ନବଭାରତ ଟାଇମସ୍
From Wikipedia, the free encyclopedia
From Wikipedia, the free encyclopedia
ନବଭାରତ ଟାଇମସ୍ (ଏନ୍.ବି.ଟି) ବଣ୍ଟନ କରାଯାଉଥିବା ବୃହତ ଖବରକାଗଜ ମଧ୍ୟରେ ଗୋଟିଏ ତଥା ଏହା ମଧ୍ୟ ଦିଲ୍ଲୀ, ମୁମ୍ବାଇ ଏବଂ ଲଷ୍ନୌରେ ପଢ଼ା ଯାଉଥିବା ସର୍ବବୃହତ ହିନ୍ଦୀ ଖବରକାଗଜ ।ଏହା ବେନେଟ୍, କୋଲେମାନ୍ ଏଣ୍ଡ୍ କୋ. ଲିମିଟେଡ଼୍ଦ୍ୱାରା ପ୍ରକାଶିତ ହୁଏ, ଯାହା ଅନ୍ୟ କେତେକ ଦୈନିକ ଯଥା - ଦି ଟାଇମସ୍ ଅଫ୍ ଇଣ୍ଡିଆ, ଦି ଇକୋନୋମିକ୍ ଟାଇମସ୍, ମହାରାଷ୍ଟ୍ର ଟାଇମସ୍ ଓ ପତ୍ରିକା ଯଥା - ଫିଲ୍ମ୍ ଫେୟାର୍, ଫେମିନା । ଏନ୍.ବି.ଟି ଏହି ଗ୍ରୁପର ସବୁଠାରୁ ପୁରୁଣା ଉତ୍ପାଦନ ମଧ୍ୟରୁ ଗୋଟିଏ ।
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (October 2013) |
ପ୍ରକାର | ଦୈନିକ ସମ୍ବାଦପତ୍ର |
---|---|
Format | Broadsheet |
ମାଲିକ | ବେନେଟ୍, କୋଲେମାନ୍ ଏଣ୍ଡ୍ କୋ. ଲିମିଟେଡ଼୍ |
ପ୍ରକାଶକ | ବେନେଟ୍, କୋଲେମାନ୍ ଏଣ୍ଡ୍ କୋ. ଲିମିଟେଡ଼୍ |
ସମ୍ପାଦକ | ରାମ କୃପାଳ ସିଂ (ଦିଲ୍ଲୀ) ଏବଂ ସୁନ୍ଦର ଚାନ୍ଦ ଠାକୁର (ମୁମ୍ବାଇ) |
ଭାଷା | ହିନ୍ଦୀ |
ମୁଖ୍ୟାଳୟ | ମୁମ୍ବାଇ, ଭାରତ |
ୱେବସାଇଟ | NavbharatTimes.com |
ଏନ୍.ବି.ଟିର ବଣ୍ଟନ ଦିଲ୍ଲୀରେ ପ୍ରାୟ ୪.୨୩ ଲକ୍ଷ (ଉତ୍ସ : ଜେଜେ-୧୦, ଏବିସି ଇଣ୍ଡିଆ) ଏବଂ ଏହାର ପଠନକାରୀଙ୍କ ସଂଖ୍ୟା ପ୍ରାୟ ୧୯.୭ ଲକ୍ଷ । ହିନ୍ଦୀ ମୁମ୍ବାଇରେ ଦ୍ୱିତୀୟ ଭାଷା ହୋଇଥିବା ହେତୁ, ଏନ୍.ବି.ଟି 'ଗ୍ରେଟର୍ ମୁମ୍ବାଇ' ଅଞ୍ଚଳରେ ପ୍ରାୟ ୧୩୦,୦୦୦ ନକଲ (ଉତ୍ସ : ଜେଡି-୧୦, ଏବିସି ଇଣ୍ଡିଆ) ବଣ୍ଟନ କରେ । ଇଣ୍ଡଷ୍ଟ୍ରି ବେଞ୍ଚମାର୍କ&ଏନ୍ ବି ଏସ୍ ପି;- ଇଣ୍ଡିଆନ୍ ରିଡରସିପ୍ ସର୍ଭେ ଅନୁସାରେ ଏହା ପ୍ରାୟ ୪୭୦,୦୦୦ ଏନ୍.