ଆଟାଜାନାଭିର
From Wikipedia, the free encyclopedia
ଆଟାଜାନାଭିର (ଇଂରାଜୀ ଭାଷାରେ Atazanavir, ଏକ ବିକ୍ରୟ ନାମ ରେୟାଟାଜ) ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହୃତ ହୁଏ । ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସହିତ ଦେବାକୁ ସୁପାରିସ କରାଯାଏ । ଇଞ୍ଜେକସନ ଛୁଞ୍ଚି ଆଘାରର ପ୍ରତିଷେଧ ନିମନ୍ତେ ଏହା ଦିଆଯାଇପାରେ । ଦିନକୁ ଥରେ ଏହା ପାଟିରେ ଦିଆଯାଏ । [2]
Clinical data | |
---|---|
Pronunciation | /ˌæ.tə.ˈzæ.nə.vɪər/, A-tə-ZA-nə-vir[1] |
Trade names | Reyataz, Evotaz, others[2] |
AHFS/Drugs.com | monograph |
MedlinePlus | a603019 |
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 60-68% |
Protein binding | 86% |
Metabolism | Liver (CYP3A4-mediated) |
Elimination half-life | 6.5 hours |
Excretion | Fecal and kidney |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
NIAID ChemDB | |
ECHA InfoCard | 100.243.594 |
Chemical and physical data | |
Formula | C38H52N6O7 |
Molar mass | 704.856 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମୁଣ୍ଡବଥା, ଅଇ, ଜଣ୍ଡିସ୍, ପେଟ ଯନ୍ତ୍ରଣା, ନିଦ୍ରାହୀନତା ଓ ଜ୍ୱର ଇତ୍ୟାଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ଏରିଥେମା ମଲ୍ଟିଫର୍ମ (erythema multiforme) ଭଳି ରାସ ଓ ଉଚ୍ଚ ରକ୍ତ ଶର୍କରା (high blood sugar) ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ । ଏହା ପ୍ରୋଟିଏଜ ଇନହିବିଟର (protease inhibitor ବା PI)) ଶ୍ରେଣୀର ଔଷଧ ଓ ଏଚଆଇଭି ପ୍ରୋଟୋଏଜ (HIV protease) ଅବରୋଧ କରି କାମ କରେ । [2]
ସନ ୨୦୦୩ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଆଟାଜାନାଭିର ସ୍ୱୀକୃତ ହୋଇଥିଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏନାହିଁ ।[4] ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୧୫.୭୨ ଆମେରିକୀୟ ଡଲାର ।[5] ସନ ୨୦୧୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର । [4]