ସଚ୍ଚିଦାନନ୍ଦ ରାଉତରାୟ
ଓଡ଼ିଆ ଲେଖକ / From Wikipedia, the free encyclopedia
ସଚ୍ଚିଦାନନ୍ଦ ରାଉତରାୟ (୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ଔପନ୍ୟାସିକ ଥିଲେ । 'ମାଟିର ଦ୍ରୋଣ', 'କବିଗୁରୁ', 'ମାଟିର ମହାକବି', 'ସମୟର ସଭାକବି' ପ୍ରଭୃତି ବିଭିନ୍ନ ଶ୍ରଦ୍ଧାନାମରେ ସେ ନାମିତ । ସେ ପ୍ରାୟ ୭୫ବର୍ଷ ଧରି ସାହିତ୍ୟ ରଚନା କରିଥିଲେ । ତାଙ୍କ ରଚନାସମୂହ ମୁଖ୍ୟତଃ ସାମ୍ରାଜ୍ୟବାଦ, ଫାସିବାଦ ଓ ବିଶ୍ୱଯୁଦ୍ଧ ବିରୋଧରେ । ଓଡ଼ିଆ ସାହିତ୍ୟରେ "ଅତ୍ୟାଧୁନିକତା"ର ପ୍ରବର୍ତ୍ତନର ଶ୍ରେୟ ସଚ୍ଚି ରାଉତରାୟଙ୍କୁ ଦିଆଯାଏ । ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଚାଳିଶରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ତାଙ୍କର ଲେଖାଲେଖି ପାଇଁ ୧୯୮୬ରେ ଭାରତ ସରକାରଙ୍କଠାରୁ ଜ୍ଞାନପୀଠ ପୁରସ୍କାର ପାଇଥିଲେ । [1]
Quick Facts ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ, ଜନ୍ମ ଓ ଜନ୍ମସ୍ଥାନ ...
ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1916-05-13)୧୩ ମଇ ୧୯୧୬ ଗୁରୁଜଙ୍ଗ, ଖୋର୍ଦ୍ଧା ଜିଲ୍ଲା, |
ମୃତ୍ୟୁ | ୨୧ ଅଗଷ୍ଟ ୨୦୦୪(2004-08-21) (ବୟସ ୮୮) |
ଭାଷା | ଓଡ଼ିଆ ଭାଷା |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟ |
ପୁରସ୍କାର | ପଦ୍ମଶ୍ରୀ, ଜ୍ଞାନପୀଠ ପୁରସ୍କାର |
ଜୀବନସାଥୀ | ଭୂଦେବୀ |
ସନ୍ତାନ | ମଞ୍ଜୁଶ୍ରୀ, ଚିତ୍ରା, ଶ୍ରୀହର୍ଷ, ଉଦୟନ |
ସମ୍ପର୍କୀୟ | ପିତା - ସଦାନନ୍ଦ ରାଉତରାୟ, ମାତା - ହେମବତୀ ଦେବୀ |
Close