ହୋଗେନାକ୍କଲ୍ ଜଳପ୍ରପାତ
ଧର୍ମପୁରୀ, ତାମିଲନାଡୁ / From Wikipedia, the free encyclopedia
ହୋଗେନାକ୍କଲ୍ ଜଳପ୍ରପାତ ଦକ୍ଷିଣ ଭାରତର ତାମିଲନାଡ଼ୁ ରାଜ୍ୟର ଧର୍ମପୁରୀ ଜିଲ୍ଲାରେ କାବେରୀ ନଦୀ ଶଯ୍ୟାର ଅବସ୍ଥିତ ।[1][2][3][4][5][6] କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁଠାରୁ ଓ ଧର୍ମପୁରୀ ସହରଠାରୁ ଏହି ଜଳପ୍ରପାତର ଦୂରତା ଯଥାକ୍ରମେ ୧୮୦ କି.ମି. ଏବଂ ୪୬ କି.ମି. ।[7] କେହି କେହି ଏହି ଜଳପ୍ରପାତକୁ ଭାରତର "ନାଏଗ୍ରା ଜଳପ୍ରପାତ" ବୋଲି କହିଥାନ୍ତି । ନୌବିହାର ଓ ସ୍ନାନ ଉପଯୋଗୀ ହୋଇଥିବାରୁ ଏହା ଦକ୍ଷିଣ ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଏହି ଜଳପ୍ରପାତ ଶଯ୍ୟାର କାର୍ବନାଟାଇଟ୍ ଶିଳା ଦକ୍ଷିଣ ଏସିଆ ତଥା ପୃଥିବୀର ସର୍ବପୁରାତନ ଆଗ୍ନେୟ ଶିଳାମାନଙ୍କ ମଧ୍ୟରେ ଗଣା ।[8] ତାମିଲନାଡ଼ୁ ସରକାର ଏହି ଜଳପ୍ରପାତରୁ ରାଜ୍ୟକୁ ପାନୀୟ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ କରିଥିଲେ ।