ଚିକିତ୍ସା ବିଜ୍ଞାନ
From Wikipedia, the free encyclopedia
ଏହି ମେଡିସିନ ବିଷୟଟି ଚିକିତ୍ସାର କଳା ଓ ବିଜ୍ଞାନ ବିଷୟରେ ଲିଖିତ । ଔଷଧ ଅର୍ଥରେ ଜାଣିବାକୁ ହେଲେ ଔଷଧ ତତ୍ତ୍ୱ ପଢ଼ିବାକୁ ଅନୁରୋଧ ।
ମେଡିସିନ /ˈmɛds[invalid input: 'ɨ']n/ (listen), US English /ˈmɛd[invalid input: 'ɨ']s[invalid input: 'ɨ']n/ (listen)) ବା ଭେଷଜ ବିଜ୍ଞାନରେ ରୋଗ ବିଷୟରେ ବିଶଦ ବିବରଣୀ ସହ ରୋଗ ନିର୍ଣ୍ଣୟ, ଚିକିତ୍ସା ଓ ପ୍ରତିରୋଧର ବ୍ୟାଖ୍ୟା ଥାଏ[1] । ଜନ ସାଧାରଣ ମେଡିସିନ ଶବ୍ଦର ଅର୍ଥ ଔଷଧ ବୁଝନ୍ତି, କିନ୍ତୁ ମେଡିସିନ ବିଷୟର ଅର୍ଥ ଚିକିତ୍ସା ବିଜ୍ଞାନ ବା ଭେଷଜ ବିଜ୍ଞାନ । ଏହାର ଅନ୍ୟ ଏକ ଅର୍ଥ ଔଷଧ । ଇଂରାଜୀରେ ଏହାକୁ କନ୍ଭେନ୍ସନାଲ୍ (conventional) , ଅର୍ଥୋଡକ୍ସ (orthodox), ସାଇଣ୍ଟିଫିକ୍ (scientific) କିମ୍ବା ମେନ୍ସ୍ଟ୍ରିମ ମେଡିସିନ (mainstream) ନାମ ଦିଆଯାଏ । ମାନବର ସ୍ୱାସ୍ଥ୍ୟ ରକ୍ଷା, ସ୍ୱାସ୍ଥ୍ୟ ସୁବିଧା, ସ୍ୱାସ୍ଥ୍ୟ ପୁନରୁଦ୍ଧାର, ପ୍ରତିରୋଧ, ପ୍ରତିଷେଧ ଓ ରୋଗ ଚିକିତ୍ସା ଏହାର ପରିସର ମଧ୍ୟରେ ଆସେ । ଅଲ୍ଟରନେଟ ମେଡିସିନ (alternative medicine) ନାମକ ଅନ୍ୟ ଏକ ବିଭାଗ ମଧ୍ୟରେ ମେଡିସିନ ବ୍ୟତୀତ ଆହୁରି ଅନେକ ପ୍ରକାର ଚିକିତ୍ସା ପଦ୍ଧତି ଅଛି।
ପ୍ରଚଳିତ ମେଡିସିନ ବିଜ୍ଞାନରେ ବାୟୋମେଡିକାଲ ବିଜ୍ଞାନ ଓ ରିସର୍ଚ୍ଚ, ଜେନେଟିକ୍ସ, ବିଭିନ୍ନ ଟେକ୍ନୋଲୋଜି ସହାୟତାରେ ରୋଗ ନିର୍ଣ୍ଣୟ, ଔଷଧ, ଅପରେଶନ, ରାଡିଏସନ ଇତ୍ୟାଦିର ବିବରଣୀ ଥାଏ [2]
। ଏହା ସହ ଫିଜିଓଥେରାପି ଅଙ୍ଗାଙ୍ଗୀ ବାବେ ଜଡ଼ିତ ।
ଲାଟିନ ଭାଷାର ଅର୍ସ ମେଡିସିନା (ars medicina) ଶବ୍ଦରୁ ଆଧୁନିକ ମେଡିସିନ ଶବ୍ଦ ଆସିଛି [3][4]।