୌନ ସଞ୍ଚାରିତ ସଂକ୍ରାମକ ରୋଗ ନିମନ୍ତେ ପରୀକ୍ଷା କରିବା ଆବଶ୍ୟକ ହୁଏ ।[୨]
ଯୌନ ନିବୃତି, କଣ୍ଡୋମ ବ୍ୟବହାର, ଡୁସ ନ କରିବା ଓ ନୂଆ ଯୌନ ସାଥୀ ମିଳିଲେ ତାହାର ରୋଗ ନିମନ୍ତେ ପରୀକ୍ଷା କରିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ । ମେଟ୍ରୋନିଡାଜୋଲ୍ ବା ଟିନିଡାଜୋଲ୍ ଭଳି ଆଣ୍ଟିବାୟୋଟିକ ଦେଇ ଏହି ରୋଗକୁ ଆରୋଗ୍ୟ କରାଯାଏ । ଯୌନ ସାଥୀଙ୍କର ଚିକିତ୍ସା ମଧ୍ୟ କରାଯାଏ ।[୨] ଏମାନଙ୍କ ମଧ୍ୟରୁ ୨୦% ଲୋକ ଚିକିତ୍ସାର ୩ମାସ ମଧ୍ୟରେ ପୁନର୍ବାର ଏହି ରୋଗ ଭୋଗନ୍ତି । [୧]
ସନ ୨୦୧୩ରେ ପ୍ରାୟ ୫୮ ନିୟୁତ ରୋଗୀ ଥିଲେ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨ନିୟୁତ ମହିଳା ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ମହିଳାଙ୍କର ପୁରୁଷଙ୍କ ଅପେକ୍ଷା ଏହି ରୋଗ ଅଧିକ ହୁଏ ।[୨] ଟ୍ରାଇକୋମୋନାସ୍ ଭାଜିନାଲିସ୍ ପରଜୀବୀ ପ୍ରଥମେ ସନ ୧୮୩୬ରେ ଆଲଫ୍ରଡ଼ ଡୋନ୍ଙ୍କ (Alfred Donné)ଦ୍ୱାରା ଚିହ୍ନଟ ହୋଇଥିଲା ।[୪] ସନ ୧୯୧୬ରେ ପ୍ରଥମେ ଟ୍ରାଇକୋମୋନିଆସିସ୍ ରୋଗର କାରଣରୂପେ ଟ୍ରାଇକୋମୋନାସ୍ ଭାଜିନାଲିସ୍ ଜଣାଯାଇଥିଲା । [୫]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads