From Wikipedia, the free encyclopedia
କୁଲ୍ଫୀ /kʊlfiː/ ଏକ ଲୋକପ୍ରିୟ ମିଠା ଜାତୀୟ ଖାଦ୍ୟ ଅଟେ ଯାହା ଦୈନିକ ଭୋଜନ ଶେଷରେ ପରିବେଷିତ ହୋଇଥାଏ । ଏହାକୁ ସାଧାରଣତଃ ଭାରତୀୟ ପାରମ୍ପରିକ ଗତ ଆଇସ-କ୍ରିମ ରୂପେ ବର୍ଣ୍ଣନା କରାଯାଇଥାଏ । [1][2] ଏହା ସାଧାରଣତଃ ଭାବେ ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବଙ୍ଗଳାଦେଶ, ନେପାଳ, ମିଆଁମାର, ମଧ୍ୟ ପୂର୍ବ ଏବଂ ଅଷ୍ଟ୍ରେଲିଆ, ୟୁରୋପ, ପୂର୍ବ ଏସିଆ, ଉତ୍ତର ଆମେରିକାର ଭାରତୀୟ ରେଷ୍ଟୁରାଣ୍ଟରେ ବ୍ୟାପକ ରୂପେ ଉପଲବ୍ଧ ହୋଇଥାଏ ।
ଅନ୍ୟ ନାମ | କୁଲ୍ଫୀ |
---|---|
ପ୍ରକାର | ଆଇସ କ୍ରିମ |
ପରଷା | ଭୋଜନ ଶେଷରେ ପରିବେଷିତ |
ମୂଳ ସ୍ଥାନ | ଉତ୍ତର ପ୍ରଦେଶ, ମୁଘଲ ଏମ୍ପାଇଆର |
ଅଞ୍ଚଳ ବା ରାଜ୍ୟ | ଭାରତ |
ମୁଖ୍ୟ ଉପାଦାନ | କ୍ଷୀର |
|
ପାଶ୍ଚାତ୍ୟ ଦେଶର ଆଇସ କ୍ରିମର ତୁଳନାରେ କୁଲ୍ଫୀ ବହୁତ ବହଳିଆ ଏବଂ ମଲାଇବାଲା ହୋଇଥାଏ , କାରଣ ଆଇସ କ୍ରିମକୁ ବହୁ ଜୋରେ ଫେଣ୍ଟିକରି ତିଆରି ହୋଇଥାଏ ଯାହାଦ୍ୱାରା ସେଥିରେ ପବନ ମିଶିଯାଇଥାଏ , ମାତ୍ର କୁଲ୍ଫୀକୁ ବିନା ଫେଣ୍ଟି ଜମା ଯାଇଥାଏ ।[1][3] ପ୍ରାୟତଃ କୁଲ୍ଫୀରେ ଗାଈ ବଦଳରେ ମଇଁଷି କ୍ଷୀରରେ ତିଆରି ହୋଇଥାଏ କାରଣ ଏହା ବହୁତ ବହଳିଆ ହୋଇଥାଏ ।[3]
ଏହା ଏକ ସାଧାରଣ ଉପାୟ ଅଟେ ଯେଉଁଥିରେ କ୍ଷୀର, ମଲାଇ, ଖୁଆ ଏବଂ ଚିନିର ବ୍ୟବହାର କରାଯାଇଥାଏ । ଏଥିରେ ଅଳେଇଚ ସ୍ୱାଦ ରହିଥାଏ ଏବଂ ଅଳ୍ପ ମସଲା ପକା ଯାଇଥାଏ ।
— କ୍ଷୀର : ସର୍ବଦା ସମ୍ପୂର୍ଣ୍ଣ ଫେଣ୍ଟି ହୋଇଥିବା କିମ୍ବା ସମ୍ପୂର୍ଣ୍ଣ କ୍ରିମର କ୍ଷୀର ବ୍ୟବହାର କରାଯାଏ ।
— କ୍ରିମ : ଏଥିରେ ୩୫ ପ୍ରତିଶତ କ୍ରିମ ବ୍ୟବହାର କରାଯାଏ । ଏହାଛଡା ଏଥିରେ ଅମୁଲ ଫ୍ରେଶ କ୍ରିମର ମଧ୍ୟ ବ୍ୟବହାର କରାଯାଇପାରେ ।
— ଖୁଆ : ଏଥିରେ ଅଳ୍ପ ମାତ୍ରାରେ ଖୁଆ ପଡିଥାଏ ଯାହା ପ୍ରାୟତଃ କ୍ରିମ କୁଲ୍ଫୀ ବନେଇଥାଏ ।
— ଶୁଖିଲା ମସଲା : ଏଥିରେ ବାଦାମ, ପେସ୍ତା, କାଜୁ ଏବଂ ଖିସମିଶ ପକାଯାଇଥାଏ ।
ଯେତେବେଳେ ଏହା ସମ୍ପୂର୍ଣ୍ଣ ରୂପେ ବସିଯିବ ସେତେବେଳେ ଏହା ପରସିବା ପାଇଁ ପ୍ରସ୍ତୁତି ହୋଇଯିବ । ଏହାକୁ ଫ୍ରିଜରରୁ କାଢି ଦିଆଯାଉ ଏବଂ ସାଧା ପାଣି ପାତ୍ରରେ ୧-୨ ସେକେଣ୍ଡ ପର୍ଯ୍ୟନ୍ତ କୁଲ୍ଫୀ ରଖାଯାଇଥିବା ପାତ୍ରକୁ ବୁଡ଼େଇ ରଖାଯାଉ, ଯାହାଦ୍ୱାରା ସହଜରେ କୁଲ୍ଫୀ କଢାଯାଇ ପାରିବ । ଏହାପରେ ଏହାକୁ ଏକ ମାଟି ପାତ୍ର କାଢିନିଆ ଯାଉ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.