From Wikipedia, the free encyclopedia
ଆର୍ସେନିକ ବିଷକ୍ରିୟା (ଇଂରାଜୀରେ Arsenic poisoning) ଏକ ଡାକ୍ତରୀ ସମସ୍ୟା ଯାହା ଦେହରେ ଅଧିକ ଆର୍ସେନିକ (arsenic) ସ୍ତର ଥିଲେ ଉପୁଜେ ।[4] ସ୍ୱଳ୍ପ ସମୟ ନିମନ୍ତେ ଏହି ବିଷ ସଂସ୍ପର୍ଶରେ ଆସିଲେ ବାନ୍ତି (vomiting), ପେଟ ଯନ୍ତ୍ରଣା (abdominal pain), ଏନସେଫାଲୋପାଥି (encephalopathy), ରକ୍ତ ମିଶ୍ରତ ପାଣି ସଦୃଶ ତରଳ ଝାଡ଼ା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଦୀର୍ଘକାଳୀନ ସଂସ୍ପର୍ଶରେ ଆସିଲେ ମୋଟା ଚମ, କଳା ଚମ, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ହୃତ୍ପିଣ୍ଡ ରୋଗ (heart disease), ଅଧିକ ଚର୍ମ ବର୍ଣ୍ଣକଣା ବା ହାଇପରପିଗମେଣ୍ଟେସନ (darker skin), ନିଉରୋପାଥି (numbness) ଓ କର୍କଟ ରୋଗ ଇତ୍ୟାଦି ଲକ୍ଷଣ ଦେଖାଯାଏ ।[1]
ଆର୍ସେନିକ ବିଷକ୍ରିୟା | |
---|---|
ଇଂରାଜୀ ପ୍ରତିଶବ୍ଦ ଆର୍ସେନିକ ଟକ୍ସିସିଟି/arsenic toxicity, ଆର୍ସେନିକ ଓଭରଡୋଜ/arsenic overdose | |
ବିଭାଗ | ବିଷ ବିଜ୍ଞାନ (toxicology) |
ଲକ୍ଷଣ | ଆକ୍ୟୁଟ: ବାନ୍ତି (vomiting), ପେଟ ଯନ୍ତ୍ରଣା (abdominal pain), ପାଣିଆ ତରଳ ଝାଡ଼ା[1] କ୍ରନିକ: ମୋଟା ଚମ, କଳା ଚମ, କର୍କଟ [1] |
କାରଣ | ଆର୍ସେନିକ[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ପରିସ୍ରା, ରକ୍ତ ଓ ବାଳ ପରୀକ୍ଷା ।[1] |
ପ୍ରତିକାର | ବିନା ଆର୍ସେନିକ ପାନୀୟ ଜଳ । [1] |
ଚିକିତ୍ସା | ଡାଇମରକାପ୍ଟୋସକସିନିକ ଏସିଡ (dimercaptosuccinic acid), ଡାଇମରକାପ୍ଟୋପ୍ରୋପେନ ସଲଫେଟ (dimercaptopropane sulfonate)[2] |
ପୁନଃପୌନିକ | >୨୦୦ ନିୟୁତ[3] |
