ବାଲାନାଇଟିସ
ଲିଙ୍ଗ ମୁଣ୍ଡର ପ୍ରଦାହ / From Wikipedia, the free encyclopedia
ବାଲାନାଇଟିସ ରୋଗ କହିଲେ ଲିଙ୍ଗ ମୁଣ୍ଡର ପ୍ରଦାହକୁ ବୁଝାଏ । [1] ଏହା ସାଧାରଣତଃ ଲିଙ୍ଗ ଚର୍ମର ପ୍ରଦାହ ସହିତ ଦେଖାଯାଏ, ଯାହାକୁ ବାଲାନୋପ୍ରୋସ୍ଥାଇଟିସ । [1] ଏହାର ଲକ୍ଷଣ ମଧ୍ୟରେ ଲାଲ ରଙ୍ଗ, ଯନ୍ତ୍ରଣା, ନିଷ୍କାସନ, ଗଲୁ କିମ୍ବା ଧଳା ରଙ୍ଗର ପ୍ୟାଚ୍ ଅନ୍ତର୍ଭୁକ୍ତ ହୋଇପାରେ | [1] ରୋଗ ଜଟିଳ ହେଲେ ଫାଇମିସିସ ହୋଇପାରେ । [1]
Balanitis | |
---|---|
Balanoposthitis | |
ବିଭାଗ | Urology |
ଲକ୍ଷଣ | Redness, pain, discharge, itchiness, white patches[1] |
କାରଣ | Infectious: Yeast, bacteria, viruses, trichomonas[1] Inflammation: Eczema, allergic reactions, lichen planus, psoriasis[1] Pre-cancerous: Bowen's disease, erythroplasia of Queyrat[1] |
ବିପଦ କାରକ | Uncircumcised, poor hygiene, diabetes, over cleaning[1][2] |
ରୋଗ ନିର୍ଣ୍ଣୟ ପଦ୍ଧତି | Microbial culture, tissue biopsy[1] |
ଔଷଧ | Antifungal cream, antibiotics, steroid creams[1] |
ଚିକିତ୍ସା | Foreskin retraction, washing the area[1] |
Prognosis | Usually good[3] |
ପୁନଃପୌନିକ | 3 to 11% (males at some point)[4] |
କାରଣଗୁଡିକର ମଧ୍ୟରେ ସଂକ୍ରମଣ (ଖମୀର, ଜୀବାଣୁ, ଭୂତାଣୁ, ଟ୍ରାଇକୋମାନାସ୍ ), ପ୍ରଦାହଜନକ ଅବସ୍ଥା (ଏକଜିମା, ଆଲର୍ଜି ପ୍ରତିକ୍ରିୟା, ଲାଇଚେନ ପ୍ଲାନସ୍, ସୋରିଆସିସ୍ ) ଏବଂ ପ୍ରାକ୍-କର୍କଟ ଅବସ୍ଥା (ବୋୱେନ ରୋଗ, ଏରିଥ୍ରୋପ୍ଲାସିଆ ଅଫ କ୍ୟୁରାଟ ) ଅନ୍ତର୍ଭୁକ୍ତ । [1] ଅସୁନ୍ନତ, ଖରାପ ସ୍ୱଚ୍ଛତା, ମଧୁମେହ କିମ୍ବା ଅଧିକ ସ୍ୱଚ୍ଛତା କରିବା ଉପରେ ବିପଦ କାରକ ରହେ । [1] [2] ମାଇକ୍ରୋବିଆଲ କଲଚର ସହିତ ଅନ୍ୟାନ୍ୟ ପରୀକ୍ଷଣ ଏବଂ ବେଳେବେଳେ ଟିସୁ ବାୟୋପସି ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୋଇପାରେ। [1]
ସାଧାରଣ ପରିଚାଳନାରେ ଲିଙ୍ଗଚର୍ମ ତଳ ସ୍ଥାନ ଧୋଇ ସଫା କରାଯାଏ । [1] ମିଶ୍ରିତ ଭିନେଗାର (ଏସିଟିକ୍ ଏସିଡ୍ ୧%) ସାହାଯ୍ୟ କରିପାରେ | [2] ଆଣ୍ଟିଫଙ୍ଗାଲ୍ କ୍ରିମ୍ (ଯେପରିକି କ୍ଲୋଟ୍ରିମାଜୋଲ୍), ଆଣ୍ଟିବାୟୋଟିକ୍, ଷ୍ଟେରଏଡ୍ କ୍ରିମ୍ କିମ୍ବା ଅସ୍ତ୍ରୋପଚାରର ନିର୍ଦ୍ଦିଷ୍ଟ କାରଣ ଉପରେ ଆବଶ୍ୟକ ହୋଇପାରେ । [1] ଫଳାଫଳ ସାଧାରଣତ ଭଲ ଅଟେ | [3] ପୁରୁଷଙ୍କ ମଧ୍ୟରୁ ୩ରୁ ୧୧% କିଛି ସମୟରେ ପ୍ରଭାବିତ ହୁଅନ୍ତି | [4]