From Wikipedia, the free encyclopedia
ଡିମେନ୍ସିଆ ଉଇଥ ଲୁଇ ବଡିଜ ବା ଡିବିଏଲ (ଇଂରାଜୀ ଭାଷାରେ Dementia with Lewy bodies ବା DLB) ଏକ ପ୍ରକାର ଡିମେନ୍ସିଆ ଯାହା ସମୟକ୍ରମେ ଖରାପ ଦିଗକୁ ଗତି କରେ ।[1][2] ସତର୍କତା କମ ବେଶୀ ହୁଏ, ଦୃଷ୍ଟିଭ୍ରମ ବା ହାଲୁସିନେସନ (seeing things that other people do not), ଚଳନ ସମସ୍ୟା, ଚାଲି ସମସ୍ୟା ଓ କଠୋରତା (rigidity) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[1] ନିଦ୍ରା ସମୟରେ ଅତ୍ୟଧିକ ଚଳନ (Excessive movement during sleep) ଓ ଅବସାଦ (depression) ଭଳି ଲକ୍ଷଣ ମଧ୍ୟ ସାଧାରଣତଃ ଦେଖାଯାଏ । [3]
ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଏହି ରୋଗୀମାନଙ୍କର କୌଣସି ପାରିବାରିକ ରୋଗ ଇତିହାସ ନ ଥାଏ । ଦେହର ନିଉରନରେ (neuron) ଆଲଫା-ସିନ୍ୟୁକ୍ଲିନ (alpha-synuclein) ପ୍ରୋଟିନ ବା ଲୁଇ ବଡି (Lewy bodies) ଜମିଯାଏ । ଏହି ରୋଗକୁ ନିଉରୋଡିଜେନେରେଟିଭ (neurodegenerative disorder) ରୋଗ ଶ୍ରେଣୀଭୁକ୍ତ କରାଯାଏ । [1] ଲକ୍ଷଣ ଦେଖି ରୋଗ ସନ୍ଦେହ କରାଗଲା ପରେ ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging) କରାଯାଏ ଓ ଅନ୍ୟାନ୍ୟ ରୋଗ ସମ୍ଭାବନା ଦୂର କରାଯାଏ ।[4] ଭେଦାତ୍ମକ ରୋଗ ନିର୍ଣ୍ଣୟରେ ପାର୍କିନ୍ସନ୍ ରୋଗ ଓ ଆଲଜିମର ରୋଗର ନାମ ଆସେ । [1]
ଡିଏଲବି ରୋଗ ଆରୋଗ୍ୟସାଧ୍ୟ ନୁହେଁ । ଏଥିରେ ମାନସିକ, ସାଇକିଆଟ୍ରିକ ଓ ମୋଟୋର ଲକ୍ଷଣମାନଙ୍କର ଚିକିତ୍ସା କରାଯାଏ । ଡୋନେପେଜିଲ (donepezil) ଭଳି ଆସେଟିଲକଲିନଇସ୍ଟରେଜ (Acetylcholinesterase inhibitors) ଔଷଧ ଦେଲେ କିଛି ଉପଶମ ହୁଏ । ଲେଭୋଡୋପା (levodopa) ଔଷଧ ଦେଲେ କେତେକ ପେଶୀଜନିତ ଉନ୍ନତି ହୁଏ । ଆଣ୍ଟିସାଇକୋଟିକ (Antipsychotic) ଔଷଧ ସାଧାରଣତଃ ଦିଆଯାଏ ନାହିଁ, ସେମାନଙ୍କର ବିଷାକ୍ତ ଗୁଣ ଯୋଗୁ । [1]
ଆଲଜିମର ରୋଗ ଓ ଭାସ୍କୁଲାର ଡିମେନ୍ସିଆ (vascular dementia) ରୋଗ ପରେ ଏହି ଡିଏଲବି ରୋଗ ତୃତୀୟ ସାଧାରଣ ଡିମେନ୍ସିଆ ରୋଗ । ସାଧାରଣତଃ ୫୦ ବର୍ଷ ବୟସ ପରେ ଏହି ରୋଗ ଆରମ୍ଭ ହୁଏ ।[2] ୬୫ ବର୍ଷ ପରେ ମାତ୍ର ୦.୧% ରୋଗ ହୁଏ । [5] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ରୋଗ ହୁଏ । ରୋଗର ଆଧିକ୍ୟରେ ଅନ୍ୟ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ହେବାକୁ ପଡ଼େ ।[2] ରୋଗ ନିର୍ଣ୍ଣୟ ହେବାପରେ ରୋଗୀର ଆୟୁଷ ପ୍ରାୟ ୮ ବର୍ଷ ଥାଏ ।[1] ସନ ୧୯୧୨ରେ ଫ୍ରେଡେରିକ ଲୁଇ (Frederic Lewy) ଏହି ଲୁଇ ପ୍ରୋଟିନ ବିଷୟ ଆବିଷ୍କାର କରିଥିଲେ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.