ଆର୍ସେନିକ ଅପମିଶ୍ରିତ ପାନୀୟ ଜଳ (drinking water) ଦୀର୍ଘକାଳ ଧରି ପାନ କରିବା ଏହି ବିଷକ୍ରିୟାର ଏକ ସାଧାରଣ କାରଣ । [3] ପ୍ରାକୃତିକ ଉପୟରେ ଭୂତଳ ଜଳ Groundwater ଅଧିକାଂଶ କ୍ଷେତ୍ରରେ ଅପମିଶ୍ରିତ ହୁଏ ଓ ଖଣି (mining) ବା କୃଷି ଯୋଗୁ ମଧ୍ୟ ଅପମିଶ୍ରିତ ହୋଇପାରେ । ଜଳରେ ଆର୍ସେନିକ ସ୍ତର ୧୦-୫୦ ପାର୍ଟସ ପର ବିଲିଅନରୁ (parts per billion) କମ ରଖିବାକୁ ସୁପାରିସ କରାଯାଏ । [1] ବିଷାକ୍ତ ବର୍ଜ୍ୟବସ୍ତୁ ସ୍ଥାନ (toxic waste site) ଓ ପାରମ୍ପରିକ ଔଷଧରୁ (en:traditional medicines:) ମଧ୍ୟ ସଂସ୍ପର୍ଶ ହୋଇପାରେ । [3][1] ଅଧିକାଂଶ ବିଷକ୍ରିୟ ଆକସ୍ମିକ ଭାବରେ ଅଜାଣତରେ ହୁଏ । ଆର୍ସେନିକଦ୍ୱାରା ପ୍ରାୟ ୨୦୦ ଏଞ୍ଜାଇମର (enzymes) କାର୍ଯ୍ୟ ପରିବର୍ତ୍ତିତ ହୋଇଯାଇପାରେ । ପରିସ୍ରା, ରକ୍ତ ଓ ବାଳ ପରୀକ୍ଷା କରି ଆର୍ସେନିକ ଥିବା ପ୍ରମାଣ କରାଯାଏ । [1]
ଅଧିକ ମାତ୍ରାର ଆର୍ସେନିକ ନ ଥିବା ଜଳ ପାନ କରିବାଦ୍ୱାରା ପ୍ରତିଷେଧ ସମ୍ଭବ ହୁଏ । ଏଥି ନିମନ୍ତେ ବିଶେଷ ଧରଣର ଫିଲଟର ବ୍ୟବହାର କରି ବା ବର୍ଷାଜଳ (rainwater) ବ୍ୟବହାର କରିବା ଆବଶ୍ୟକ । ଦୀର୍ଘକାଳୀନ ବିଷକ୍ରିୟା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସାର ଉପକାରୀତା ବିଷୟରେ ପ୍ରମାଣ ମିଳୁନି ।[1] ଆକ୍ୟୁଟ ବିଷକ୍ରିୟା ଥିଲେ ପ୍ରଥମେ ନିର୍ଜଳନ ଚିକିତ୍ସା କରିବା ଆବଶ୍ୟକ ।[4] ଡାଇମରକାପ୍ଟୋସକସିନିକ ଏସିଡ (Dimercaptosuccinic acid/ DMSA) ଅଥବା ଡାଇମରକାପ୍ଟୋପ୍ରୋପେନ ସଲଫେଟ (dimercaptopropane sulfonate/ DMPS) ବ୍ୟବହାର କରାଯାଏ କିନ୍ତୁ ଡାଇମରକାପ୍ରୋଲ (dimercaprol ବା BAL) ଦେବାକୁ ସୁପାରିସ କରାଯାଏ ନାହିଁ । [2] ହେମୋଡାଏଲିସିସ Hemodialysis ବ୍ୟବହାର କରାଯାଇପାରେ । [4]
ପାନୀୟ ଜଳ ମାଧ୍ୟମରେ ସାରା ପୃଥିବୀରେ ପ୍ରାୟ ୨୦୦ ନିୟୁତରୁ ଅଧିକ ଲୋକ ବିପଦମୁକ୍ତ ସ୍ତରରୁ ଅଧିକ ଥିବା ଆର୍ସେନିକ ସଂସ୍ପର୍ଶରେ ଆସୁଛନ୍ତି । ବାଙ୍ଗଲାଦେଶ ଓ ପଶ୍ଚିମବଙ୍ଗ ସର୍ବାଧିକ ପ୍ରଭାବିତ ହୋଇଛି । ଆକ୍ୟୁଟ ବିଷକ୍ରିୟା କ୍ୱଚିତ ହୁଏ ।[3] ଏବର୍ସ ପାପିରସରେ (Ebers papyrus) ଖ୍ରୀ:ପୂ: ୧୫୦୦ ଶତାବ୍ଦୀରେ ଏହି ସମସ୍ୟା ବିଷୟ ଉଲ୍ଲେଖ ହୋଇଛି । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.