ଇଣ୍ଟ୍ରାଭେନସ ସୋଡ଼ିଅମ ବାଇକାର୍ବୋନେଟ
From Wikipedia, the free encyclopedia
ଇଣ୍ଟ୍ରାଭେନସ ସୋଡ଼ିଅମ ବାଇକାର୍ବୋନେଟ (ଇଂରାଜୀ ଭାଷାରେ Intravenous sodium bicarbonate, ଅନ୍ୟ ନାମ ସୋଡ଼ିଅମ ହାଇଡ୍ରୋଜେନ କାର୍ବୋନେଟ/sodium hydrogen carbonate) ଏକ ଔଷଧ ଯାହା ବଶେଷତଃ ସାଂଘାତିକ ମେଟାବୋଲିକ ଏସିଡୋସିସ (metabolic acidosis) ରୋଗରେ ବ୍ୟବହାର କରାଯାଏ ।[1] ତରଳ ଝାଡ଼ା, ବାନ୍ତି (vomiting) ବା ରେନାଲ ଟ୍ୟୁବୁଲାର ଏସିଡୋସିସ (kidneys) ଇତ୍ୟାଦି ରୋଗ ଯୋଗୁ ରକ୍ତର ପିଏଚ (pH) ୭.୧ରୁ କମ ଥିଲେ ଏହି ଔଷଧ ଦିଆଯାଏ ।[2] ଅଧିକ ରକ୍ତ ପୋଟାସିଅମ (high blood potassium), ଟ୍ରାଇସାକ୍ଲିକ ଆଣ୍ଟିଡିପ୍ରେସାଣ୍ଟ ଓଭରଡୋଜ (tricyclic antidepressant overdose) ଓ କୋକେନ ଟକ୍ସିସିଟି (cocaine toxicity) ଭଳି ଅନ୍ୟ କେତେକ ବିଷକ୍ରିୟାରେ (poisoning) ଏହା ଦିଆଯାଇପାରେ ।[1][3][4] ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[2]
Clinical data | |
---|---|
Trade names | many |
Synonyms | sodium hydrogen carbonate, monosodium carbonate |
AHFS/Drugs.com | monograph |
Pregnancy category |
|
Routes of administration | intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 100% (intravenous) |
Identifiers | |
CAS Number |
|
PubChem CID | |
DrugBank |
|
ChemSpider |
|
Chemical and physical data | |
Formula | CHNaO3 |
Molar mass | 84.01 g/mol |
NY (what is this?) (verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଳ୍ପ ରକ୍ତ ପଟାସିଅମ (low blood potassium), ଅଧିକ ରକ୍ତ ସୋଡ଼ିଅମ (high blood sodium) ଓ ଇଡିମା (swelling) ହୋଇପାରେ ।[1][4] ଅଳ୍ପ ରକ୍ତ କ୍ୟାଲସିଅମ (low blood calcium) ଥିଲେ ଏହା ଦିଆଯାଏନାହିଁ । ଏହା ଆଲକାଲିନାଇଜିଙ୍ଗ ଏଜେଣ୍ଟ (alkalinizing) ଔଷଧ ପରିବାରର ଏକ ସଦସ୍ୟ । ଏହା ରକ୍ତ ବାଇକାର୍ବୋନେଟ (bicarbonate) ବୃଦ୍ଧି କରିବାଦ୍ୱାରା ଅଧିକ ହାଇଡ୍ରୋଜେନ ଆୟନମାନଙ୍କୁ (hydrogen ion) ବଫର (buffers) କରି ରକ୍ତ ପିଏଚ (blood pH) ବୃଦ୍ଧି କରିବାରେ ସାହାଯ୍ୟ କରେ । [5]
ବେପାର ନିମନ୍ତେ ସୋଡ଼ିଅମ ବାଇକାର୍ବୋନେଟ ପ୍ରସ୍ତୁତି ସନ ୧୭୯୧ରୁ ୧୮୨୩ ମଧ୍ୟରେ ଆରମ୍ଭ ହେଲା ।[6] ଶିରାଭ୍ୟନ୍ତର ଚିକିତ୍ସା ବ୍ୟବହାର ସନ ୧୯୫୦ରୁ ଆରମ୍ଭ କରାଗଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[5] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୮.୪%ସଲ୍ୟୁସନର ୧୦ମ:ଲି: ବୋତଲର ମୂଲ୍ୟ ୦.୦୯ରୁ ୨.୫୮ ଆମେରିକୀୟ ଡଲାର ।[8] ସଂଯୁକ୍ତ ରାଷ୍ଟ୍ରରେ ୧୧.୧୦ ପାଉଣ୍ଡ । [2]