ଗାଉଟ
ଖାଦ୍ୟ ଓ ଜେନେଟିକ କାରକ ଯୋଗୁ ବାତରକ୍ତ ହୁଏ / From Wikipedia, the free encyclopedia
ଗାଉଟ୍ (ଅନ୍ୟ ନାମ ପୋଡାଗ୍ରା, କବିରାଜୀ ନାମ ବାତରକ୍ତ) ରୋଗ ଯେତେବେଳେ ପାଦ-ବୃଦ୍ଧାଙ୍ଗୁଳୀର ମୂଳକୁ ଧରେ [1] ପୁନଃ ପୁନଃ ପ୍ରଦାହ ହୋଇ ଗଣ୍ଠି ଲାଲ, ଉଷ୍ମ, ଦରଜ ହୁଏ ଓ ଫୁଲିଯାଏ ।[2]ଗଣ୍ଟି ଯନ୍ତ୍ରଣା ୨୪ ଘଣ୍ଟା ମଧ୍ୟରେ ଶୀଘ୍ର ତୀବ୍ର ହୁଏ ।[3] ପାଦକ ଅଙ୍ଗୁଳୀୟ ଗଣ୍ଠି (joint at the base of the big toe) ଅର୍ଦ୍ଧେକ କେଶ୍ରେ ପ୍ରଭାବିତ ହୁଏ ।[4] ଏହା ସହିତ ଟୋଫସ୍, ବୃକ୍କ ପ୍ରସ୍ତର (ବୃକ୍କାଶ୍ମରୀ) ଓ ୟୁରେଟ ନେଫ୍ରୋପାଥି ହୋଇପାରେ । [3]
ଗାଉଟ (ବାତରକ୍ତ) | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | rheumatology[*], internal medicine[*] |
ଆଇସିଡ଼ି-୧୦ | M10. |
ଆଇସିଡ଼ି-୯-ସିଏମ୍ | 274.00 274.1 274.8 274.9 |
ଓଏମ୍ଆଇଏମ୍ | 138900 300323 |
ରୋଗ ଡାଟାବେସ | 29031 |
ମେଡ଼ିସିନ-ପ୍ଲସ | 000422 |
ଇ-ମେଡ଼ିସିନ | emerg/221 med/924 med/1112 oph/506 orthoped/124 radio/313 |
Patient UK | ଗାଉଟ |
MeSH | D006073 |
ଖାଦ୍ୟ ଓ ଜେନେଟିକ କାରକ ଯୋଗୁ ଗାଉଟ ହୁଏ । ଅତ୍ୟଧିକ ମାଂସ ଖାଇବା, ଅତ୍ୟଧିକ ମଦ୍ୟପାନ କରିବା ଓ ଓଜନାଧିକ୍ୟ ଥିବା ଲୋକଙ୍କୁ ଏହି ରୋଗ ସାଧାରଣତଃ ହୁଏ । ଅନ୍ତର୍ନିହିତ କ୍ରିୟାବିଧି: ରକ୍ତରେ ୟୁରିକ ଏସିଡ ମାତ୍ରା ଅତ୍ୟଧିକ ହେଲେ ଏ ରୋଗ ହୁଏ । ଗଣ୍ଠି, ପେଶୀରଜ୍ଜୁ ଓ ଚତୁର୍ପାର୍ଶ୍ୱରେ ୟୁରିକ ଏସିଡ ସ୍ଫଟିକ ଜମିଗଲେ ଗାଉଟ ରୋଗ ହୁଏ । ଗଣ୍ଠି ତରଳ ପଦାର୍ଥରେ ୟୁରିକ ଏସିଡ ସ୍ଫଟିକ ଦେଖିଲେ ବା ଟୋଫସ ଦେଖିଲେ ଏହି ରୋଗ ନିର୍ଣ୍ଣୟ ହୁଏ । ରୋଗ ଆକ୍ରମଣ ସମୟରେ ୟୁରିକ ଏସିଡ ସ୍ତର ରକ୍ତରେ ସାଧାରଣ ଥାଇପାରେ ।[3]
ଏନଏସଏଆଇଡି (nonsteroidal anti-inflammatory drugs), ସ୍ଟିରଏଡ ବା କଲଚିସିନ ଔଷଧ ଦେଲେ ଲକ୍ଷଣରେ ଉନ୍ନତି ହୁଏ । ଥରେ ତୀବ୍ର ଆକ୍ରମଣ କମିଗଲେ ଜୀବନଚର୍ଯ୍ୟା ପରିବର୍ତ୍ତନ ସହିତ ୟୁରିକ ଏସିଡ ସ୍ତର କମିଯାଏ ଓ ବାରମ୍ବାର ଆକ୍ରମଣ ହେଉଥିଲେ ଆଲୋପ୍ୟୁରିନଲ ବା ପ୍ରୋବେନେସିଡ ଔଷଧ ଦେଇ ଦୀର୍ଘକାଳୀନ ପ୍ରତିଷେଧ କରିବା ସମ୍ଭବ ହୁଏ ।[3] ଭିଟାମିନ ସି ଓ ନିମ୍ନ ଚର୍ବି ବିଶିଷ୍ଟ ଖାଦ୍ୟ ଖାଇଲେ ଏହି ରୋଗ ପ୍ରତିରୋଧ ହୋଇପାରେ ।[5]
ପଶ୍ଚିମ ପୃଥିବୀର ମୋଟ ଲୋକସଂଖ୍ୟାର ୧ରୁ ୨% ଲୋକ ଏହି ରୋଗରେ ତାଙ୍କ ଜୀବନର ଯେ କୌଣସି ସମୟରେ ଆକ୍ରାନ୍ତ ହୁଅନ୍ତି । ଏବେକାର ଅନୁଶୀଳନରୁ ଦେଖାଯାଇଛି ଯେ ମେଟାବୋଲିକ ସିଣ୍ଡ୍ରୋମ, ଦୀର୍ଘ ଆୟୁଷ ଓ ଖାଦ୍ୟ ପରିବର୍ତ୍ତନ ଭଳି କାରକମାନଙ୍କର ବୃଦ୍ଧି ହେବାଦ୍ୱାରା ରୋଗୀ ସଂଖ୍ୟା ବୃଦ୍ଧି ହେଉଛି । ବୟସାଧିକ ପୁରୁଷମାନଙ୍କୁ ଅଧିକ ରୋଗ ହୁଏ ।[3] ଇତିହାସରେ ଏହି ରୋଗ ରାଜାଙ୍କର ରୋଗ ବା ଧନୀଙ୍କର ରୋଗ ନାମରେ ପରିଚିତ ଥିଲା । [3][6] ପୁରାତନ ଇଜିପ୍ଟବାସୀଙ୍କ ସମୟରୁ ଏହି ରୋଗର ସ୍ଥିତି ବିଷୟରେ ଜଣାଅଛି ।[3]