ପ୍ୟାନିକ ଡିଜଅର୍ଡ଼ର
From Wikipedia, the free encyclopedia
ପ୍ୟାନିକ ଡିଜଅର୍ଡ଼ର (Panic disorder) ଏକ ପ୍ରକାର ଉତ୍କଣ୍ଠା ବେମାରୀ (anxiety disorder) ଯେଉଁଥିରେ ବାରମ୍ବାର ପ୍ୟାନିକ ଆଟାକ (panic attack) ହୁଏ ।[1] ପ୍ୟାନିକ ଆଟାକ ରୋଗରେ ହଠାତ ଅତ୍ୟଧିକ ଆତଙ୍କ (panic attack) ସୃଷ୍ଟି ହେବା ସହିତ ପାଲପିଟେସନ (palpitations), ଝାଳ ବୁହା, କମ୍ପନ, ଅଣନିଶ୍ୱାସୀ (shortness of breath), କାଲୁଆ ଓ କିଛି ଖରାପ ହେଉଥିବା ଅନୁଭବ ହୁଏ । [1][2] ଅଳ୍ପ କିଛି ମିନିଟ ମଧ୍ୟରେ ସର୍ବାଧିକ ଲକ୍ଷଣ ଦେଖାଯାଏ ।[2] ଆଗାମୀ ଆକ୍ରମଣର ଚିନ୍ତା ଓ ପୂର୍ବରୁ ଯେଉଁ ସ୍ଥାନରେ ସେହି ରୋଗ ହୋଇଥିଲା, ସେହି ସ୍ଥାନ ଏଡ଼େଇବା ଚିନ୍ତା ଚାଲୁରହେ । [1]
ପ୍ୟାନିକ ଡିଜଅର୍ଡ଼ର | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Psychiatry |
ଆଇସିଡ଼ି-୧୦ | F41.0 |
ଆଇସିଡ଼ି-୯-ସିଏମ୍ | 300.01, 300.21 |
ଓଏମ୍ଆଇଏମ୍ | 167870 |
ରୋଗ ଡାଟାବେସ | 30913 |
ମେଡ଼ିସିନ-ପ୍ଲସ | 000924 |
ଇ-ମେଡ଼ିସିନ | article/287913 |
Patient UK | ପ୍ୟାନିକ ଡିଜଅର୍ଡ଼ର |
MeSH | D016584 |
ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଅଧିକାଂଶ କେଶ୍ରେ ଏ ରୋଗ ପରିବାରରେ ଥାଏ ।[3] ଏହାର ସଙ୍କଟ କାରକମାନଙ୍କ ନାମ: ଧୂମ୍ରପାନ (smoking), ମାନସିକ ଚାପ (psychological stress) ଓ ପିଲାଦିନର ଯାତନା (child abuse) ।[2] ରୋଗ ନିର୍ଣ୍ଣୟ କଲାବେଳେ ଅନ୍ୟାନ୍ୟ ରୋଗ ଯେପରିକି ଅନ୍ୟ ମାନସିକ ରୋଗ, ହୃତ୍ପିଣ୍ଡ ରୋଗ (heart disease) ବା ହାଇପରଥାଇରଏଡିଜମ ରୋଗମାନଙ୍କର ଅନୁପସ୍ଥିତି ବିଷୟ ଦେଖିବାକୁ ପଡ଼େ ଓ ବ୍ୟବହାର କରୁଥିବା ଔଷଧ ବିଷୟ ବୁଝିବାକୁ ହୁଏ ।[3][2] ରୋଗୀ ସ୍ୱାସ୍ଥ୍ୟ ପ୍ରଶ୍ନମାଳା (questionnaire) ସାହାଯ୍ୟରେ ସ୍କ୍ରୀନିଙ୍ଗ କରାଯାଇପାରେ । [4]
ସାଧାରଣତଃ ଏହି ରୋଗ ସାଇକୋଥେରାପି ବା କାଉନସେଲିଙ୍ଗ (counselling) ଓ ଔଷଧ ସାହାଯ୍ୟରେ (medications) ଚିକିତ୍ସା କରାଯାଏ ।[3] ଅଧାରୁ ଅଧିକ କେଶ୍ରେ କଗନିଟିଭ ବିହେଭିଅରାଲ ଥେରାପି (cognitive behavioral therapy) (CBT)) ଉତ୍କୃଷ୍ଟ ସାବ୍ୟସ୍ତ ହୁଏ ।[3][5] ଆଣ୍ଟିଡିପ୍ରେସାଣ୍ଟ (antidepressants) ଔଷଧ ଦିଆଯାଏ, ବେଳେବେଳେ ବେଞ୍ଜୋଡାଏଜେପିନ (benzodiazepines) ବା ବିଟାବ୍ଲକର (beta blockers) ଦିଆଯାଏ ।[1][3] ଚିକିତ୍ସା ଶେଷ ହେବା ପରେ ୩୦% ଲୋକଙ୍କର ରୋଗ ପ୍ରତ୍ୟାବର୍ତ୍ତନ କରେ ।[5]
ପ୍ରାୟ ୨.୫% ଲୋକଙ୍କର ଜୀବନର କୌଣସି ସମୟରେ ପ୍ୟାନିକ ଡିଜଅର୍ଡ଼ର ସୃଷ୍ଟି ହୋଇପାରେ ।[5] କୈଶୋର ବା ଯୌବନର ଆଦ୍ୟ ଭାଗରେ ଏହି ରୋଗ ସାଧାରଣତଃ ହେଉଥିଲେ ମଧ୍ୟ ଯେ କୌଣସି ବୟସରେ ହୋଇପାରେ ।[3] ବୟସ୍କ ଓ ପିଲାଙ୍କଠାରେ ଏହି ରୋଗ ସାଧାରଣତଃ କମ ଦେଖାଯାଏ ।[2] ପରୁଷଙ୍କ ଅପେକ୍ଷା ଅଧିକ ମହିଳାଙ୍କୁ ରୋଗ ହୁଏ ।[3]