ବି.ଟି ପଠନକାରୀଙ୍କୁ ଆକର୍ଷିତ କରେ (ଉତ୍ସ : ଆଇ.ଆର୍.ଏସ୍ ସର୍ଭେ ଆର୍୪, ୨୦୧୦) । ଏନ୍.ବି.ଟି ପ୍ରକାଶନ ସମୟରୁ ଏହି ସହରମାନଙ୍କରେ ଏକ ନମ୍ବର ଖବରକାଗଜ ହୋଇ ରହିଆସିଛି ।
ନବଭାରତ ଟାଇମସ୍ର ପ୍ରଥମ ସଂସ୍କରଣ ୩ ଏପ୍ରିଲ ୧୯୪୭ ମସିହାରେ ପ୍ରକାଶ ପାଇଥିଲା, ଯେଉଁ ବର୍ଷ ଭାରତ ମଧ୍ୟ ସ୍ୱାଧୀନତା ପାଇଥିଲା ।ସେହି ସମୟରେ ଏହା ଏକମାତ୍ର ହିନ୍ଦୀ ଖବରକାଗଜ ଥିଲା, ଯାହା କାଗଜ ଉତ୍ପାଦନ ପାଇଁ ଘୂର୍ଣ୍ଣନକଳ ବ୍ୟବହାର କରୁଥିଲା । ଏହି ଛଅ ପୃଷ୍ଠା ବିଶିଷ୍ଟ ଖବରକାଗଜ ଉତ୍ପାଦନ ପାଇଁ ପ୍ରଥମେ ୧୨ ଜଣ କର୍ମଚାରୀ ନିଯୁକ୍ତ ହୋଇଥିଲେ ଓ ଏହାକୁ ୧ ଅଣାରେ ବିକା ଯାଉଥିଲା । ଏହି ପ୍ରକାଶନ କେତେଜଣ ପ୍ରତିଷ୍ଠିତ ହିନ୍ଦୀ ସାମ୍ବାଦିକଙ୍କଦ୍ୱାରା ଆଗେଇ ଚାଲିଲା ଏବଂ ସାମ୍ବାଦିକତାର ମକ୍କା ରୂପେ ପରିଗଣିତ ହେଲା । ସେହି ସମୟରେ ଏହା ପ୍ରଥମ ଜାତୀୟ ହିନ୍ଦୀ ଦୈନିକ ଥିଲା, ଯାହାର ସଂସ୍କରଣ କୋଲକାତା, ଲକ୍ଷ୍ନୌ, ପାଟଣା ଏବଂ ଜୟପୁରରେ ପ୍ରକାଶ ପାଉଥିଲା । ମାତ୍ର ଏନ୍.ବି.ଟି ବର୍ତ୍ତମାନ କେବଳ ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌରେ ପ୍ରକାଶ ପାଉଛି ।ଦିଲ୍ଲୀର ଅପ୍ କଣ୍ଟ୍ରି ସଂସ୍କରଣ ମଧ୍ୟ ବିଞାପନକୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ବନ୍ଦ ହୋଇଯାଇଛି, ଯଦିଓ [1]ବାହାର ଦର୍ଶକଙ୍କୁ ସେବା ଯୋଗାଉଛି ।
ଦିଲ୍ଲୀର ଏକ ନମ୍ବର ହିନ୍ଦୀ ଦୈନିକ ୨ ନିୟୁତରେ ପହଁଞ୍ଚିବା ହେତୁ, ଏହା ବିଭିନ୍ନ ଶ୍ରେଣୀର ଲୋକଙ୍କ ମାଧ୍ୟମ ପାଲଟିଛି । (ଦିଲ୍ଲୀର ୨୦% ଏସ୍.ୟୁ.ଭି ମାଲିକ ଏନ୍.ବି.ଟି ପଢନ୍ତି) । ସାଜ୍ଜସଜ୍ଜା ଅନୁସାରେ ଏହାର ବଣ୍ଟନ ଦିଲ୍ଲୀ ଓ ଏନ୍.ସି.ଆର୍ରେ ସୀମିତ ଅଛି, ଯାହା କେବଳ ରାଜଧାନୀ ଉପରେ ନିଜର ଖବର କେନ୍ଦ୍ରୀତ କରେ ।
