From Wikipedia, the free encyclopedia
ସୋରିଆସିସ ଏକ ଦୀର୍ଘସ୍ଥାୟୀ ଅଟୋଇମ୍ମ୍ୟୁନ ରୋଗ ଯେଉଁଥିରେ ଚର୍ମରେ କେତେକ ଅସ୍ୱାଭାବିକ ଦାଗ ଦେଖାଯାଏ । [1] ଏହି ଦାଗ ଲାଲ ରଙ୍ଗର, ଗଲୁ ଓ କାତି ସମ୍ପର୍ଣ୍ଣ ହୋଇଥାଏ । ସୋରିଆସିସ ଛୋଟରୁ ବଡ଼ ଆକାର ହୋଇ ସାରା ଶରୀର ବ୍ୟାପିପାରେ ଓ ଏହାର ଗମ୍ଭୀରତା ପରିବର୍ତ୍ତିତ ହୋଇପାରେ । [2] ଚର୍ମ ଆଘାତ ସକ୍ରିୟ ହୋଇ ସୋରିଆସିସ ପରିବର୍ତ୍ତନ ଆଣିପାରେ ଯାହା କୋଏବନର ଫେନୋମେନନ ରୂପେ ବିଦିତ । [3]
ସୋରିଆସିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /s[invalid input: 'ɵ']ˈraɪ.əs[invalid input: 'ɨ']s/ (psora + -iasis) |
ସ୍ପେଶାଲିଟି | Dermatology |
ଆଇସିଡ଼ି-୧୦ | L40. |
ଆଇସିଡ଼ି-୯-ସିଏମ୍ | 696 |
ଓଏମ୍ଆଇଏମ୍ | 177900 |
ରୋଗ ଡାଟାବେସ | 10895 |
ମେଡ଼ିସିନ-ପ୍ଲସ | 000434 |
ଇ-ମେଡ଼ିସିନ | emerg/489 plaque derm/365 guttate derm/361 nails derm/363 pustular derm/366 |
MeSH | D011565 |
ମୂଖ୍ୟତଃ ପାଞ୍ଚ ପ୍ରକାର ସୋରିଆସିସ ଦେଖାଯାଏ: ପ୍ଲେକ, ଗୁଟ୍ଟାଟେ, ଇନଭର୍ସ, ପୁସ୍ଚୁଲାର ଓ ଏରିଥ୍ରୋଡର୍ମିକ । ଏଥିରୁ ୯୦ % କେବଳ ପ୍ଲେକ ସୋରିଆସିସ ବା ସୋରିଆସିସ ଭଲଗାରିସ । ଚମରେ ଲାଲ ଦାଗ ଥାଏ ଓ ତା ଉପରେ ଧଳା କାତି ଥାଏ । ପିଠି, ଗୋଡ଼ର ମଝିଧାର ବା ସିନ, ପେଟ ଓ ସ୍କାଲ୍ପ ସ୍ଥାନମାନଙ୍କରେ ଏହି ରୋଗ ହୁଏ ।[4] ଗୁଟ୍ଟାଟେ ସୋରିଆସିସ ଏକ ଟୋପା ଭଳି ଦେଖାଯାଏ । [1] ପୁସ୍ଚୁଲାର ସୋରିଆସିସ ଫୋଟକା ଆକାରର ଦେଖାଯାଏ ଯାହା ଭିତରେ ଅଣସଂକ୍ରମଣକାରୀ ପୂଜ ଥାଏ । [5] ଇନଭର୍ସ ସୋରିଆସିସ ଚର୍ମ ଭାଙ୍ଗରେ ଲାଲ ଦାଗ ଆକାରରେ ଦେଖାଯାଏ । [1] ସମସ୍ତ ସୋରିଆସିସରୁ ଏରିଥ୍ରୋଡର୍ମିକ ସୋରିଆସିସ ତିଆରି ହୋଇପାରେ ଓ ସେତେବେଳେ ରାସ ବ୍ୟାପିଯାଏ । ଆଙ୍ଗୁଠି ନଖ ଓ ଗୋଡ଼ନଖ ଯେ କୌଣସି ସମୟରେ ଏହି ରୋଗ ଶୀକାର ହୋଇପାରେ । ନଖରେ ଛୋଟ ଗାତ ହୋଇପାରେ ବା ତାହାର ରଙ୍ଗ ବଦଳିପାରେ । [4]
ସାଧାରଣତଃ ସୋରିଆସିସ ରୋଗକୁ ଏକ ଜେନେଟିକ ରୋଗ ଭାବେ ଗ୍ରହଣ କରାଯାଏ ଯାହା ପରିବେଶ ଉପାଦାନ ଯୋଗୁ କ୍ରିୟାଶୀଳ ହୋଇଉଠେ । [2] ଜମଜ ଅନୁଶୀଳନରେ ଏକାଭଳି ଜମଜର (identical twin) ଅନ୍ୟମାନଙ୍କ ଅପେକ୍ଷା ୩ ଗୁଣ ଅଧିକ ସୋରିଆସିସ ରୋଗ ହେବା ସଙ୍କଟ ଥାଏ । ଶୀତଦିନେ ଓ କେତେକ ଔଷଧ ଯେପରିକି ବିଟା ବ୍ଲକର ବା ଏନଏସଆଇଡି ସେବନଦ୍ୱାରା ରୋଗ ଲକ୍ଷଣ ଖରାପ ଦିଗକୁ ଗତିକରେ । [4] ସଂକ୍ରମଣ ଓ ମାନସିକ ଚାପର ଭୂମିକା ଥାଇପାରେ । [1][2] ସୋରିଆସିସ ଏହ ଛୁଆଁ ରୋଗ ନୁହେଁ । ଏହାର ଅନ୍ତର୍ନିହିତ କ୍ରିୟାବିଧିରେ ଚମ ଜୀବକୋଷ ପ୍ରତି ଇମ୍ମ୍ୟୁନ ସିସ୍ଟମ କ୍ରିୟାଶୀଳ ହୋଇଯାଏ । ରୋଗର ଲକ୍ଷଣ ଓ ଚିହ୍ନ ଦେଖି ସୋରିଆସିସ ନିର୍ଣ୍ଣୟ କରାଯାଏ । [4]
ସୋରିଆସିସ ରୋଗ ଆରୋଗ୍ୟ ହୁଏନାହିଁ । ବିଭିନ୍ନ ଚିକିତ୍ସାଦ୍ୱାରା ଲକ୍ଷଣ ନିୟନ୍ତ୍ରଣ କରାଯାଇପାରେ । [4] ଔଷଧମାନଙ୍କର ନାମ: ସ୍ଟିରଏଡ କ୍ରିମ, ଭିଟାମିନ ଡି୩ କ୍ରିମ, ଅଲଟ୍ରାଭାୟୋଲେଟ ରଶ୍ମୀ ଓ ମେଥୋଟ୍ରେକ୍ସେଟ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ ଔଷଧ । [1] କେବଳ କ୍ରିମ ସାହାଯ୍ୟରେ ୭୫ % ରୋଗୀଙ୍କୁ ଚିକିତ୍ସା କରିହୁଏ । [4] ଜନସଂଖ୍ୟାର ୨-୪ % ଲୋକଙ୍କୁ ଏହି ରୋଗ ହୁଏ । [6] ମହିଳା ଓ ପୁରୁଷମାନେ ସମଭାବରେ ଏହାର ଶୀକାର ହୁଅନ୍ତି । [1] ସୋରିଆଟିକ ଆର୍ଥ୍ରାଇଟିସ, ଲିମ୍ଫୋମା, ହୃତ୍ପିଣ୍ଡ ରକ୍ତନଳୀ ରୋଗ, କ୍ରନ ରୋଗ ଓ ଅବସାଦ ଇତ୍ୟାଦି ଏହି ସୋରିଆସିସ ରୋଗ ସହିତ ସଙ୍କଟସ୍ଥିତିରେ ଥାଆନ୍ତି । [4] ସୋରିଆସିସ ରୋଗୀଙ୍କ ମଧ୍ୟରୁ ୩୦ % ଲୋକଙ୍କୁ ସୋରିଆଟିକ ଆର୍ଥ୍ରାଇଟିସ ରୋଗ ହୁଏ । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.