କ୍ଲୋମିପ୍ରାମିନ
From Wikipedia, the free encyclopedia
କ୍ଲୋମିପ୍ରାମିନ, ବିକ୍ରୟ ନାମ ଆନାଫ୍ରାନିଲ, ଏକ ଟ୍ରାଇସାଇକ୍ଲିକ ଅବସାଦରୋଧୀ (ଟିସିଏ) ଔଷଧ । [2] ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର, ପ୍ୟାନିକ ଡିଜଅର୍ଡ଼ର, ପ୍ରମୁଖ ଅବସାଦ ବେମାରୀ, ଓ ସ୍ଥାୟୀ ଯନ୍ତ୍ରଣା ଇତ୍ୟାଦି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ । ଏହା ବୟସ୍କ ଲୋକଙ୍କର (>୬୫) ଆତ୍ମହତ୍ୟା ସଙ୍କଟ ଏହା କମେଇଦିଏ । ଏହା ପାଟିରେ ଦିଆଯାଏ ।[2]
Clinical data | |
---|---|
Trade names | Anafranil, Clofranil |
AHFS/Drugs.com | monograph |
MedlinePlus | a697002 |
data |
|
Pregnancy category |
|
Routes of administration | Oral, IV[1] |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 50% |
Protein binding | 97-98% |
Metabolism | Hepatic (CYP2D6-mediated) |
Elimination half-life | 32 hr (69 hr for active metabolite) |
Excretion | Renal (60%), faeces (32%) |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.005.587 |
Chemical and physical data | |
Formula | C19H23ClN2 |
Molar mass | 314.9 g/mol |
3D model (JSmol) | |
SMILES
| |
InChI
| |
(verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶୁଖଲା ପାଟି, କୋଷ୍ଠକାଠିନ୍ୟ,ଅରୁଚି, ନିଦ୍ରାଳୁଭାବ, ଓଜନ ଲାଭ, ଯୌନ ନିଷ୍କ୍ରୟତା ଓ ପରିସ୍ରା ସମସ୍ୟା ଇତ୍ୟାଦି ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା: ୨୫ ବର୍ଷ ବୟସରୁ କମ ଲୋକଙ୍କର ଆତ୍ମହତ୍ୟା ପ୍ରବଣତା, ଉନ୍ମାଦ (ମାନିଆ) ଓ ଯକୃତ ସମସ୍ୟା ଦେଖାଯାଏ । ଔଷଧ ନେବା ହଠାତ୍ ବନ୍ଦ କଲେ ପ୍ରତ୍ୟାହାର ଲକ୍ଷଣ ଦେଖାଯାଏ ଯେପରିକି ମୁଣ୍ଡବଥା, ଶିରଭ୍ରମ ଓ ଝାଳ ନିଷ୍କାସନ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ । ଏହାର କାର୍ଯ୍ୟ ପ୍ରଣାଳୀ ଜଣାଯାଇ ନ ଥିଲେ ମଧ୍ୟ ଅଧକ ସେରୋଟୋନିନ ସ୍ତର ବୃଦ୍ଧି କରୁଥିବା ବିଶ୍ୱାସ କରାଯାଏ । [2]
ସନ ୧୯୬୪ରେ ସ୍ୱିଜରଲ୍ୟାଣ୍ଡର ସିବା-ଗାଇଗି କମ୍ପାନୀ କ୍ଲୋମିପ୍ରାମିନ ଆବିଷ୍କାର କରିଥଲେ ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[2] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୧୧ରୁ ୦.୨୧ ଆମେରିକୀୟ ଡଲାର ଥିଲା ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୧.୨୦ ଡଲାର । [2] ଏହା ଇମିପ୍ରାମିନରୁ ପ୍ରସ୍ତୁତ କରାଯାଇଥିଲା । [3]