ଟେମାଜେପାମ ଏକ ଔଷଧ ଯାହା ନିଦ୍ରା ସମସ୍ୟା ନିମନ୍ତେ ଦିଆଯାଏ । From Wikipedia, the free encyclopedia
ଟେମାଜେପାମ, ଏକ ବ୍ୟବସାୟୀକ ନାମ ରେଷ୍ଟୋରିଲ, ଏକ ଔଷଧ ଯାହା ନିଦ୍ରା ସମସ୍ୟା ନିମନ୍ତେ ଦିଆଯାଏ ।[2] ଏହାର ବ୍ୟବହାର ସାଧାରଣତଃ ଦଶ ଦିନରୁ କମ୍ ହେବା ଉଚିତ୍ | [3] ଏହା ପାଟିରେ ଦିଆଯାଏ | [3] ଏହି ଔଷଧର ପ୍ରଭାବ ସାଧାରଣତଃ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଆଠ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ | [4]
Clinical data | |
---|---|
Trade names | Restoril, Normison, Nortem, others |
AHFS/Drugs.com | monograph |
MedlinePlus | a684003 |
data |
|
Pregnancy category |
|
Dependence liability | High[1] |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 96% |
Metabolism | Liver |
Elimination half-life | 8–20 hours |
Excretion | Kidney |
Identifiers | |
IUPAC name
| |
ECHA InfoCard | 100.011.535 |
Chemical and physical data | |
Formula | C16H13ClN2O2 |
Molar mass | ୩୦୦.୭୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଉଦ୍ବେଗ, ଦ୍ୱନ୍ଦ୍ୱ ଏବଂ ମୁଣ୍ଡ ବୁଲାଇବା ଦେଖାଯାଏ | [2] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ହାଲୁସିନେସନ, ଅପବ୍ୟବହାର, ଆନାଫାଇଲକ୍ସିସ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ | [3] ସାଧାରଣତ ଓପିଓଇଡ ସହିତ ବ୍ୟବହାର ସୁପାରିଶ କରାଯାଏ ନାହିଁ | [3] ଯଦି ଏହାର ମାତ୍ରା ହଟାତ୍ ହ୍ରାସ କରାଯାଏ ତେବେ ପ୍ରତ୍ୟାହାର ଲକ୍ଷଣ ପ୍ରକାଶ ପାଇପାରେ | [3] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରିବା ସୁପାରିଶ କରାଯାଏ ନାହିଁ | [5] ବେଞ୍ଜୋଡାଏଜେପାମ ଓ ହିପନୋଟି ଓଷଧର ଟେମାଜେପାମ ହେଉଛି ଏକ ମଧ୍ୟବର୍ତ୍ତୀ କାର୍ଯ୍ୟକାରି ଓଷଧ | [3] [4] ଏହା ମସ୍ତିଷ୍କ ଭିତରେ ଜିଏବିଏକୁ (GABA) ପ୍ରଭାବିତ କରି କାର୍ଯ୍ୟକ୍ଷମ ହୁଏ | [3]
ଟେମାଜେପାମ ୧୯୬୨ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୬୯ ମସିହାରେ ଚିକିତ୍ସା କ୍ଷେତ୍ରକୁ ବ୍ୟବହାର ନିମନ୍ତେ ଆସିଥିଲା [6] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [7] ଯୁକ୍ତରାଜ୍ୟରେ ଏକ ମାସ ଯୋଗାଣ ଏନଏଚଏସକୁ ୨୦୧୯ ସୁଦ୍ଧା ପ୍ରାୟ ୧.୪୦ ପାଉଣ୍ଡ ଖର୍ଚ୍ଚ କରିଥାଏ। [8] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧.୭୬ ଆମେରିକୀୟ ଡଲାର ଅଟେ। [9] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୪୨ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ଚାରି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [10] [11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.