ଫକୀର ମୋହନ ସେନାପତି
ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ / From Wikipedia, the free encyclopedia
ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ – ୧୪ ଜୁନ ୧୯୧୮) ଜଣେ ଓଡ଼ିଆ ଲେଖକ ଓ ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ।[1]
Quick Facts ବ୍ୟାସକବି ଫକିର ମୋହନ ସେନାପତି, ଜନ୍ମ ଓ ଜନ୍ମସ୍ଥାନ ...
ବ୍ୟାସକବି ଫକିର ମୋହନ ସେନାପତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1843-01-13)୧୩ ଜାନୁଆରୀ ୧୮୪୩ ମଲ୍ଲିକାଶପୁର, ବାଲେଶ୍ୱର ଜିଲ୍ଲା, ଓଡ଼ିଶା, ଭାରତ |
ମୃତ୍ୟୁ | ୧୪ ଜୁନ ୧୯୧୮(1918-06-14) (ବୟସ ୭୫) |
ବୃତ୍ତି | ଗାଳ୍ପିକ, ଲେଖକ, କବି, ସାହିତ୍ୟିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସମୟ | ଊନବିଂଶ ଶତାବ୍ଦୀ |
ସାହିତ୍ୟ କୃତି | ଛ ମାଣ ଆଠ ଗୁଣ୍ଠ |
ଦସ୍ତଖତ |
Close
ଫକୀର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ ।