ନିଦ୍ରାହୀନତା
ଶୋଇବାରେ ଅସୁବିଧା / From Wikipedia, the free encyclopedia
ନିଦ୍ରାହୀନତା (ଇଂରାଜୀ ଭାଷାରେ Insomnia) ଏକ ନିଦ୍ରା ବେମାରୀ (sleep disorder) ଯେଉଁଥିରେ ଲୋକର ଶୋଇବାରେ (sleeping) ଅସୁବିଧା ହୁଏ ।[1] ଶୋଇବା ଆରମ୍ଭ କରିବାରେ ଅସିବିଧା ହୋଇପାରେ ବା ଇଚ୍ଛା ମୁତାବକ ଶୋଇହୁଏନାହିଁ ।[2][3] ଏହି ରୋଗରେ ଦିନରେ ନିଦ ଲାଗେ, ଶକ୍ତିହୀନତା ଲାଗେ, ଚିଡ଼ଚିଡ଼ା ଲାଗେ ଓ ଅବସାଦ (depressed mood|) ହୁଏ । ଏହା ଯୋଗୁ ଗାଡ଼ି ଧକ୍କା ସମ୍ଭାବନା ରହେ, ମନଦେଇ ଶିଖିବାରେ ସମସ୍ୟା ହୁଏ । ଏହି ରୋଗ କିଛି ଦିନ ବା କିଛି ସପ୍ତାହ ରହିପାରେ ବା ଦୀର୍ଘକାଳୀନ ଏକ ମାସରୁ ଅଧିକ ସମୟ ଧରି ରହିପାରେ ।[1]
ନିଦ୍ରାହୀନତା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | in-SOM-ne-ah[1] |
ସ୍ପେଶାଲିଟି | Sleep medicine |
ଆଇସିଡ଼ି-୧୦ | F51.0, G47.0 |
ଆଇସିଡ଼ି-୯-ସିଏମ୍ | 307.42, 307.41, 327.0, 780.51, 780.52 |
ରୋଗ ଡାଟାବେସ | 26877 |
ମେଡ଼ିସିନ-ପ୍ଲସ | 000805 |
ଇ-ମେଡ଼ିସିନ | med/2698 |
Patient UK | ନିଦ୍ରାହୀନତା |
MeSH | D007319 |
ନିଦ୍ରାହୀନତା ବେମାରୀ ସ୍ୱତନ୍ତ୍ର ଭାବରେ ହୋଇପାରେ ବା ଅନ୍ୟ କୌଣସି କାରଣ ଯୋଗୁ ହୋଇପାରେ ।[4] ଅନ୍ୟ କାରଣମାନଙ୍କ ମଧ୍ୟରେ ମାନସିକ ଚାପ (psychological stress), ଦୀର୍ଘକାଳୀନ ଯନ୍ତ୍ରଣା (chronic pain), ହୃଦ୍ପାତ, ହାଇପରଥାଇରଏଡିଜ୍ମ (hyperthyroidism), ଛାତି ଜ୍ୱାଳା (heartburn), ରେସ୍ଟଲେସ ଲେଗ ସିଣ୍ଡ୍ରୋମ (restless leg syndrome, ଋତୁବନ୍ଦ, କେତେକ ଔଷଧ ଓ କେଫିନ, ନିକୋଟିନ ତଥା ଆଲକୋହୋଲ ଭଳି ଡ୍ରଗ ମୁଖ୍ୟତଃ ଏହି ରୋଗର କାରଣ ହୋଇଥାଆନ୍ତି । [4][5] ରାତି ଡ୍ୟୁଟି ଓ ନିଦ୍ରା ଶ୍ୱାସରୋଧ (sleep apnea) ଯୋଗୁ ଏହି ରୋଗ ସଙ୍କଟ ଉତ୍ପନ୍ନ ହୋଇପାରେ ।