ଚର୍ବିଳ ଯକୃତ ରୋଗ ବା ଏଫଏଲଡି ଏକ ଅବସ୍ଥା ଯେଉଁଥିରେ ଯକୃତରେ ଅତ୍ୟଧିକ ଚର୍ବି ସୃଷ୍ଟି ହୁଏ | From Wikipedia, the free encyclopedia
ଚର୍ବିଳ ଯକୃତ ରୋଗ ବା ଏଫଏଲଡି ଅନ୍ୟ ନାମ ହେପାଟିକ ସ୍ଟିଆଟୋସିସ (ଇଂରାଜୀ ଭାଷାରେ Fatty liver disease/ FLD ) ଏକ ଅବସ୍ଥା ଯେଉଁଥିରେ ଯକୃତରେ ଅତ୍ୟଧିକ ଚର୍ବି ସୃଷ୍ଟି ହୁଏ | [1] ଏହି ରୋଗର ପ୍ରାୟ କୌଣସି ଲକ୍ଷଣ ନଥାଏ ବା ସାମାନ୍ୟ କିଛି ଲକ୍ଷଣ ଦେଖାଯାଏ | [1] [2] ବେଳେ ବେଳେ ପେଟର ଉପର ଡାହାଣ ପାର୍ଶ୍ୱରେ ଥକ୍କା ଅନୁଭବ କିମ୍ବା ଯନ୍ତ୍ରଣା ହୋଇପାରେ | [1] ରୋଗ ଜଟିଳ ହେଲେ ସିରୋସିସ୍, ଯକୃତ କର୍କଟ ଏବଂ ଏସୋଫେଜିଆଲ ଭାରିସେସ ହୋଇପାରେ । [1] [3]
Fatty liver | |
---|---|
Hepatic steatosis | |
ବିଭାଗ | Gastroenterology |
ଲକ୍ଷଣ | None, tiredness, pain in the upper right side of the abdomen[1][2] |
କାରଣ | Alcohol, diabetes, obesity[3][1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on the medical history supported by blood tests, medical imaging, liver biopsy[1] |
ସଠିକ ରୋଗ ନିର୍ଣ୍ଣୟ | Viral hepatitis, Wilson disease, primary sclerosing cholangitis[3] |
ଚିକିତ୍ସା | No alcohol, weight loss[3][1] |
Prognosis | Good if treated early[3] |
ପୁନଃପୌନିକ | NAFLD: 30% (Western countries)[2] ALD: >90% of heavy drinkers[4] |
ଦୁଇ ପ୍ରକାରର ଚର୍ବିଳ ଯକୃତ ରୋଗ ଅଛି ଅଣ-ମଦ୍ୟପାନ ଯକୃତ ରୋଗ (NAFLD) ଏବଂ ମଦ୍ୟପାନ ଜନିତ ଯକୃତ ରୋଗ | [1] ସରଳ ଚର୍ବି ଯକୃତ ଏବଂ ଅଣ-ମଦ୍ୟପାନ ସ୍ଟିଆଟୋହେପାଟାଇଟିସ (NASH) ଯୋଗୁ ଦ୍ୱିତୀୟଟି ତିଆରି ହୁଏ | [5] [1] ପ୍ରାଥମିକ ସଙ୍କଟ ମଧ୍ୟରେ ମଦ୍ୟପାନ, ମଧୁମେହ ଟାଇପ ୨ ଏବଂ ମେଦ ବହୁଳତା ଯୋଗୁ ହୁଏ । [3] [1] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ହେପାଟାଇଟିସ୍ ସି ଏବଂ ଗ୍ଲୁକୋକର୍ଟିକଏଡ ଭଳି କେତେକ ଔଷଧ ଅନ୍ତର୍ଭୁକ୍ତ। [1] ଉକ୍ତ ଦୁଇ ପ୍ରକାର ରୋଗର କାରଣ ଅସ୍ପଷ୍ଟ ରହିଛି | [1] ରୋଗ ଇତିହାସ, ରକ୍ତ ପରୀକ୍ଷା, ଡାକ୍ତରୀ ଇମେଜିଙ୍ଗ ଏବଂ ବେଳେବେଳେ ଯକୃତ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । [1]
ଚର୍ବିଳ ଯକୃତ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ମଦ୍ୟପାନ ନକରିବାକୁ ପରାମର୍ଶ ଦିଆଯାଏ । [3] [2] ଅଣ-ମଦ୍ୟପାନ ଯକୃତ ରୋଗ ଚିକିତ୍ସାରେ ସାଧାରଣତଃ ଖାଦ୍ୟପେୟ ପରିବର୍ତ୍ତନ ଏବଂ ବ୍ୟାୟାମଦ୍ୱାରା ଓଜନ ହ୍ରାସ କରିବାକୁ ଉପଦେଶ ଦିଆଯାଏ | [1] ଗୁରୁତର ଭାବରେ ପ୍ରଭାବିତ ରୋଗୀଙ୍କର ଯକୃତ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ। [1] ଅତ୍ୟଧିକ ମଦ୍ୟପାନକାରୀଙ୍କ ମଧ୍ୟରୁ ୯୦%ରୁ ଅଧିକ ଲୋକଙ୍କର ଚର୍ବିଳ ଯକୃତ ରୋଗ ହେଉଥିଲା ବେଳେ ପ୍ରାୟ ୨୫% ଲୋକ ଗୁରୁତର ମଦ୍ୟପାନ ଜନିତ ଯକୃତ ପ୍ରଦାହ ରୋଗରେ ଆକ୍ରାନ୍ତ ହୁଅନ୍ତି । [4] ଅଣ-ମଦ୍ୟପାନ ଯକୃତ ରୋଗ ପାଶ୍ଚାତ୍ୟ ଦେଶର ପ୍ରାୟ ୩୦% ଲୋକଙ୍କୁ ଏବଂ ଏସିଆର ପ୍ରାୟ ୧୦% ଲୋକଙ୍କୁ ପ୍ରଭାବିତ କରିଥାଏ | [2] ଯୁକ୍ତରାଷ୍ଟ୍ରରେ ପ୍ରାୟ ୧୦% ପିଲାଙ୍କରଏହି ରୋଗ ହୁଏ | [1] ଏହା ବୟସ୍କ ବ୍ୟକ୍ତି ଏବଂ ପୁରୁଷମାନଙ୍କଠାରେ ଅଧିକ ଦେଖାଯାଏ | [6] [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.