ହେଲୋ ଦିଲ୍ଲୀ ନବଭାରତ ଟାଇମସ୍ର ବଲିଉଡ୍ ଜୀବନଚର୍ଯ୍ୟା ଉପରେ ଆଧାରିତ ଏକ ଅନୁପୂରକ । ଏହା ସପ୍ତାହରେ ଛ ଦିନ ପ୍ରକାଶିତ ହୁଏ (ସୋମବାରକୁ ବାଦ୍ ଦେଇ) । ବର୍ତ୍ତମାନ ଏହା ମସଲାଦାର ବଲିଉଡ୍ ସାକ୍ଷାତକାର, ସ୍ୱତନ୍ତ୍ର ଖବର ଏବଂ ମଜଖବର ସହ ନୂଆ ସାଜ୍ଜସଜ୍ଜାରେ ପ୍ରକାଶ ପାଉଛି । ଏହା ବ୍ୟତୀତ ଭ୍ରମଣ, ନାରୀ, ଭଙ୍ଗୀ, ଦୂରଦର୍ଶନ ଓ ଚଳଚ୍ଚିତ୍ର ଉପରେ ସ୍ୱତନ୍ତ୍ର ପୃଷ୍ଠା ପ୍ରକାଶିତ ହୁଏ ।
ଏନ୍.ବି.ଟି ପ୍ରପର୍ଟି & ଏନ୍.ବି.ଟି ଏଜୁକେସନ୍ ଦୁଇଟି ଅନୁପୂରକ ଯାହା ଶିକ୍ଷା ଓ ଭୂସମ୍ପତି ସମ୍ବନ୍ଧୀୟ ଖବର ଜଣାଏ ।
ଏନ୍.ବି.ଟି ଫରିଦାବାଦ୍/ ଘାଜିଆବାଦ୍/ ନୋଏଡା/ ଗୁଡଗାଁଓ: ସହରର କ୍ଷେତ୍ରଫଳ ବଢିବା ହେତୁ ( ଦିଲ୍ଲୀ + ଏନ୍.ସି.ଆର୍ ) ଏକ ଆଞ୍ଚଳିକ ଉତ୍ପାଦନ ଦରକାର ପଡିଲାଣି ଯାହା ମୁଖ୍ୟତଃ ଏହିସବୁ ଯାଗାକୁ ଯୋଗାଇ ଦିଆଯିବ । ଏନ୍.ବି.ଟି.ର ମୁଖ୍ୟ ସଂସ୍କରଣ ସହ ବଣ୍ଟନ ହେଉଥିବା ଏହି ସହର କୈନ୍ଦ୍ରିକ ଉତ୍ପାଦନ ଏକ ଭଲ ଆଞ୍ଚଳିକ ପଢିବାର ଅଭିଜ୍ଞତା ପ୍ରଦାନ କରେ ।
ନବଭାରତ ଟାଇମସ୍ର ଅନଲାଇନ୍ ସଂସ୍କରଣ www.navbharattimes.com ଏବଂ www.nbt.in, ହିନ୍ଦୀ ଖବର ଓ୍ବେବସାଇଟରେ ଏକ ନମ୍ବର ଅଟେ । ଏହାର ମାସିକ ଦର୍ଶକ ସଂଖ୍ୟା ୨.୨&ଏନ୍ ବି ଏସ୍ ପି;ନିୟୁତରୁ ଅଧିକ । ସମସ୍ତ ଛପା ବିଷୟକୁ ଅନଲାଇନରେ ପ୍ରକାଶ କରିବା ଏହା ଅସଲି ବିଷୟବସ୍ତୁ ଓ ଦ୍ରୁତ ଅଧୁନାତନ କରିବା ପାଇଁ ମଧ୍ୟ ପ୍ରଶଂସିତ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.