ଏକ ପ୍ରକାର ରୋଗ From Wikipedia, the free encyclopedia
ଥୋରାସିକ ଆଉଟଲେଟ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Thoracic outlet syndrome ବା ଟିଓଏସ/TOS) ଏକ ବେମାରୀ ଯେଉଁଥିରେ ସୁପିରିଅର ଥୋରାସିକ ଆଉଟଲେଟରେ ଥିବା ସ୍ନାୟୁ, ଧମନୀ ଓ ଶିରା ସମୂହ (nerves, arteries, or veins) ଚିପି ହୋଇଯାଆନ୍ତି ।[1] ଏହା ଧମନୀ ବା ଶିରା ବା ସ୍ନାୟୁ ଅନୁସାରେ ତିନି ପ୍ରକାର ବା ଟାଇପର ହୋଇପାରେ ।[1] ସ୍ନାୟୁ ଟାଇପ ସବୁଠାରୁ ସାଧାରଣ ଥାଏ; ଏଥିରେ ଯନ୍ତ୍ରଣା, ଦୁର୍ବଲତା ଓ ଥେନାର ଏମିନେନ୍ସରେ (base of the thumb) ମାଂସପେଶୀ କ୍ଷୟ ହୁଏ ।[1][2] ଶିରା ଟାଇପରେ ଇଡିମା (swelling), ଯନ୍ତ୍ରଣା ଓ ବାହୁ ନୀଳ (bluish coloration) ହୋଇଯାଏ । ଧମନୀ ଟାଇପରେ ବାହୁରେ ଯନ୍ତ୍ରଣା ହୁଏ, ଥଣ୍ଡା ଲାଗେ ଓ ଫିକା (paleness) ଦେଖାଯାଏ ।[2]
ଆଘାତ, ପୁନଃପୌନିକ ବାହୁ ବ୍ୟବହାର, ଅର୍ବୁଦ ଓ ଗର୍ଭାବସ୍ଥା ଯୋଗୁ ତଥା ସର୍ଭାଇକାଲ ରିବ ଭଳି ଆନାଟମିକାଲ ବିବିଧତା ଫଳରେ ଟିଓଏସ ରୋଗ ହୁଏ । ନର୍ଭ କଣ୍ଡକସନ ସ୍ଟଡି (nerve conduction studies) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଏ ରୋଗ ନିର୍ଣ୍ଣୟ କରାଯାଏ । ଅନୁରୂପ ଲକ୍ଷଣ ଦେଖାଉଥିବା ଅନ୍ୟାନ୍ୟ ରୋଗ: ରୋଟେଟର କଫ୍ ଟିଅର (rotator cuff tear), ସର୍ଭାଇକାଲ ଡିସ୍କ (cervical disc) ବେମାରୀ, ଫାଇବ୍ରୋମ୍ୟାଲଜିଆ (fibromyalgia), ମଲ୍ଟିପ୍ଲ ସ୍କ୍ଲେରୋସିସ (multiple sclerosis) ଓ କମ୍ପ୍ଲେକ୍ସ ରିଜିଓନାଲ ପେନ ସିଣ୍ଡ୍ରୋମ (complex regional pain syndrome) । [1]
ସ୍ନାୟୁ ଟାଇପରେ ବ୍ୟାୟାମ (exercises|) କରି ଛାତି ମାଂସପେଶୀମାନଙ୍କୁ ଶକ୍ତ କରି ସ୍ଥିତି (posture) ଉନ୍ନତ କରିବାକୁ ପ୍ରାଥମିକ ଚିକିତ୍ସା କରାଯାଏ । ଯନ୍ତ୍ରଣା ନିମନ୍ତେ ନାପ୍ରୋକସେନ (naproxen) ଭଳି ଏନଏସଏଆଇଡି NSAIDs ଔଷଧ ଦିଆଯାଏ ।[1] ଏ ଭଳି ଉପଚାରରେ ଭଲ ନ ହେଲେ ଓ ଶିରା ତଥା ଧମନୀ ଟାଇପର ରୋଗ ନିମନ୍ତେ ଅପରେଶନ କରାଯାଏ ।[1][2] ରକ୍ତ ଜମାଟ ବନ୍ଦ କରିବା ନିମନ୍ତେ ଆଣ୍ଟିକୋଆଗୁଲାଣ୍ଟ (Blood thinners) ଦିଆଯାଏ ।[1] ଏହି ରୋଗ ଜନସଂଖ୍ୟାର ୧% ଲୋକଙ୍କୁ ଆକ୍ରମଣ କରେ ।[3] ଏହା ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ବେଶୀ ହୁଏ ଓ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ହୁଏ ।[1] ଏହି ରୋଗ ବିଷୟ ପ୍ରଥମେ ସନ ୧୮୧୮ରେ ବର୍ଣ୍ଣନା କରାଯାଇଥିଲା ଓ ପ୍ରଚଳିତ ଥୋରାସିକ ଆଉଟଲେଟ ସିଣ୍ଡ୍ରୋମ ନାମ ସନ ୧୯୫୬ରେ ଦିଆଯାଇଥିଲା ।[2][4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.