ଇଡିଓପାଥିକ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ
From Wikipedia, the free encyclopedia
ଇଡିଓପାଥିକ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ ବା ଆଇଆଇଏଚ (ଇଂରାଜୀ ଭାଷାରେ idiopathic intracranial hypertension/ IIH) ଏକ ପ୍ରକାର ରୋଗ ଯେଉଁଥିରେ କୌଣସି ଅନୁସନ୍ଧାନରେ କୌଣସି କାରଣ ନଥାଇ ମଧ୍ୟ ମସ୍ତିଷ୍କ ଚାରିପଟେ ଚାପ (intracranial pressure) ବୃଦ୍ଧି ପ୍ରାପ୍ତ ହୋଇଯାଏ ।[2] ଏହି ରୋଗରେ ମୁଣ୍ଡ ବିନ୍ଧା, ଦୃଷ୍ଟି ସମସ୍ୟା, ହୃତ୍ସ୍ପନ୍ଦନ ଅନୁସାରେ କାନନାଦ ଓ କାନ୍ଧ ଯନ୍ତ୍ରଣା ଆଦି ଲକ୍ଷଣ ପ୍ରକାଶିତ ହୁଏ ।[1][2] ରୋଗ ଜଟିଳ ହେଲେ ଦୃଷ୍ଟିହାନୀ (Vision loss) ହୁଏ ।[2]
ଇଡିଓପାଥିକ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ (idiopathic intracranial hypertension) | |
---|---|
ବିନାଇନ ଇଣ୍ଟ୍ରାକ୍ରାନିଆଲ ହାଇପରଟେନସନ ବା ବିଆଇଏଚ (benign intracranial hypertension/ BIH),[1] pseudotumor cerebri (PTC)[2] | |
ବିଭାଗ | ସ୍ନାୟୁ ରୋଗ ବିଜ୍ଞାନ (Neurology) |
ଲକ୍ଷଣ | ମୁଣ୍ଡ ବିନ୍ଧା, ଦୃଷ୍ଟି ସମସ୍ୟା, କାନନାଦ[1][2] |
ଆକ୍ରାନ୍ତ ସମୟ | ୨୦–୫୦ ବର୍ଷ ବୟସ [2] |
ବିପଦ କାରକ | ଅଧିକ ଓଜନ, ଟେଟ୍ରାସାଇକ୍ଲିନ[1][2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଦେଖି, ଲମ୍ବର ପଙ୍କଚର (lumbar puncture), ବ୍ରେନ ଇମେଜିଙ୍ଗ (brain imaging)[1][2] |
ସଠିକ ରୋଗ ନିର୍ଣ୍ଣୟ | ମସ୍ତିଷ୍କ ଅର୍ବୁଦ, ଆରକନଏଡାଇଟିସ (arachnoiditis), ମେନିଞ୍ଜାଇଟିସ୍[3] |
ଔଷଧ | ଆସେଟାଜୋଲାମାଇଡ[2] |
ଚିକିତ୍ସା | ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, କମ ଲୁଣ, ବ୍ୟାୟାମ, ଅପରେଶନ[2] |
Prognosis | ପରିବର୍ତ୍ତନଶୀଳ[2] |
ପୁନଃପୌନିକ | ବର୍ଷକୁ ପ୍ରତି ୧୦୦,୦୦୦ରେ ୨ଜଣ[4] |
ଓଜନାଧିକ୍ୟ ବା ସଦ୍ୟ ଅଧିକ ଓଜନ ବୃଦ୍ଧି ହେଲେ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[1] ଟେଟ୍ରାସାଇକ୍ଲିନ ଔଷଧ ସେବନ କଲେ ମଧ୍ୟ ଏହି ରୋଗ ଟ୍ରିଗର ହୋଇପାରେ ।[2] ଏହାର ଲକ୍ଷଣ ଦେଖାଗଲା ପରେ ଲମ୍ବର ପଙ୍କଚରରେ (lumbar puncture) ଅଧିକ ଚାପ ଥିଲେ ଓ ନିଉରୋଇମେଜିଙ୍ଗରେ (brain scan) ମଧ୍ୟ ଅନ୍ୟ କୌଣସି କାରଣ ନ ମିଳିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [1][2]
ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, କମ ଲୁଣ, ବ୍ୟାୟାମ, ଅପରେଶନ- ଏହି ଚାରି ଉପାୟରେ ଏହାର ଚିକିତ୍ସା କରାଯାଏ ।[2] ବାରିଆଟ୍ରିକ ଅପରେଶନ (Bariatric surgery) କରି ଓଜନ କମାଯାଇପାରେ । [2] ଏହା ସହିତ ଆସେଟାଜୋଲାମାଇଡ ଔଷଧ ମଧ୍ୟ ଆବଶ୍ୟକ ସ୍ଥଳେ ଦିଆଯାଏ ।[2] ଅଳ୍ପ ସଂଖ୍ୟକ ରୋଗୀଙ୍କର ଚାପ କମେଇବା ନିମନ୍ତେ ଅପରେଶନ ଆବଶ୍ୟକ ହୁଏ ।[2]
ପ୍ରତିବର୍ଷ ଏକ ଲକ୍ଷ ଲୋକରେ ୨ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[4] ବୟସା ୨୫-୫୦ ମଧ୍ୟରେ ମହିଳାମାନଙ୍କୁ ଏହି ରୋଗ ସାଧାରଣତଃ ହୁଏ ।[2] ପରୁଷଙ୍କ ଅପେକ୍ଷା ମହିଳାମାନେ ୨୦ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି ।[2] ସନ ୧୯୮୭ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା ଦେଖିବାକୁ ମିଳିଥିଲା ।[1]