ଡିମେନ୍ସିଆ

From Wikipedia, the free encyclopedia

ଡିମେନ୍ସିଆ
Remove ads

ଡିମେନ୍ସିଆ ଏକ ବୃହତ୍ ଶ୍ରେଣୀର ମସ୍ତିଷ୍କ ରୋଗ ଯାହା ଦୀର୍ଘକାଳ ଧରି ଧିରେ ଧିରେ ଚିନ୍ତା ଓ ସ୍ମରଣ ଶକ୍ତି କମେଇ ଦିଏ, ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହୁଏ ।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଭାବନା ସମସ୍ୟା, ଭାଷା ସମସ୍ୟା ହୁଏ ଓ ଅଭିପ୍ରେରଣ (motivation) କମିଯାଏ । [][] ଲୋକର ଚେତନ ଶକ୍ତି କମେନି । [] ଲୋକର ପାରମ୍ପରିକ ମାନସିକ କାର୍ଯ୍ୟକଳାପରେ ପରିବର୍ତ୍ତନ ଓ ବୟସାଧିକ୍ୟ ଯୋଗୁ ସାଧାରଣ ନ୍ୟନତାଠାରୁ ଅଧିକ ନ୍ୟୁନ ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[][] ଏମାନଙ୍କର ଯତ୍ନ ନେଉଥିବା ଲୋକଙ୍କ ଉପରେ ଉଲ୍ଲେଖନୀୟ ପ୍ରଭାବ ପଡ଼େ ।[]

Quick Facts ଡିମେନ୍ସିଆ, ବିଭାଗ ...

ସବୁଠାରୁ ଅଧିକ ହେଉଥିବା ସାଧାରଣ ଡିମେନ୍ସିଆର ୫୦ରୁ ୭୦% ରୋଗର ନାମ ଆଲଜିମର ରୋଗ । ଅନ୍ୟ ଡିମେନ୍ସିଆ ନାମ: ରକ୍ତନଳୀ ଡିମେନ୍ସିଆ ୨୫ % (vascular dementia),ଲିୟୁଇ ବଡି ଡିମେନ୍ସିଆ ୧୫ % (Lewy body dementia) ଓ ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍ସିଆ (frontotemporal dementia) । [][] ଅଳ୍ପ ଦେଖାଯାଉଥିବା କାରଣ ମଧ୍ୟରେ ସାଧାରଣ ଚାପ ହାଇଡ୍ରୋସେଫାଲସ୍ (normal pressure hydrocephalus), ପାର୍କିନ୍‌ସନ୍ ରୋଗ, ସିଫିଲିସ୍କ୍ରୁଜ୍‌ଫେଲ୍ଟ-ଜାକୋବ୍ ରୋଗ (Creutzfeldt–Jakob disease) ଉଲ୍ଲେଖ‌ଯୋଗ୍ୟ । [] ଜଣେ ରୋଗୀ ଏକାଧିକ ଡିମେନ୍ସିଆ ରୋଗରେ ଆକ୍ରାନ୍ତ ହୋଇପାରେ । [] ଗୋଟିଏ ଛୋଟ ଆନୁପାତିକ ଅଂଶ ପାରିବାରିକ ଥାଏ । [] ଡି.ଏସ୍.ଏମ୍-୫]]ରେ ଡିମେନ୍ସିଆ ରୋଗr ଗମ୍ଭୀରତା ଅନୁସାରେ ପୁନଃବର୍ଗୀକରଣ (neurocognitive disorder) କରାଯାଇଥିଲା । [] ରୋଗ ଇତିହାସ, ବୋଧଶକ୍ତି ପରୀକ୍ଷା (en:cognitive testing) ସ‌ହ ମେଡିକାଲ ଇମେଜିଙ୍ଗ ଓ ରକ୍ତ ପରୀକ୍ଷାଆଦି କରି ଅନ୍ୟ ରୋଗର ସମ୍ଭାବ୍ୟ ଉପସ୍ଥିତି ଦୂର କରାଯାଏ । [] ମିନି ମାନସିକ ଅବସ୍ଥ ପରୀକ୍ଷା ଏକ ସାଧାରଣ ହେଉଥିବା ବୋଧଶକ୍ତି ପରୀକ୍ଷା । [] ସଙ୍କଟଜନ‌କ ଅବସ୍ଥା ଯେପରିକି ଉଚ୍ଚ ରକ୍ତଚାପ, ଡାଏବେଟିସ୍, ଧୂମ୍ରପାନମୋଟାପଣ ନିୟନ୍ତ୍ରଣ କରି ରହି ରୋଗକୁ ପ୍ରତିରୋଧ କରିବାକୁ ଚେଷ୍ଟା କରାଯାଏ । [] ସବୁ ଲୋକମାନଙ୍କୁ ଏହି ରୋଗ ଚିହ୍ନଟ ନିମନ୍ତେ ସ୍କ୍ରନିଙ୍ଗ କରିବାକୁ ସୁପାରିସ୍ କରାଯାଏ ନାହିଁ । []