[3] ନିଦ୍ରା ଅଭ୍ୟାସର ଇତିହାସ ଓ ଅନ୍ୟ କାରଣମାନଙ୍କର ଅନୁପସ୍ଥିତି ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ । ଗୋଟିଏ ନିଦ୍ରା ଅନୁଶୀଳନ (sleep study) କରି ଅନ୍ତର୍ନିହିତ ସମସ୍ୟା ଚିହ୍ନଟ କରିବାକୁ ପଡ଼େ ।[6] ସ୍କ୍ରୀନିଙ୍ଗ ସମୟରେ ଦୁଇଟି ପ୍ରଶ୍ନ କରାଯାଏ: "ଶୋଇବାରେ ଅସୁବିଧା ହେଉଛି କି? ଓ ଶୋଇବାକୁ ଆରମ୍ଭ କଲାବେଳେ ବା ଶୋଇବା ଚାଲୁ ରଖିବାରେ ଅସୁବିଧା ହେଉଛି କି?" ।[3]
ନିଦ୍ରାହୀନତା ନିମନ୍ତେ ପ୍ରଥମେ ନିଦ୍ରା ସୁରକ୍ଷା (Sleep hygiene) ଓ ଜୀବନଚର୍ଯ୍ୟା ପରିବର୍ତ୍ତନ ନିମନ୍ତେ ଚିକିତ୍ସା କରିବା ଆବଶ୍ୟକ ।[7][8] ନିଦ୍ରା ସୁରକ୍ଷା ନିମନ୍ତେ ସମାନ ନିଦ୍ରା ସମୟ, ସୂର୍ଯ୍ୟାଲୋକ ସଂସ୍ପର୍ଶ, ଗୋଟିଏ ଅନ୍ଧାର ଶାନ୍ତ ବଖରା ଓ ନିୟମିତ ବ୍ୟାୟାମ ଆବଶ୍ୟକ ।[7] ଏହା ସହିତ କଗନିଟିଭ ବିହେଭିଅରାଲ ଥେରାପି (Cognitive behavioral therapy) ଏହା ସହିତ ଆବଶ୍ୟକ ।[9][10] ନିଦ୍ରା ବଟିକା ସାହାଯ୍ୟ କଲେ ମଧ୍ୟ ଏହା ଯୋଗୁ ଆଘାତ, ଡିମେନସିଆ (dementia) ଓ ନିଶାଗ୍ରସ୍ତ (addiction) ହୋଇପାରନ୍ତି ।[8][9] ଚାରି ପାଞ୍ଚ ସପ୍ତାହ ଔଷଧ ଖାଇବା ପରେ ଆଉ ଦେବାକୁ ସୁପାରିସ କରାଯାଏନାହିଁ ।[9] ଅଲଟରନେଟିଭ ମେଡିସିନରେ ଏହାର ଚିକିତ୍ସାର ନିରାପତ୍ତା ଓ ଫଳାଫଳ ସ୍ପଷ୍ଟ ହୋଇନାହିଁ । [8][9]
ଜୀବନର କୌଣସି ନା କୌଣସି ସମୟରେ ବୟଃପ୍ରାପ୍ତ ଲୋକଙ୍କ ମଧ୍ୟରୁ ୧୦%ରୁ ୩୦% ନିଦ୍ରାହୀନତା ବେମାରୀ ହୁଏ ।[3][5][11] ପ୍ରାୟ ୬% ଲୋକଙ୍କର ଅନ୍ୟ କୌଣସି ସମସ୍ୟା ନ ଥାଇ ମଧ୍ୟ ଏକ ମାସରୁ ଅଧିକ ସମୟ ଧରି ଏହି ବେମାରୀ ହୁଏ ।[3] ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସର ଲୋକ ଯୁବକମାନଙ୍କ ଅପେକ୍ଷା ଅଧିକ ପଡ଼ିତ ହୁଅନ୍ତି ।[7] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପୀଡ଼ିତ ହୁଅନ୍ତି ।[5] ପୁରାତନ ଗ୍ରୀସ (ancient Greece) ଦେଶରେ ଏ ରୋଗର ବର୍ଣ୍ଣନା କରାଯାଇଛି ।[12]