ଦିଲ୍ଲୀ
From Wikipedia, the free encyclopedia
Remove ads
ଦିଲ୍ଲୀ ଆୟତନ ଅନୁସାରେ ଭାରତର ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ୱିତୀୟ ବୃହତ ମହାନଗର[୧][୨][୩][୪] ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର ନ୍ୟାସନାଲ କ୍ୟାପିଟାଲ ରିଜିଅନ ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି ।[୫] ଦିଲ୍ଲୀ ନାମ ନ୍ୟାସନାଲ କ୍ୟାପିଟାଲ ରିଜିଅନ ପାଖାପାଖି ସହରାଞ୍ଚଳକୁ ଓ ଭାରତର ରାଜଧାନୀକୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି ନ୍ୟାୟପାଳିକା, ହାଇକୋର୍ଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲ୍ଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା ନ୍ୟାସନାଲ କ୍ୟାପିଟାଲ ରିଜିଅନର ମଧ୍ୟ ରାଜଧାନୀ ।
Remove ads
ଇତିହାସ



ଭାରତର ରାଜଧାନୀ ଦିଲ୍ଲୀ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିବାର ଐତିହାସିକମାନେ ମତ ଦିଅନ୍ତି ।[୮] ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀ ବା ତାହା ଆଗରୁ ଏଠାରେ ଜନବସତି ଥିଲା ବୋଲି ମନେକରାଯାଏ ।[୯] ଓ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ପରଠାରୁ ଏଠାରେ ନିରନ୍ତର ଜନବସତି ତିଆରି ହୋଇଚାଲିଥିଲା । ଏହା ମହାଭାରତର ପାଣ୍ଡବମାନଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ବୋଲି ବିଶ୍ୱାସ କରାଯାଏ ।ମୌର୍ଯ୍ୟ ଶାସନ ପରେ ଏଠାରେ ବିଭିନ୍ନ କାମ ବ୍ୟବସ୍ଥିତ ହୋଇଥିଲା ବୋଲି ଅନୁମାନ କରାଯାଏ ( ଖ୍ରୀ.ପୂ. ୩୦୦)।

ନାମକରଣ
ରାଜଧାନୀ ଦିଲ୍ଲୀର ନାମକରଣ କିପରି ହୋଇଥିଲା, ତାହାର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉନ୍ମୋଚନ ହୋଇନାହିଁ । ଗବେଷକମାନେ ଏ ନେଇ ଭିନ୍ନ ଭିନ୍ନ ମତ ଦିଅନ୍ତି । ସହସ୍ରବର୍ଷ ପୂର୍ବେ ପ୍ରତିଷ୍ଠିତ ଏହି ସହରର ପୂରାନାମ ଇନ୍ଦ୍ରପ୍ରସ୍ଥ ଥିଲା । ଏହା ପଞ୍ଚୁପାଣ୍ଡବ (ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ)ଙ୍କ ରାଜଧାନୀ ଥିଲା । ତେବେ ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୫୦ ବେଳକୁ ଜନୈକ ରାଜା ଧିଲୁ ଏଠାରେ ଶାସନ କରୁଥିଲେ । ତାଙ୍କ ନାମକୁ ଅପଭ୍ରଂଶ କରାଯାଇ ଏହି ସ୍ଥାନର ନାମ ଦିଲ୍ଲୀ ରଖାଯାଇଛି । ଅନ୍ୟ କେତେକ ଐତିହାସିକଙ୍କ ମତରେ, ତୋମର ବଂଶର ରାଜା ଧବ ତାଙ୍କ କିଲ୍ଲା ଭିତରର ଢିଲା ଲୁହା ଖମ୍ବ କାରଣରୁ ଏହି ସ୍ଥାନର ନାମ ଢିଲୀ ରଖିଦେଇଥିଲେ । ପରବର୍ତ୍ତୀ ସମୟରେ ତାହା ଅପଭ୍ରଂଶ ହୋଇ ଦିଲ୍ଲୀ ନାମକରଣ ହୋଇଛି । ମହାରାଜା ପୃଥ୍ୱୀରାଜ ଚୌହାନଙ୍କ ଶାସନ ସମୟରେ ଏହି ସ୍ଥାନର ନାମ ଦିଲ୍ଲୀ ରଖାଯାଇଥିଲା ବୋଲି ଉଜ୍ଜୟିନୀର ଜନୈକ ଗବେଷକ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ, ପୃଥ୍ୱୀରାଜ ଚୌହାନ ଦିଲ୍ଲୀର ଶେଷ ହିନ୍ଦୁ ଶାସକ ଥିଲେ । ତାଙ୍କ ରାଜପରିଷଦର ଜଣେ ମୁଖ୍ୟ କର୍ମକର୍ତ୍ତା ଦିଲ୍ଲୀ ନାମ ରଖିଥିବା ଅନୁମେୟ ।[୧୦]
Remove ads
ଆଧାର
ଆଗକୁ ପଢ଼ିବେ
ଅଧିକ ତଥ୍ୟ
Wikiwand - on
Seamless Wikipedia browsing. On steroids.
Remove ads