![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/12/1lpa_opm.png/640px-1lpa_opm.png&w=640&q=50)
ଅଗ୍ନାଶୟ ଏଞ୍ଜାଇମ (ଡାକ୍ତରୀ ବ୍ୟବହାର)
ଅଗ୍ନାଶୟ ଏଞ୍ଜାଇମର ଡାକ୍ତରୀ ବ୍ୟବହାର / From Wikipedia, the free encyclopedia
ଅଗ୍ନାଶୟ ଏଞ୍ଜାଇମ (ଇଂରାଜୀ ଭାଷାରେ Pancreatic enzymes, ଅନ୍ୟ ନାମ ପାଙ୍କ୍ରିଲାଇପେଜ/ pancrelipase ଓ ପାଙ୍କ୍ରିଆଟିନ/ pancreatin) ଏକ ବ୍ୟବସାୟୀକ ମିଶ୍ରଣ ଯେଉଁଥିରେ ଆମିଲେଜ (amylase), ଲାଇପେଜ (lipase) ଓ ପ୍ରୋଟିଏଜ (protease) ଥାଏ ।[1][2] ଅଗ୍ନାଶୟ ଜନିତ ଅଭାବ ଯୋଗୁ ହେଉଥିବା ମାଲଆବସର୍ପସନ ସିଣ୍ଡ୍ରୋମ (pancreatic problems) ରୋଗରେ ବ୍ୟବହାର କରାଯାଏ ।[1] ସିସ୍ଟିକ୍ ଫାଇବ୍ରୋସିସ୍, ଅଗ୍ନାଶୟ ନିଷ୍କାସନ (surgical removal of the pancreas), ଦୀର୍ଘକାଳୀନ ଅଗ୍ନାଶୟ ପ୍ରଦାହ ଇତ୍ୟାଦି ରୋଗମାନଙ୍କ ଯୋଗୁ ଏହି ଅଗ୍ନାଶୟ ସମସ୍ୟା ସୃଷ୍ଟି ହୁଏ । [1][3] ଏହି ଔଷଧକୁ ପାଟିରେ ଦିଆଯାଏ । [1]
![]() Complex of lipase with colipase | |
Clinical data | |
---|---|
Trade names | Creon, Pancreaze, Pancrex, others |
AHFS/Drugs.com | monograph |
MedlinePlus | a604035 |
Pregnancy category |
|
Routes of administration | by mouth |
ATC code |
|
Identifiers | |
CAS Number | |
DrugBank |
|
ChemSpider |
|
UNII | |
ECHA InfoCard | 100.053.309 ![]() |
ଅଗ୍ନାଶୟ ଏଞ୍ଜାଇମର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ସାଧାରଣତଃ ବାନ୍ତି (vomiting), ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଓ ତରଳ ଝାଡ଼ା ହୋଇପାରେ ।[1] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ମଳଦ୍ୱାର ପାଖରେ (perianal) ଜଳାପୋଡ଼ା ଓ ଅଧିକ ରକ୍ତ ୟୁରିକ ଏସିଡ (high blood uric acid) ହୋଇପାରେ । ଏହି ଏଞ୍ଜାଇମଗୁଡ଼ିକ ଘୁଷୁରୀରୁ (pig) ପ୍ରସ୍ତୁତ ହୋଇଥାଏ । ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[3] ଏହାର ଉପାଦାନମାନ ହଜମକାରୀ ଏଞ୍ଜାଇମ (digestive enzyme) ଯାହା ମାନବ ଅଗ୍ନାଶୟରୁ (pancreas) ତିଆରି ହେଉଥିବା ଇଞ୍ଜାଇମ ସଦୃଶ ହୋଇଥାଏ ।[4] ଚର୍ବି, ସ୍ଟାର୍ଚ୍ଚ ଓ ପୁଷ୍ଟିସାର ହଜମ (digest) କରିବାରେ ସାହାଯ୍ୟ କରେ ।[3]
ଅତି କମ୍ରେ ୧୮୦୦ ଶତାବ୍ଦୀରୁ ଅଗ୍ନାଶୟ ଏଞ୍ଜାଇମ ବ୍ୟବହୃତ ହୋଇଆସୁଛି ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏହି ଔଷଧ ବାବଦ ଏକ ମାସର ଖର୍ଚ୍ଚ ପ୍ରାୟ ୧୧.୬୪ ପାଉଣ୍ଡ ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [7]