ଡିମେନ୍ସିଆ ଆରୋଗ୍ୟ ହୁଏ ନାହିଁ । [] ଆସେଟିଲ୍ କୋଲିନଇସ୍ଟରେଜ ଇନ୍‌ହିବିଟର୍ (Cholinesterase inhibitor) ଯେପରିକି ଡନ୍‌ପେଜିଲ୍ (donepezil) ଅଧିକାଂଶ ସମୟରେ ବ୍ୟବ‌ହାର କରାଯାଏ ଓ ଉପକାର ମିଳେ । [][୧୦][୧୧] ମୋଟା ମୋଟି ଅଳ୍ପ ଉପକାର ମିଳେ । [୧୧][୧୨] ରୋଗୀଙ୍କର ଜୀବଚ‌ଚର୍ଯ୍ୟା ଉନ୍ନତ କରିବା ନିମନ୍ତେ କେତେ ଗୁଡ଼ିଏ ଉପାୟ ଅବଲମ୍ବନ କରାଯାଇପାରେ । [] କଗ୍‌ନିଟିଭ୍ ବିହେଭିଓରାଲ (Cognitive and behavioral interventions) ଚିକିତ୍ସା ଉପ‌ଯୁକ୍ତ ହୋଇପାରେ । [] ରୋଗୀ ଯତ୍ନ‌କାରୀଙ୍କୁ ଶିକ୍ଷା ଓ ନୈତିକ ସମର୍ଥନ ଦିଆଯିବା ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । [] ବ୍ୟାୟାମ କଲେ ଦୈନ‌ନ୍ଦିନ କାର୍ଯ୍ୟ ସ‌ହ ଫଳାଫଳ ଉନ୍ନତ ହୁଏ । [୧୩] ଡିମେନ୍ସିଆ ଯୋଗୁ ବ୍ୟବ‌ହାରିକ ଗଣ୍ଡଗୋଳ ବା ସାଇକୋସିସ୍ ହେଲେ ଆଣ୍ଟିସାଇକୋଟିକ୍ ଦିଆଯାଏ କିନ୍ତୁ ଏହାର ଉପକାରୀତା ନ‌ଗନ୍ୟ ଓ ମୃତ୍ୟୁ ସଙ୍କଟ ଅଧିକ । [୧୪][୧୫] ପୃଥିବୀରେ ୩୬ ନିୟୁତ ଲୋକଙ୍କୁ ଡିମେନ୍ସିଆ ରୋଗ ଧରେ । [] ଜୀବନରେ କେତେବେଳେ ହେଲେ ୧୦% ଲୋକ ଏହି ରୋଗର ଶୀକାର ହୁଅନ୍ତି । [] ବୟସ ବୃଦ୍ଧି ସ‌ହିତ ଏହା ସାଧାରଣ ହୋଇଯାଏ । [୧୬] ରୋଗୀ ସଂଖ୍ୟାର ୩ % ମଧ୍ୟରେ ୬୫ରୁ ୭୪ ବର୍ଷ ବୟସ୍କ ଲୋକ, ୧୯ % ମଧ୍ୟରେ ୭୫ରୁ ୮୪ ବର୍ଷ ବୟସ୍କ, ଏହାଠାରୁ ଅଧିକ ବୟସ୍କ ଲୋକ ସଂଖ୍ୟାର ପ୍ରାୟ ଅଧା ଲୋକ ଏହି ରୋଗ ଭୋଗ କରନ୍ତି । [୧୭] ସନ ୧୯୯୦ରେ ଏହି ରୋଗରେ ୦.୮ ନିୟୁତ ମୃତ୍ୟୁ ହୋଇଥିବାବେଳେ ସନ ୨୦୧୩ରେ ୧.୭ ନିୟୁତ ମୃତ୍ୟୁ ହୋଇଥିଲା । [୧୮] ଜନସଂଖ୍ୟା ଯେତେ ଅଧିକ ହୁଏ ଏହି ରୋଗୀ ସଂଖ୍ୟା ସେତେ ଅଧିକ ଓ ସାଧାରଣ ହୁଏ । [୧୬] ବିକଶିତ ଦେଶମାନଙ୍କରେ ସଙ୍କଟପ୍ରଦ କାରକ ଗୁଡ଼ିକ କମିଯିବାରୁ ନିର୍ଦ୍ଦିଷ୍ଟ ବୟସ ଦଳରେ ଏହି ରୋଗୀ ସଂଖ୍ୟା କମୁଛି । [୧୬] ବୃଦ୍ଧ ବୟସରେ ଅକ୍ଷମତାର ଏହା ଏକା ସାଧାରଣ କାରଣ । [] ଏହା ଯୋଗୁ ବାର୍ଷିକ ୬୦୪ ବିଲିଅନ୍ ଆମେରିକୀୟ ଡଲାର କ୍ଷତି ହେଉଥିବା ବିଶ୍ୱାସ କରାଯାଏ । [] ଡିମେନ୍ସିଆ ରୋଗୀଙ୍କୁ ଆବଶ୍ୟକତାରୁ ଅଧିକ ଶାରୀରିକ ଓ ରାସାୟନିକ ନିୟନ୍ତ୍ରଣ କରୁଥିବାରୁ ହ୍ୟୁମାନ ରାଇଟ ଉଲ୍ଲଘଂନ ହେଉଥିବାର ପ୍ରଶ୍ନବାଚୀ ଚିହ୍ନ ଉଠେ । [] ଏହି ରୋଗୀଙ୍କୁ ସାମାଜିକ କଳଙ୍କରୂପେ (Social stigma) ଧରାଯାଉଥିଲା । []

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads