ବାନ୍ତି

From Wikipedia, the free encyclopedia

ବାନ୍ତି
Remove ads

ବାନ୍ତି (ଅନ୍ୟ ନାମ ବମନ, ଉଦ୍‌ଗିରଣ, ଇଂରାଜୀରେ ଯାହା ଏମେସିସ୍ ଭାବରେ ମଧ୍ୟ ଜଣାଶୁଣା) ରୋଗରେ ପାଟି କିମ୍ବା ନାକ ଦେଇ ପେଟର ପଦାର୍ଥ ଅନିଚ୍ଛାକୃତ, ବାଧ୍ୟତାମୂଳକ ଭାବରେ ବହିଷ୍କାର ହୋଇଯାଏ | [] ଏହା ଅଇ ସହିତ ଜଡ଼ିତ ଏବଂ ସାଧାରଣତଃ ଦିନେ କିମ୍ବା ଦୁଇ ଦିନ ରହିଥାଏ | [][] ଜଟିଳତା ମଧ୍ୟରେ ନିର୍ଜଳନ, ଶ୍ୱାସନଳୀ ଭିତରକୁ ପ୍ରବେଶ , ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା, ଦାନ୍ତର କ୍ଷତି ଏବଂ ଗ୍ରାସନଳୀ ଛିଣ୍ଡିଯାଇପାରେ | [][] ପ୍ରତ୍ୟାବ‌ହନଠାରୁ ବା ରିଗର୍ଜିଟେସନଠାରୁ ବାନ୍ତି ଭିନ୍ନ, ସେହି ରିଗର୍ଜିଟେସନରେ ପେଟ କାମୁଡ଼ି ହୁଏନି ବା ଅଇ ହୁଏନି | []

Quick Facts Vomiting, ବିଭାଗ ...

ସାଧାରଣ କାରଣଗୁଡ଼ିକରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଏବଂ କିଛି ଔଷଧ କିମ୍ବା ବିଷାକ୍ତ ପଦାର୍ଥ ଅନ୍ତର୍ଭୁକ୍ତ | [] ଅନ୍ୟାନ୍ୟ କାରଣ ମଧ୍ୟରେ କାନାବିସ୍ ହାଇପରେମେସିସ୍ ସିଣ୍ଡ୍ରୋମ, ସାଇକ୍ଲିକ୍ ବାନ୍ତି ସିଣ୍ଡ୍ରୋମ, ଆନ୍ତ୍ରିକ ଅବରୋଧ, ହେପାଟାଇଟିସ୍, ଇଣ୍ଟାକ୍ରାନିଆଲ୍ ଚାପ, ମାଇଗ୍ରେନ୍, ଖାଇବା ବ୍ୟାଧି, ମଧୁମେହ କେଟୋଏସିଡୋସିସ୍, ଗତି ରୋଗ, ଅଇ ଏବଂ ବାନ୍ତି କିମ୍ବା ଗର୍ଭଧାରଣ, ଆପେଣ୍ଡିସାଇଟିସ ଏବଂ ଲାବିରିନ୍ଥାଇଟିସ୍ ଅନ୍ତର୍ଭୁକ୍ତ | [][] ଶିଶୁମାନଙ୍କ କାରଣରେ ରିଫ୍ଲକ୍ସ, ଭଲଭୁଲସ୍, ପାଇଲୋରିକ ସ୍ଟେନୋସିସ, ମୂତ୍ରନଳୀ ସଂକ୍ରମଣ ଏବଂ ଇଣ୍ଟସସେପସନ ଅନ୍ତର୍ଭୁକ୍ତ ହୋଇପାରେ | []

ଚିକିତ୍ସାରେ ପର୍ଯ୍ୟାପ୍ତ ପରିମାଣର ତରଳ ପଦାର୍ଥ ପିଇବାକୁ ଚେଷ୍ଟା କରାଯାଏ | [] ଲକ୍ଷଣଗୁଡିକର ଉନ୍ନତି ପାଇଁ ଆଣ୍ଟିଏମେଟିକ୍ସ ବ୍ୟବହାର କରାଯାଏ | [] ଯଦି ନିର୍ଜଳନ ଉପସ୍ଥିତ ଥାଏ, ଶିରାଭ୍ୟନ୍ତର ତରଳ ପଦାର୍ଥ ଉପଯୋଗୀ ହୋଇପାରେ | [] ଚିନ୍ତାଜନ‌କ ଲକ୍ଷଣ ମଧ୍ୟରେ ପେଟରେ ଯନ୍ତ୍ରଣା, ବାନ୍ତିରେ ରକ୍ତ, ପ୍ରବଳ ମୁଣ୍ଡବିନ୍ଧା, ନିର୍ଜଳନ ଏବଂ ସବୁଜ ବାନ୍ତି ଅନ୍ତର୍ଭୁକ୍ତ | [] ଅଷ୍ଟ୍ରେଲିଆରରେ ବାନ୍ତି ଯୋଗୁ ପରିବାର ଚିକିତ୍ସକଙ୍କ ପାଖକୁ ପ୍ରାୟ ୧.୬% ଲୋକ ଚିକିତ୍ସା ପାଇଁ ଯାଆନ୍ତି | []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads