ଚନ୍ଦ୍ରଭାଗା ବେଳାଭୂମି
From Wikipedia, the free encyclopedia
ଚନ୍ଦ୍ରଭାଗା ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିରର ତିନି କିଲୋମିଟର ପୂର୍ବରେ ଅବସ୍ଥିତ । ଏହା ଭାରତୀୟ ରାଜ୍ୟ ଓଡ଼ିଶାର ପୁରୀ ସହରଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ।[1] ଏଠାରେ କୁଷ୍ଠ ରୋଗୀମାନଙ୍କର ପ୍ରାକୃତିକ ଉପାୟରେ ଚିକିତ୍ସା ହୋଇଯାଏ ବୋଲି ପୂର୍ବେ ବିଶ୍ୱାସ ରହିଥିଲା । ଏସିଆର ପ୍ରଥମ ବେଳାଭୂମି ଭାବରେ ଚନ୍ଦ୍ରଭାଗା ବେଳାଭୂମିକୁ ବ୍ଲୁ-ଫ୍ଲାଗ ପ୍ରମାଣ ପତ୍ର ମିଳିଥିଲା । ଏହି ପ୍ରମାଣପତ୍ର ସୁପରିବେଶାତ୍ମକ, ପରିଷ୍କାର ଏବଂ ଅନ୍ତର୍ଜାତୀୟ ସ୍ତରର ସୁବିଧାଯୁକ୍ତ ବେଳାଭୂମିଗୁଡ଼ିକୁ ମିଳେ ।[2]