ଯାଜପୁର ଜିଲ୍ଲା
ଓଡିଶାର ଏକ ଜିଲ୍ଲା / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଯାଜପୁର। | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ଯାଜପୁର |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୭ଟି ଆସନ
|
Area | |
• ଜିଲ୍ଲା | 2,887.69 ବର୍ଗ କି.ମି km2 (Formatting error: invalid input when rounding sq mi) |
Population (୨୦୧୧) | |
• ଜିଲ୍ଲା | ୧୮୨୬୨୭୫ |
• Rank | ଓଡ଼ିଶାରେ ସପ୍ତମ (୭/୩୦) |
• Urban | ୧୩୫୦୧୧ |
• Rural | ୧୬୯୧୨୬୪ |
• ୬ ବର୍ଷରୁ କମ ଶିଶୁ | ୨୦୭୩୧୦ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୫ xxx |
ଯାନବାହାନ ପଞ୍ଚୀକରଣ | ଓଡ଼ି-୦୪,ଓଡ଼ି-୩୪ |
ଜିଲ୍ଲାପାଳ | ରଞ୍ଜନ କୁମାର ଦାସ |
Website | Official website |
ଓଡ଼ିଶାର ସର୍ବ ପ୍ରାଚୀନ ରାଜଧାନୀ ଭାବେ ଏହାର ଯଶ କିର୍ତିତ । ବିଶେଷ କରି ଶୈଳୋଦ୍ଭବ, ମାଠର, ଭୌମକର ଏବଂ ସୋମବଂଶୀ ବା କେଶରୀମାନଙ୍କ ଶାସନ କାଳରେ ଏହି ଭୂଭାଗ ଓଡ଼ିଶାର ରାଜଧାନୀ ରୂପେ ଭାରତ ବର୍ଷରେ ଏକ ବିଖ୍ୟାତ ସହରର ମାନ୍ୟତା ଲାଭ କରିଥିଲା । ଦେବୀ ବିରଜାଙ୍କ ନାମାନୁସାରେ ଏହାର ପ୍ରାଚୀନ ନାମ ଥିଲା ବିରଜା । ପରବର୍ତୀ ସମୟ ସମୟରେ ଏହାର ନାମରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଯଜ୍ଞପୁର, ଗୁହଦେବ ପାଟକ, ଯାଜନଗର, ଅଭିନବ ଯଯାତି ନଗର, ଯାଜିପୁର ଓ ଆଜିର ଯାଜପୁର ରୂପେ ଏହାର ନାମାନ୍ତର ଘଟିଅଛି । ଆଛତିଆ ଆରୋଡ଼ି ପର୍ଯ୍ୟନ୍ତ ଏହି ଭୂମଣ୍ଡଳ ବିସ୍ତୃତ ।
ସୋମବଂଶୀୟ ରାଜା ଯଜାତି କେଶରୀଙ୍କଦ୍ୱାରା ସ୍ଥାପିତ ଯାଜପୁର ସହର ନାମରେ ଏହି ଜିଲ୍ଲାର ନାମକରଣ କରାଯାଇଛି ୧୯୯୩ ମସିହ ଅପ୍ରେଲ ମାସରେ ଯାଜପୁର ଗୋଟିଏ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ନେଲା ଓ ଯାଜପୁର ସଦର ଗୋଟିଏ ଉପଖଣ୍ଡ (ସବଡ଼ିଭିଜନ) ହୋଇରହିଲା । ଯାଜପୁର ସହର ଜିଲ୍ଲାର ସଦର ମହକୁମା ହୋଇରହିଲା । ଆଗେ ଯାଜପୁର ଅଞ୍ଚଳ ବିଭିନ୍ନ ନଦୀଦ୍ୱାରା ବହୁତ କ୍ଷତିଗ୍ରସ୍ଥ ହେଉଥିଲା । ସେ ନଦୀଗୁଡିକ ମଧ୍ୟରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସୁଆଁ ଇତ୍ୟାଦି । ଅବିଭକ୍ତ କଟକ ଜିଲ୍ଲାର ତ୍ରିକୋଣ ଭୂମି ଅଞ୍ଚଳ ଏହିସବୁ ନଦୀଗୁଡିକଦ୍ୱାରା ବନ୍ୟାରେ ଅପୂରଣୀୟ କ୍ଷତି ହେଉଥିଲା ଓ ବହୁତ ଫସଲ ନଷ୍ଟ ହେଉଥିଲା ।