ଆଲର୍ଜି
From Wikipedia, the free encyclopedia
ଆଲର୍ଜି ସମୂହ ବା ଆଲର୍ଜି ରୋଗ ସମୂହ ଅନେକ ରୋଗମାନଙ୍କର ସମାହାର ଯେଉଁଥିରେ ପରିବେଶର କୌଣସି ଜିନିଷ ପ୍ରତି ଇମ୍ମ୍ୟୁନ ସିସ୍ଟମ ଅତିସୁଗ୍ରାହୀ ବା ଅତିସମ୍ବେଦନଶୀଳ ପ୍ରତିକ୍ରିୟା କରେ କିନ୍ତୁ ସାଧାରଣ ଅବସ୍ଥାରେ କୌଣସି ସମସ୍ୟା ହୁଏନି । [1] ଏହିଭଳି ରୋଗମାନଙ୍କର ନାମ ହେ ଫିଭର, ଖାଦ୍ୟ ଆଲର୍ଜି, ଆଟୋପିକ ଡର୍ମାଟାଇଟିସ, ଆଲର୍ଜିକ ଆଜମା, ଓ ଆନାଫାଇଲାକସିସ ।[2] ଏଭଳି ରୋଗରେ ଆଖି ଲାଲ ହୁଏ, ଗଲୁ ହେଉଥିବା ରାସ ହୁଏ, ନାକରୁ ପାଣିବୋହେ, ଛୋଟ ଶ୍ୱାସକ୍ରିୟା ହୁଏ ଓ ଫୁଲିଯାଏ । [3] ଖାଦ୍ୟ ଅସହନଶୀଳତା ଓ ଖାଦ୍ୟ ବିଷାକ୍ତତା ରୋଗଦ୍ୱୟ ଏହାଠାରୁ ଅଲଗା ରୋଗ । [4][5]
ଆଲର୍ଜି | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | immunology[*] |
ଆଇସିଡ଼ି-୧୦ | T78.4 |
ଆଇସିଡ଼ି-୯-ସିଏମ୍ | 995.3 |
ରୋଗ ଡାଟାବେସ | 33481 |
ମେଡ଼ିସିନ-ପ୍ଲସ | 000812 |
ଇ-ମେଡ଼ିସିନ | med/1101 |
MeSH | D006967 |
ମୂଖ୍ୟ ସାଧାରଣ ଆଲର୍ଜେନ ନାମ ପରାଗ ରେଣୁ ଓ ଖାଦ୍ୟ । ଧାତୁ ତଥା ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟ ସମସ୍ୟା ସୃଷ୍ଟି କରନ୍ତି । [1] ଖାଦ୍ୟ, କୀଟ ଶୁଣ୍ଢ ଓ ବିଭିନ୍ନ ଔଷଧ ଅତ୍ୟନ୍ତ ଅଧିକ ପ୍ରତିକ୍ରିୟା କରନ୍ତି । ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହୁଏ । [6] ଶରୀରର ଇମ୍ମ୍ୟୁନ ସିସ୍ଟମର ଏକ ଅଂଶ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ ଆଣ୍ଟିବଡି (ଆଇଜିଇ) ଆଲର୍ଜେନ ସହିତ ସଂଯୁକ୍ତ ହୋଇ ପ୍ରଦାହୀ ରାସାୟନିକ ପଦାର୍ଥ ଯେପରିକି ହିସ୍ଟାମିନ କ୍ଷରଣ କରନ୍ତି । [7] ରୋଗୀର ରୋଗ ଇତିହାସ ସଂଗ୍ରହ କରି ରୋଗ ନିର୍ଣ୍ଣୟ କରାଯାଏ । କେତେକ କେଶରେ ଚର୍ମ ଓ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । [5] ଏକ ଯୁକ୍ତାତ୍ମକ ପରୀକ୍ଷା ଅର୍ଥ ନୁହେଁ ଯେ ନିର୍ଦ୍ଦିଷ୍ଟ ବସ୍ତୁ ପ୍ରତି ଯଥେଷ୍ଟ ଆଲର୍ଜି ଅଛି । [8]
ସମ୍ଭାବ୍ୟ ଆଲର୍ଜେନ ପ୍ରତି ପ୍ରାରମ୍ଭିକ ସଂସ୍ପର୍ଶ ରକ୍ଷାକାରୀ ହୋଇପାରେ । [9] ଆଲର୍ଜେନ ଏଡ଼େଇବା, କର୍ଟିକୋସ୍ଟିରଏଡ ଓ ଆଣ୍ଟିହିସ୍ଟାମିନ ଭଳି ଓଷଧ ବ୍ୟବହାର କରି ଏହାର ଚିକିତ୍ସା କରାଯାଏ । [10] ଅବସ୍ଥା ଗମ୍ଭୀର ହେଲେ ଆଡ୍ରାନାଲିନ ଇଞ୍ଜେକସନ ଦିଆଯାଏ । [11] ହେ ଫିଭର ଓ କୀଟ ଦଂଶନ କେଶରେ ଆଲର୍ଜେନ ଇମ୍ମ୍ୟୁନୋଥେରାପି ଦିଆଯାଏ ଯାହା ଅଧିକରୁ ଅଧିକ ପରିମାଣର ଆଲର୍ଜେନ ସଂସ୍ପର୍ଷରେ ଆସିବାକୁ ଦିଏ । ଖାଦ୍ୟ ଆଲର୍ଜିରେ ଏହାର ଉପକାରୀତା ସ୍ପଷ୍ଟ ହୋଇନାହିଁ । [10]
ଆଲର୍ଜି ଏକ ସାଧାରଣ ରୋଗ । [12] ବିକଶିତ ଦେଶମାନଙ୍କରେ ୨୦ % ଲୋକଙ୍କର ଆଲର୍ଜିକ ନାକ ପ୍ରଦାହ ରୋଗ ଅଛି, [13] ପ୍ରାୟ ୬ % ଲୋକଙ୍କର ଖାଦ୍ୟ ଆଲର୍ଜି ଅଛି, [5][9] ଓ ପ୍ରାୟ ୨୦ % ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ଅଛି । [14] ଦେଶ ଅନୁଯାୟୀ ୧ରୁ ୧୮ % ଲୋକଙ୍କର ଆଜମା ଥାଏ । [15] 0.0୫–୨% ଲୋକଙ୍କର ଆନାଫାଇଲାକ୍ସିସ୍ ହୁଏ ।[16] ବିଭନ୍ନ ଆଲର୍ଜିର ରୋଗ ସଂଖ୍ୟା ବଢ଼ିବାକୁ ଲାଗିଛି । [11][17] ଏହି ଆଲର୍ଜି ଶବ୍ଦଟି ପ୍ରଥମେ ସନ ୧୯୦୬ରେ କ୍ଲେମେନ୍ସ ଭନ ପିରକ୍ୟେଟ ବ୍ୟବହାର କରିଥିଲେ । [6]