ମୁଣ୍ଡ ବିନ୍ଧା
ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା / From Wikipedia, the free encyclopedia
ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ତାହାକୁ ମୁଣ୍ଡ ବିନ୍ଧା ହେଉଛି ବୋଲି କହନ୍ତି । ଏହା ଏକ ଲକ୍ଷଣ, ରୋଗ ନୁହେଁ । ମୁଣ୍ଡ ଓ ବେକରେ ହେଉଥିବା ଅନେକ ରୋଗରେ ଏହା ଏକ ଲକ୍ଷଣ ରୂପେ ପ୍ରକାଶ ପାଏ ।
ଅନ୍ୟ ନାମ: ଲୋକମାନେ ଏହାକୁ ଶିର ପୀଡ଼ା, ଶିର ବେଦନା, ମୁଣ୍ଡ ବ୍ୟଥା ଓ ମୁଣ୍ଡ ବଥା ନାମ ମଧ୍ୟ ଦେଇଥାଆନ୍ତି । ମସ୍ତିଷ୍କ ଜୀବକୋଷରେ ଯନ୍ତ୍ରଣାଗ୍ରାହୀ ସ୍ନାୟୁ କୋଷ ନ ଥାଏ । ଏହାର ଚାରିଆଡେ ଥିବା ଅନ୍ୟ ତନ୍ତୁ ଯଥା ପେରିଓସ୍ଟିଅମ, ମାଂସ ପେଶୀ, ସ୍ନାୟୁ, ରକ୍ତ ନଳୀ ଚର୍ମ ତଳ ତନ୍ତୁ, ଆଖି, କାନ, ସାଇନସ୍ ଓ ଶ୍ଳେଷ୍ମ ଝିଲ୍ଲୀରେ କିଛି ରୋଗ ଥିଲେ ଯନ୍ତ୍ରଣା ହୁଏ, କାରଣ ଏ ଗୁଡିକରେ ସ୍ନାୟୁ ଥାଆନ୍ତି । ଏହାର ଚିକିତ୍ସା ମୂଖ୍ୟତଃ ରୋଗର ମୂଳ କାରଣ ଅନୁସାରେ କରାଯାଏ, କିନ୍ତୁ ଉପଶମ ନିମନ୍ତେ ପୀଡ଼ା ନାଶକ ଔଷଧ ଦିଆଯାଏ ।